ଭୁବନେଶ୍ବର: ପୂର୍ବତନ ଡିଜିପି ଅଭୟ (Former Police DG Abhay ) ଙ୍କୁ ମିଳିଲା ନୂଆ ନିଯୁକ୍ତି । OSSC ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
![https://etvbharatimages.akamaized.net/etvbharat/prod-images/od-bbsr-03-ossc-chairman-7209787_13042022183647_1304f_1649855207_659.jpg](https://etvbharatimages.akamaized.net/etvbharat/prod-images/od-bbsr-03-ossc-chairman-7209787_13042022183647_1304f_1649855207_659.jpg)
ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଛି ନୂଆ ଦାୟିତ୍ବ । OSSC ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ନିଯୁକ୍ତିର ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏଁ ଦାୟିତ୍ବରେ ରହିବେ ଅଭୟ । ପୂର୍ବରୁ ଅଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ନିଶା କାରବାର ରୋକ ନେଇ ଗଠନ ହୋଇଥିବା ଟିମର ଅଧ୍ୟକ୍ଷ ଥିଲେ ଅଭୟ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ