ETV Bharat / city

ଏଣିକି ଭୁବନେଶ୍ୱର ନିୟୁ ଷ୍ଟେସନରେ ରହଣି କରିବ ଏହି ୪ ପାସେଞ୍ଜର ଟ୍ରେନ୍ - ନିୟୁ ଭୁବନେଶ୍ବର ଅତିରିକ୍ତ ଟ୍ରେନ୍ ରହଣି ଖବର

ନିୟୁ ଭୁବନେଶ୍ବର ରେଳ ଷ୍ଟେସନରେ ଚାରୋଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି କରିବ । ଏପ୍ରିଲ 10 ତାରିଖ ଠାରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରେନ ରହଣି କରୁଥିବା ବେଳେ ବାକି ଦୁଇଟି ଟ୍ରେନ ପରବର୍ତ୍ତୀ ସମୟରେ ରହଣି କରିବ । ଅଧିକ ପଢନ୍ତୁ four passenger train will stop in bhubaneswar new station

ନିୟୁ ଭୁବନେଶ୍ୱର ନୂତନ ଷ୍ଟେସନରେ ଚାରୋଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି

author img

By

Published : Apr 8, 2022, 9:00 PM IST

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ନିୟୁ ଭୁବନେଶ୍ବର ରେଳ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି କରିବ । କୋଭିଡ଼ ମହାମାରୀ ସମୟରେ ସମସ୍ତ ଟ୍ରେନର ସେବା ବାତିଲ କରାଯାଇଥିଲା । କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପ୍ରୋଟୋକଲ୍ ଅନୁଯାୟୀ, କିଛି ଟ୍ରେନ ସୀମିତ ରହଣି ସହିତ ବିଶେଷ ଟ୍ରେନ ଭାବରେ ପୁନଃ ଚଳାଚଳ କରାଯାଉଛି । ଯାହାଦ୍ୱାରା ଯାତ୍ରୀମାନେ ସେମାନଙ୍କର ଜରୁରୀ କାର୍ଯ୍ୟ ପାଇଁ ଯାତାୟାତ କରିପାରିବେ । ବର୍ତ୍ତମାନ ବିଶେଷ ଟ୍ରେନ୍‌ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଏବଂ ଭୁବନେଶ୍ବର-କେନ୍ଦୁଝରଗଡ-ଭୁବନେଶ୍ବର ପାସେଞ୍ଜର (ଯାହାକି ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ଓ କେନ୍ଦୁଝରଗଡ଼ ମଧ୍ୟରେ ଚଳାଚଳ କରୁଛି) ଟ୍ରେନ୍ ଗୁଡିକୁ ନିୟୁ ଭୁବନେଶ୍ବର ଷ୍ଟେସନରେ ଚଳିତ ମାସ 10 ତାରିଖ ଠାରୁ ରହଣି କରିବା ନେଇ ନିଷ୍ପତ୍ତି ହୋଇଛି ।

ପୁରୀ-କଟକ-ପୁରୀ ମେମୁ:
ପୁରୀରୁ 68416/68415 ପୁରୀ-କଟକ-ପୁରୀ ମେମୁ ଭୁବନେଶ୍ବର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୦୫ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୦୬ମି.ରେ କଟକ ଆଡକୁ ଯିବ । କଟକରୁ ଏହି ଟ୍ରେନ୍ ଅପରାହ୍ନ ୫ଘ.୨୦ମି.ରେ ପହଞ୍ଚି ଏବଂ ଅପରାହ୍ନ ୫ଘ.୨୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ମେମୁ:
68426/68425 ଭୁବନେଶ୍ବରରୁ ଭୁବନେଶ୍ବର-କେନ୍ଦୁଝରଗଡ଼- ଭୁବନେଶ୍ବର ମେମୁ ଭୁବନେଶ୍ବର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୫୪ମି.ରେ ପହଞ୍ଚି ଅପରାହ୍ନ ୪ଘ.୫୫ମି.ରେ କେନ୍ଦୁଝରଗଡ଼ ଅଭିମୁଖେ ଯାତ୍ରା କରିବ । କେନ୍ଦୁଝରଗଡ଼ରୁ ଏହି ଟ୍ରେନ୍ ଭୁବନେଶ୍ବର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୧୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୧୫ମି. ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ ।
ଏହାସହ ପାଲାସା-କଟକ-ପାଲାସା ପାସେଞ୍ଜର ଏବଂ ଖଡ଼ଗପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗପୁର ଫାଷ୍ଟ ପାସେଞ୍ଜର ଟ୍ରେନକୁ ଭୁବନେଶ୍ବର ନୂତନ ଷ୍ଟେସନରେ ରହଣି ପାଇଁ ସ୍ଥିର କରାଯାଇଛି ଏହି ଟ୍ରେନ ଦ୍ବୟ ଏମାନଙ୍କର ଚଳାଚଳ ପ୍ରାରମ୍ଭ କରିବା ପରେ ଭୁବନେଶ୍ବର ନୂତନ ଷ୍ଟେସନରେ ଅତିରିକ୍ତ ରହଣି କରିବ ।

ପାଲାସା-କଟକ-ପାଲାସା ପାସେଞ୍ଜର:
58534/58533 ପଲାସା ଠାରୁ ପଲାସା-କଟକ-ପଲାସା ପାସେଞ୍ଜର ଭୁବନେଶ୍ବର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୦୯ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୦୯ଘ.୫୫ମି.ରେ କଟକ ଆଡକୁ ଯିବ । କଟକରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୩୮ମି.ରେ ପହଞ୍ଚି ଅପରାହ୍ନ ୪ଘ.୩୯ମି.ରେ ପଲାସା ଅଭିମୁଖେ ଯାତ୍ରା କରିବ ।

ଖଡ଼ଗପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗପୁର ଫାଷ୍ଟ ପାସେଞ୍ଜର:
ଖଡ଼ଗପୁର ଠାରୁ 58005/58006 ଖଡ଼ଗପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗପୁର ଫାଷ୍ଟ ପାସେଞ୍ଜର ଭୁବନେଶ୍ବର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୫ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ । ଖୋର୍ଦ୍ଧା ରୋଡ଼ରୁ ଏହି ଟ୍ରେନ୍ ଭୁବନେଶ୍ବର ନୂଆ ଷ୍ଟେସନ ଠାରେ ଅପରାହ୍ନ ୫ଘ.୨୯ମି.ରେ ପହଞ୍ଚି ଅପରାହ୍ନ ୫ଘ.୨୯ମି.ରେ ଖଡ଼ଗପୁର ଅଭିମୁଖେ ଯାତ୍ରା କରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.