ETV Bharat / city

PCରେ କାନ୍ଦିଲେ ପ୍ରସାଦ: କହିଲେ ମୁଁ ବେପାରୀ ନୁହେଁ ଯେ ଡିଲ୍‌ କରିବି

author img

By

Published : Jan 27, 2022, 1:43 PM IST

Updated : Jan 27, 2022, 2:28 PM IST

୨୦୨୪ରେ ନିର୍ବାଚନ ଲଢିବେନି କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ବିଜେପି ଓ ବିଜେଡିରେ ମିଶିବା ଖବରକୁ ଗୁଜବ କହିଲେ ହରିଚନ୍ଦନ । ଏହାସହ ଦଳୀୟ ନେତାଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହ ପରୋକ୍ଷରେ ନିରଞ୍ଜନଙ୍କୁ କଲେ ଟାର୍ଗେଟ । ସାମ୍ବାଦିକ ସମ୍ମିଳନୀ କରି ଜୋରଦାର ବର୍ଷିଛନ୍ତି ପ୍ରସାଦ । ଅଧିକ ପଢନ୍ତୁ

୨୦୨୪ରେ ନିର୍ବାଚନ ଲଢିବେନି ପ୍ରସାଦ ହରିଚନ୍ଦନ, ପ୍ରେସମିଟ୍‌ରେ କଲେ ଘୋଷଣା

ଭୁବନେଶ୍ବର: ୨୦୨୪ରେ ନିର୍ବାଚନ ଲଢିବେନି ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କଲେ ଖୋଦ୍ କଂଗ୍ରେସ ନେତା । ସେ ୨୦୨୪ରେ ସାଧାରଣ ନିର୍ବାଚନ ଲଢିବେ ନାହିଁ । ହେଲେ ଦଳରେ ରହିବେ ଏବଂ ଦଳ ପାଇଁ ପ୍ରଚାର କରିବେ ବୋଲି କହିବା ସହ ବିଜେଡି ଓ ବିଜେପିରେ ସାମିଲ ହେବା ଖବରକୁ ଗୁଜବ କହିଛନ୍ତି ପ୍ରସାଦ ।

PCରେ କାନ୍ଦିଲେ ପ୍ରସାଦ: କହିଲେ ମୁଁ ବେପାରୀ ନୁହେଁ ଯେ ଡିଲ୍‌ କରିବି

ସତ୍ୟବାଦୀରୁ କଂଗ୍ରେସର କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ ନ କରିବା ନେଇ ପ୍ରସାଦ ବିଜେଡି ସହ ଡିଲ୍ କରିଥିବା ପ୍ରସଙ୍ଗରେ ପରୋକ୍ଷରେ ପିିସିସି ସଭାପତିକୁ କଟାକ୍ଷ କରି କହିଛନ୍ତି, ମୁଁ ବ୍ୟବସାୟୀ ନୁହେଁ ଯେ ଡିଲ୍ କରିବି । ଟିକେଟ୍ ଦେବା ଦାୟିତ୍ବ ପିସିସି ସଭାପତିଙ୍କର । ମୁଁ ଆଶା କରୁଥିଲି ପିସିସି ସଭାପତି ସ୍ପଷ୍ଟୀକରଣ ଦେବେ । ସେ ଅସୁସ୍ଥ ମୁଁ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ପିସିସି ସଭାପତିଙ୍କ ଆଗ୍ରହ ଥିଲା ମୁଁ ସତ୍ୟବାଦୀରୁ ଛିଡା ନ ହୁଏ । ମୁଁ ନିଜେ 2019 ନିର୍ବାଚନ ଲଢ଼ିବା ପାଇଁ ଚାହିଁ ନଥିଲି । ଟିକେଟ ବଣ୍ଟା ଯିବାବେଳେ କଂଗ୍ରେସ ଭବନର ଜଣେ କର୍ମଚାରୀଙ୍କୁ ଟିକେଟ ଦେଇ ମୋ ଘରକୁ ପଠାଗଲା । ମୁଁ କହିଥିଲି ନିର୍ବାଚନ ମଣ୍ଡଳୀ କଥା ବୁଝୁନାହିଁ । ସେଠି ବ୍ଲକ କମିଟି ଓ ପଞ୍ଚାୟତ କମିଟି ନାହିଁ । ଉଦ୍ଦେଶ୍ୟମୂଳକ ବା ଅନ୍ୟକାରଣ ଯୋଗୁଁ ସଂଗଠନ ବଢାଯାଉ ନାହିଁ । ଶେଷରେ ଗୋଟିଏ ଟିକେଟ ଦେଲେ ହେଲେ ଠିକ ସମୟରେ ଦେଲେ ନାହିଁ । ଦାୟିତ୍ୱ କାହା ମୁଣ୍ଡରେ ଲଦା ଯାଏ ନାହିଁ । ଯେଉଁଠି ଆମେ ଲଗାତାର ଭାବେ ଜିତୁଥିଲୁ ସେଠି ଆମେ ଅସ୍ତ୍ର ଛାଡିନାହୁଁ । ମୁଁ ରାଜନୀତିରେ ଥିଲି, ଅଛି ଏବଂ ରହିବି ଏବଂ ଲୋକଙ୍କ ସ୍ବାର୍ଥ ପାଇଁ ସକ୍ରିୟ ଭାବେ କାମ କରିବି ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ ।

ସେ ଆହୁରିମଧ୍ୟ କହିଛନ୍ତି, ମୋର ଖଣି, ଖବରକାଗଜ କି ଟଙ୍କା ନାହିଁ । କୃଷକ ପରିବାରରୁ ଆସି କଠିନ ପରିସ୍ଥିତିରେ କାମ କରିଛି । କଂଗ୍ରେସ ତଳିତଳାନ୍ତ ହେଲାଣି । ଏଭଳି ସମୟରେ କଂଗ୍ରେସ ଏକାଠି ହୋଇ କାମ କରିବା କଥା । ହେଲେ କଂଗ୍ରେସର ଗୋଡ ଛେଚିବା ପାଇଁ ଚେଷ୍ଟା ଚାଲିଛି । ବହୁ କଂଗ୍ରେସ ନେତା ହତୋତ୍ସାହିତ ହୋଇଯାଇଛନ୍ତି । ମୁଁ ଚ୍ୟାଲେଞ୍ଜ କରୁଛି କେହି ଯଦି ବିଜେଡି ସହିତ ମୋର ସମ୍ପର୍କ ବୋଲି କହୁଛନ୍ତି ତେବେ ପ୍ରମାଣିତ କରନ୍ତୁ । ସାମ୍ବାଦିକ ସମ୍ମିଳନୀରେ ଏପରି କାନ୍ଦି କାନ୍ଦି କହିଲେ କଂଗ୍ରେସ ନେତା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 27, 2022, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.