ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଖୋଲା ଚିଠି, CAA ଓ NPR ପ୍ରତ୍ୟାହାର ଦାବି

author img

By

Published : Jan 18, 2020, 5:34 AM IST

ନାଗରିକ ସଂଶୋଧନ ଆଇନ(ସିଏଏ) ଓ ତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

letter to cm
ଶ୍ରୀକାନ୍ତଙ୍କ CAA ଓ NPR ପ୍ରତ୍ୟାହାର ଦାବି

ଭୁବନେଶ୍ବର: ଦେଶରେ ଲାଗୁ ହୋଇଥିବା ନାଗରିକ ସଂଶୋଧନ ଆଇନ(ସିଏଏ) ଓ ତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏହାକୁ ପ୍ରତ୍ୟାହାର କରିବାକୁ ଶ୍ରୀକାନ୍ତ ଜେନା ଚିଠିରେ ଅନୁରୋଧ କରିଛନ୍ତି । ଦେଶର ସବୁ ବର୍ଗର ଲୋକେ ଏହି ଆଇନକୁ ଘୋର ବିରୋଧ କରୁଛନ୍ତି । ବିଶେଷକରି ଯୁବକଛାତ୍ର ଏହାର ପ୍ରତିବାଦରେ ସମଗ୍ର ଦେଶରେ ସବୁଠୁ ଆଗରେ ରହିଛି । ତେଣୁ ସବୁ ବର୍ଗକୁ ଦେଖି ମୁଖ୍ୟମନ୍ତ୍ରୀ ସିଏଏ ଓ ଏନପିଆରକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଛନ୍ତି ।

letter to cm
ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଖୋଲା ଚିଠି

ଶ୍ରୀକାନ୍ତ ତାଙ୍କ ଚିଠିରେ ଲେଖିଛନ୍ତି ଯେ, "ଭାରତର ସମ୍ବିଧାନ ସ୍ପଷ୍ଟ ଯେ ଧର୍ମକୁ ଭିତ୍ତିକରି କୌଣସି ଆଇନ ପ୍ରଣୟନ କରାଯାଇ ପାରିବନାହିଁ । ସବୁଧର୍ମ, ସବୁବର୍ଣ୍ଣ, ସବୁଭାଷାର ସମନ୍ବୟରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ସମଗ୍ର ବିଶ୍ବରେ ଆମର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଆଜି ସେହି ପରମ୍ପରା ଓ ପରିଚୟକୁ ଲିଭାଇବାକୁ ଏକ ଅପଚେଷ୍ଟା ଚାଲିଛି "।

ଏହି ଆଇନ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ କେବଳ ଉଦ୍ଦିଷ୍ଟ ନୁହେଁ, ଏହି ଆଇନ୍‌ ପ୍ରତ୍ୟେକ ନାଗରିକ ବିଶେଷକରି ଦଳିତ-ଆଦିବାସୀ ଓ ଅନ୍ୟ ଗରିବ ଲୋକଙ୍କୁ ଏକ ଅସ୍ବାଭାବିକ ପରିସ୍ଥିତିକୁ ଠେଲିଦେବ । କେବଳ ଲୋକଙ୍କୁ ବିଭ୍ରାନ୍ତି କରି ଅସଲ ସମସ୍ୟା ଯେପରିକି ବେକାରୀ, ଦରବୃଦ୍ଧି, ଦେଶର ଅର୍ଥନୀତି ଇତ୍ୟାଦି ସ୍ଥିତିରୁ ସରକାର ଏଡାଇ ଯାଉଛନ୍ତି ।

ତେଣୁ ମୋର ଆପଣଙ୍କୁ ଅନୁରୋଧ ଆପଣ ମହାତ୍ମା ଗାନ୍ଧୀ ଓ ଡ଼.ଆମ୍ବେଦକରଙ୍କ ବିଚାର ଧାରାକୁ ସମ୍ମାନ ଦିଅନ୍ତୁ । ସମ୍ବିଧାନକୁ ସମ୍ମାନ ଦିଅନ୍ତୁ । ଆପଣଙ୍କ ପିତା ବିଜୁବାବୁଙ୍କୁ ସମ୍ମାନ ଦିଅନ୍ତୁ । ନଚେତ୍‌ ଭାବିବଂଶଧର ଆପଣଙ୍କୁ କ୍ଷମା ଦେବେ ନାହିଁ । ଆପଣ ନିଜକୁ ସେଥିରୁ କ୍ଷାନ୍ତ ରଖିବେ ବୋଲି ଆଶା କରୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:
CAA, NPR ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଏହାକୁ ପ୍ରତ୍ୟାହାର କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ଦେଶର ସବୁ ବର୍ଗର ଲୋକେ ଏହି ଆଇନକୁ ଘୋର ବିରୋଧ କରୁଛନ୍ତି । ବିଶେଷକରି ଯୁବକଛାତ୍ର ଏହାର ପ୍ରତିବାଦରେ ସମଗ୍ର ଦେଶରେ ସବୁଠୁ ଆଗରେ ।
ଭାରତର ସମ୍ବିଧାନ ସ୍ପଷ୍ଟ ଯେ ଧର୍ମକୁ ଭିତ୍ତିକରି କୌଣସି ଆଇନ ପ୍ରଣୟନ
କରାଯାଇ ପାରିବନାହିଁ । ଏହା ଭାରତର ମୂଳ ଭାବନାର ସମ୍ପୂର୍ଣ୍ଣ ପରିପନ୍ଥୀ ।
ଦେଶର ସ୍ୱାଧିନତା ସଂଗ୍ରାମର ମହାନ ପରମ୍ପରା ହିଁ ସମ୍ବିଧାନ ରଚନାର ଆଧାରଶୀଳା ।
ସବୁଧର୍ମ, ସବୁବର୍ଣ୍ଣ, ସବୁଭାଷାର ସମନ୍ୱୟରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ
ସମଗ୍ର ବିଶ୍ୱରେ ଆମର ଏକ ସ୍ୱତନ୍ତ୍ର ପରିଚୟ । ସ୍ୱାମୀ ବିବେକାନନ୍ଦ
ଆମେରିକାର ଚିକାଗୋ ଧର୍ମସମ୍ମିଳନୀରେ ଭାରତର ମୂଳ ଭାବନାକୁ ସ୍ପଷ୍ଟଭାବେ
ସମଗ୍ର ବିଶ୍ୱ ନିକଟରେ ରଖିଥିଲେ । ବିଶ୍ୱ ଭ୍ରାତୃତ୍ୱର କେନ୍ଦ୍ରବିନ୍ଦୁ ହେଉଛି
ଭାରତବର୍ଷ । ଆଜି ସେହି ପରମ୍ପରା ଓ ପରିଚୟକୁ ଲିଭାଇବାକୁ ଏକ
ଅପଚେଷ୍ଟା ଚାଲିଛି । ଭାରତର ଆତ୍ମା (ଝକ୍ଟଙ୍କକ୍ଷ ଙଲ ଓଦ୍ଭୟସବ)ର ସମାଧି
ଦେବାକୁ ଯେଉଁ ଉଦ୍ୟମ ଚାଲିଛି ତାଌ୰୩୯;ର ବିରୋଧରେ ଆପଣ ଛିଡ଼ାହେବେ
ବୋଲି ଆଶାକରୁଛି ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଭାରତ ଗଡ଼ିବାକୁ
ଡ଼.ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ସମ୍ବିଧାନକୁ
ଧ୍ୱଂସ କରିବାକୁ ଯେଉଁ ଶକ୍ତି ଆଜି ଲାଗିପଡ଼ିଛନ୍ତି ସେହି ଶକ୍ତିଙ୍କ
ନିକଟରେ ଆପଣ କିପରି ମୁଣ୍ଡ ନୁଆଁଇଲେ? ଆପଣଙ୍କ ସରକାର କିପରି
ଚାଲିଛି ବା ଚାଲୁଛି ତାହା ଅଲଗାକଥା - କିନ୍ତୁ କି ମାନସିକତା ଓ
ବିଚାର ଧାରାରେ ଆପଣ ଚାଲୁଛନ୍ତି ; ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିଚାରଧାରାକୁ ଆଧାରକରି ଯଦି ଆପଣଙ୍କ ଦଳ
ଚାଲୁଥାନ୍ତା ତେବେ ଏହି ସମ୍ୱିଧାନ ବିରୋଧୀ ଆଇନକୁ ଆପଣ
ସମର୍ଥନ ଦେଇନଥାନ୍ତେ ।
ଏହି ଆଇନ୍ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟକଙ୍କ
ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ କେବଳ ଉଦ୍ଦିଷ୍ଟ ନୁହେଁ, ଏହି ଆଇନ୍‌
ପ୍ରତ୍ୟେକ ନାଗରିକ ବିଶେଷକରି ଦଳିତ-ଆଦିବାସୀ ଓ ଅନ୍ୟ ଗରିବ ଗୁରୁବା
ଲୋକଙ୍କୁ ଏକ ଅସ୍ୱାଭାବିକ ପରିସ୍ଥିତିକୁ ଠେଲିଦେବ । କାହାପାଖରେ ନିଜର
ଓ ନିଜ ବାପା - ମାଙ୍କର ଜନ୍ମ ସାର୍ଟିଫିକେଟ ଅଛି? ମୋ ପାଖରେ ତ ମୋର
ବାପା-ମାଙ୍କର ଜନ୍ମତାରିଖର ସାର୍ଟିଫିକେଟ ନାହିଁ । ସାଧାରଣ ଲୋକେ
କେଉଁଠୁ ଆଣିବେ? ଏହାର ଆବଶ୍ୟକତା କଣ, କାହିଁକି ଏହି ନାଟକ
ଦେଶରେ ଚାଲିଛି? କେବଳ ଲୋକଙ୍କ ଦୃଷ୍ଟିକୁ ଅନ୍ୟଆଡ଼େ ନେଇ ଅସଲ ସମସ୍ୟା
- ବେକାରୀ, ଦରବୃଦ୍ଧି, ଦେଶର ଅର୍ଥନୀତି ଇତ୍ୟାଦିର ସ୍ଥିତି ଏତେ ଖରାପ ଯେ ସେ

ପ୍ରଶ୍ନ ଲୋକେ ଉଠାଇବା ପୂର୍ବରୁ ଲୋକଙ୍କୁ ଆଉ ଏକ ସମସ୍ୟା ଭିତରକୁ
ଠେଲିଦିଅ ଓ ତାରି ଭିତରୁ ସେମାନେ ନ ବାହାରି ପାରନ୍ତୁ ।
ମୋର ଆପଣଙ୍କୁ ଅନୁରୋଧ ଆପଣ ତୁରନ୍ତ ଉଇଇ ଓ ଘଚଜକୁ
ଦେଇଥିବା ସମର୍ଥନକୁ ପ୍ରତ୍ୟାହାର କରିନିଅନ୍ତୁ । ମହାତ୍ମା ଗାନ୍ଧୀ ଓ
ଡ଼.ଆମ୍ବେଦକରଙ୍କ ବିଚାର ଧାରାକୁ ସମ୍ନାନ ଦିଅନ୍ତୁ । ସମ୍ବିଧାନକୁ ସମ୍ମାନ
ଦିଅନ୍ତୁ । ଆପଣଙ୍କ ପିତା ବିଜୁବାବୁଙ୍କୁ ସମ୍ମାନ ଦିଅନ୍ତୁ । ନଚେତ୍‌
ଭାବିବଂଶଧର ଆପଣଙ୍କୁ କ୍ଷମା ଦେବେ ନାହିଁ । ମୁଖ୍ୟମନ୍ତ୍ରୀତ୍ୱ ବା କୌଣସି ପଦ
ପଦବୀ କାହାପାଇଁ ଚିରସ୍ଥାୟୀ ନୁହେଁ । ମହାତ୍ମା ଗାନ୍ଧୀଙ୍କୁ ୧୯୪୮ରେ ଯେଉଁ
ଶକ୍ତି ହତ୍ୟା କରିଥିଲେ ଆଜି ସେହି ଶକ୍ତି ମହାତ୍ମା ଗାନ୍ଧୀଙ୍କ ବିଚାର ଧାରାକୁ
ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି । ଆପଣ ନିଜକୁ ସେଥିରୁ କ୍ଷାନ୍ତ ରଖିବେ
ବୋଲି ଆଶାକରୁଛି ।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.