ଭୁବନେଶ୍ବର: ମହାମାରୀ କୋରୋନା ବିରୋଧରେ ଯୁଦ୍ଧ ଲଢୁଛି ସାରା ଦେଶ । ତେବେ ରାଜ୍ୟ ସରକାରଙ୍କର 4ଟି ବିଭାଗ ଗତ 48 ଘଣ୍ଟା ମଧ୍ୟରେ ବିଭିନ୍ନ ପଦକ୍ଷପ ଗ୍ରହଣ କରଛନ୍ତି ।
ପ୍ରତ୍ୟେକ ଅତ୍ୟାବଶ୍ୟକ ଜିନିଷକୁ ତଦାରଖ କରାଯାଉଛି । କୋଲକତାରୁ ଆଳୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ପିଆଜ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶରୁ ତେଲ ଓ ମହାରାଷ୍ଟ୍ରରୁ ଡାଲି ଆସିଥାଏ । ଏହାକୁ ନେଇ ସରକାର ବିଶେଷ ଭାବରେ ଧ୍ୟାନ ଦିଆଯାଉଛନ୍ତି । ପରିବା ବଜାର ଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯାଉଛି । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୂକ୍ତ 93 ଲକ୍ଷ ହିତାଧିକାରୀଙ୍କୁ ଚାଉଳ ଓ ଗହମ ଯୋଗାଇଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା 2.42 ଲକ୍ଷ ହେଟ୍ରିକ ଟନ ଚାଉଳ, 745 ହେଟ୍ରିକ ଟନ ଡାଲି ସାଢେ 9 ଲକ୍ଷ ପରିବାରଙ୍କୁ ଦିଆସରିଛି । 91 ଲକ୍ଷ ପରିବାରଙ୍କୁ 910 କୋଟି ଟଙ୍କାର ନଗଦ ଏକ ହାଜର ଟଙ୍କା ଦିଆଯାଇଛି । 22 ମାର୍ଚ୍ଚ ପରେ 89 ହଜାର 457 ଜଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ଆଗାମୀ ଦିନ ମାନଙ୍କରେ ଲକ୍ଷ ରହିଛି ଯେ 17 ଜିଲ୍ଲାରେ ରବି ଫସଲ ଉପରେ ନଜର ରହିବ । 2020ର ଅତ୍ୟାବଶ୍ୟକ ଦରଦାମ, ପରିବହନ ବିକ୍ରି ସୁବିଧା ଉପରେ ଧ୍ୟାନ ଦିଆଯାଉଛି ।
କୃଷି ବିଭାଗ
30 ଜିଲ୍ଲାର ନୋଡାଲ ଅଫିସରଙ୍କ ସହ ଘନ ଘନ ବୈଠକ ଅନୁଷ୍ଠିତ ହୋଇଛି । 'ଓଡ଼ିହଟ' ମାର୍କେଟିଂର ଏକ ୱେବସାଇଟରେ ପଞ୍ଜୀକରଣ କରିଛନ୍ତି 72 ଘଣ୍ଟାରେ 500 ବ୍ୟବସାୟୀ ଓ 400 ଚାଷୀ । 171 ଚାଷୀ 3 ହଜାର କୁଇଣ୍ଟାଲରୁ ଅଧିକ କୃଷି ଜାତ ଦ୍ରବ୍ୟ ବିକ୍ରି କରିସାରିଲେଣି । ଏନେଇ ମଧ୍ୟ 9 ହଜାର ବିହନର ବ୍ୟବସ୍ତା କରାଯାଇଛି । ଆମ କୃଷି କାର୍ଯ୍ୟକ୍ରମରେ 796 ଜଣ ଫୋନ ଜରିଆରେ ନିଜର କୃଷି ସମସ୍ୟା ବୁଝିଛନ୍ତି । ଅଣସଟଡାଉନ ଜିଲ୍ଲାରେ 5ହଜାର 508ଟି ବିହନ ଦୋକାନୀ ଓ 11 ହଜର ସାର ଦୋକାନୀ ଖୋଲା ରହିଛି । କାଜୁ ବିକାଶ ନିଗମ ମାଧ୍ୟମରେ 72 ହଜାର ଟନ କଲମି କରିସାରିଲେଣି । 274 ଜଣ ଚାଷୀଙ୍କୁ 2 କୋଟି ଟଙ୍କାର ସପସିଡି ପହଞ୍ଚା ସରିଛି । ବର୍ଷା ଜନିତ ଫସଲ କ୍ଷତି ସମୀକ୍ଷା ପାଇଁ ଏକ କମିଟି ଗଠନ କରାଯାଇଥିବା ବେଲେ ମାଛ ଓ ଗୋପାଳନ ଉପରେ ଅଧିକ ଗୁରୁତ୍ବ ରହିଛି ।
ହାଉସିଂ ଅରବାନ ବିଭାଗ
114ଟି ପୋୖରାଞ୍ଚଳରେ 100 କୋଟି ପ୍ୟାକେଜ ଜରିଆରେ ସାଢ଼େ 4 ଲକ୍ଷ ଲୋକଙ୍କୁ କାମ ଯୋଗାଇବାକୁ ଲକ୍ଷ ରହିଛି । ଆହାର କେନ୍ଦ୍ରମାନଙ୍କୁ 1 ମାସରେ 10 ଲକ୍ଷରୁ ଅଧିକ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ 17.57 ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଇ ଦେଇଛି ଆହାରକେନ୍ଦ୍ର । ସେହିପରି 80 ଲକ୍ଷ 18 ହଜାର ଗ୍ରାମାଞ୍ଚଳରେ ରହିଥିବା ବନ୍ୟପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି । 65 ହଜାର ପଞ୍ଜୀକୃତଙ୍କ ମଧ୍ୟରୁ 30 ହଜାର ଲୋକଙ୍କୁ 3 ହଜର ଟଙ୍କା ହିସାବରେ 12 କୋଟି ଟଙ୍କା ବଣ୍ଟା ସରିଲାଣି ।
ପଞ୍ଚାୟତିରାଜ ବିଭାଗ
7 ହଜାର 102ଟି ମେଡିକାଲ ସେଣ୍ଟର ପ୍ରତି ପଞ୍ଚାୟତରେ ଖୋଲାଯାଇଛି । ସେଥିରେ 2 ଲକ୍ଷ 27 ହଜାର ଶଯ୍ୟା ପ୍ରସ୍ତୁତ କରାଯାଇଛି । ଫେରନ୍ତା ପଞ୍ଜୀକୃତଙ୍କ ପାଇଁ ପାଇଁ 6 ହଜାର 798ଟି ଗ୍ରାମପଞ୍ଚାୟତରେ ରିହବା ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ