ଭୁବନେଶ୍ବର: ମହଙ୍ଗା ପଡିଲା ଅର୍ଥତତ୍ତ୍ବ ଚିଟଫଣ୍ଡ୍ ପ୍ରୀତିAT Chit fund case) । ସିବିଆଇ ପରେ ଏବେ ପିଛା ଛାଡୁନି ED । ଫଳରେ ଅଡୁଆରେ ପୂର୍ବତନ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ(Former MLA Prabhat Tripathy appears before ED) । ୨ୟ ଥର ପାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇ ୯ଘଣ୍ଟାର ଜେରାର ସାମ୍ନା କରିଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ । ସେ ଶୁକ୍ରବାର ସକାଳ ୧୦ଟା ୧୫ରୁ ଆସିଥିବା ବେଳେ ୭ଟା ୫୦ ପର୍ଯ୍ୟନ୍ତ ଜେରାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।
ଅର୍ଥତତ୍ତ୍ବ ଓ ପ୍ରଭାତଙ୍କ ମଧ୍ୟରେ ହୋଇଥିବା ୪୨ଲକ୍ଷ ଟଙ୍କାର ଆର୍ଥିକ କାରବାରର ଖୋଳତାଡ କରିଛି ED ଟିମ୍ । ତେବେ ପୂର୍ବରୁ ୨୦୧୯ ରେ ଇଡିରେ ହାଜର ହେବା ପରେ ଏନେଇ ତଥ୍ୟ ରଖିଥିଲେ । ହେଲେ ପୁଣି ୨ୟ ଥର ପାଇ ଇଡିରେ ହାଜର ହୋଇ ସେ ନିଜର ଆର୍ଥିକ କାରବାର ତଥ୍ୟ ଦେଇଛନ୍ତି । ଏ ନେଇ ପ୍ରଭାତ କହିଛନ୍ତି ଯେ ପୂର୍ବରୁ ସିବିଆରେ ଚାଲିଥିବା କେସରେ ଇଡି ତଥ୍ୟ ମାଗିଥିଲେ । ଏହି ତଥ୍ୟ ସେ ରଖିଛନ୍ତି ।
ତେବେ ସୂଚନା ମୁତାବକ ୨୦୦୮ରୁ ୨୦୧୧ରେ ଅର୍ଥତତ୍ତ୍ବ ଚିଟଫଣ୍ଡକୁ ଅନୁକମ୍ପା ଦେଖାଇଥିଲେ ତତ୍କାଳୀନ ବିଧାୟକ ପ୍ରଭାତ ତ୍ରିପାଠୀ । ଏପରିକି ବାଙ୍କି ମହୋତ୍ସବରେ ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ବେଷ୍ଟ କର୍ପୋରେଟ ଆଓ୍ବାର୍ଡ ଦେଇଥିଲେ । ଯିଏକି ସେହି ସମୟରେ ବାଙ୍କି ମହୋତ୍ସବର ମୁଖ୍ୟ ଥିଲେ । ତେବେ ସେତେବେଳେ ଏନେଇ ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ଅର୍ଥତତ୍ତ୍ବ ଓ ପ୍ରଭାତଙ୍କ ମଧ୍ୟରେ ହୋଇଥିବା ଆର୍ଥିକ କାରବାର ନେଇ ପୂର୍ବରୁ ସିବିଆଇ ବହୁବାର ସମନ ଓ ଜେରା କରିଥିଲା ।
କିଛି ଠୋସ ପ୍ରମାଣ ଆଧାରରେ ୨୦୧୪ ଅକ୍ଟୋବର ୩୧ରେ ସିବିଆଇ ଗିରଫ କରିଥିଲା । ଏପରିକି ସିବିଆଇ ପ୍ରଭାତଙ୍କ ବିରୋଧରେ ଫାଇଲ କରିଥିବା ଚାର୍ଜସିଟରେ ୪୨ଲକ୍ଷ କାରବାର ହୋଇଥିବା ଦର୍ଶାଇଥିଲା । ପରେ ଜେଲ ଯାଇ ଏନେଇ ୨୦୧୫ରେ ଜାମିନ ପାଇଥିଲେ । ଏପରିକି ଦଳରୁ ବିଦା ହେବାକୁ ପଡିଥିଲା ଅର୍ଥାତ ଦଳ ତାଙ୍କୁ ନିଲମ୍ବିତ କରିଥିଲା । ପରେ ୨୦୧୯ରେ ପୁଣି ଇଡି ସ୍କାନରକୁ ଆସିଥିଲେ । ଆଉ ଦ୍ବିତୀୟ ଥର ପାଇ ପୁଣି ଇଡି ଜେରା କରିବା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇଟିଭି ଭାରତ, ଭୁବନେଶ୍ବର