ETV Bharat / city

ଦାମଙ୍କ ୟୁ-ଟର୍ଣ୍ଣ, ନବୀନଙ୍କୁ ଭୁରି ଭୁରି କଲେ ପ୍ରଂଶସା - ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରିଷ୍ଠ ନେତା ଦାମୋଦର ରାଉତଙ୍କ ୟୁ-ଟର୍ଣ୍ଣ । ନିକଟରେ ବିଜେପି ଛାଡିବା ପରେ ଦାମ ଏବେ ଫୁଲ ଦମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 26, 2019, 5:23 PM IST

ଭୁବନେଶ୍ବର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ୟୁ-ଟର୍ଣ୍ଣ । ବିଜେଡିରୁ ବହିଷ୍କାର ହେଲା ପରେ ନବୀନ ପଟ୍ଟନାୟକଙ୍କ ସରକାର ଓ ଶାସନକଳକୁ ଗାଳି ଦେଉଥିବା ଦାମ ନିଜ ବୟାନରୁ ଆଜି ପୁରା ଓଲଟି ପଡିଛନ୍ତି । ନିକଟରେ ବିଜେପି ଦଳ ଛାଡିବା ପରେ ଦାମ ଏବେ ଫୁଲ ଦମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏହି ବରିଷ୍ଠ ନେତା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ବିଜେପୁର ଫଳାଫଳ ନେଇ ଦାମ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଞ୍ଚଳିକ ଦଳ ଓ ଆଞ୍ଚଳିକ ନେତାଙ୍କୁ ଲୋକ ଭଲ ପାଆନ୍ତି । ଆଉ ଏହା ପ୍ରମାଣିତ ହୋଇଛି ବିଜେପୁର ଉପ ନିର୍ବାଚନ ଫଳାଫଳରୁ । ଏହା ସହ ନବୀନ ପଟ୍ଟନାୟକ ଅପରାଜେୟ ନେତା ବୋଲି କହିଛନ୍ତି ଦାମ । ଖାଲି ଏତିକି ନୁହେଁ ଓଡ଼ିଶାର ଜନସାଧାରଣ ନବୀନ ବାବୁଙ୍କୁ ପ୍ରିୟ ନେତା ଭାବନ୍ତି ବୋଲି କହିଛନ୍ତି ଦାମ ।

ଓଡ଼ିଶାର ଭୋଟର ଜାତୀୟ ଦଳ ଓ ନେତାଙ୍କ ଅପେକ୍ଷା, ଆଞ୍ଚଳିକ ଦଳକୁ ଅଧିକ ପସନ୍ଦ କରନ୍ତି । ପୂର୍ବରୁ ୨୦୧୪ରେ ଏହା ମଧ୍ୟ ପ୍ରମାଣିତ ହୋଇଥିଲା । ଏପରିକି ସାଧାରଣ ନିର୍ବାଚନର ପୂର୍ବ ଓ ପରେ ହୋଇଥିବା 2ଟି ଉପନିର୍ବାଚନରେ ମଧ୍ୟ ବିଜେଡି ଜିତିଛି ।

ତେଣୁ ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଆତ୍ମସମୀକ୍ଷା କରିବା ଉଚିତ ବୋଲି କହିଛନ୍ତି ଦାମ । ଏହାସହ ବିଜେଡି ଆଡକୁ ଢଳୁଛନ୍ତି କି ବୋଲି ପ୍ରଶ୍ନରେ କହିଥିଲେ 'ମୁଁ କେବେ ବିଜେଡି ପ୍ରତି ବିମୁଖ ଥିଲି କି ? ମୁଁ ବିଜେଡି ଦଳ ଛାଡି ନାହିଁ ,କୌଣସି କାରଣ ନଜାଣି ମୋତେ ଦଳରୁ ବହିଷ୍କାର କରିଛନ୍ତି ବୋଲି କହିଛନ୍ତି ଦାମ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ନବୀନ ଅପରାଜୟ ,ନବୀନ ବାବୁ ଓଡ଼ିଶାର ପ୍ରିୟନେତା:ଦାମ

ବରିଷ୍ଠ ନେତା ଦାମୋଦର ରାଉତଙ୍କ ୟୁ ଟର୍ଣ୍ଣ ।ବିଜେଡିରୁ ବହିଷ୍କାର ହେଲା ପରେ ନବୀନ ପଟ୍ଟନାୟକ ଙ୍କ ସରକାର ଓ ଶାଶନ କଳ କୁ ପାଣି ଗାଳି ଦେଉଥିବା ଦାମ ଆଜି ପୂରା ଓଲଟି ପଡିଛନ୍ତି ।ନିକଟରେ ବିଜେପି ଦଳ ଛାଡିବା ପରେ ଦାମ ଏବେ ଫୁଲ ଦମ୍ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡି କୁ ଭୁରି ପ୍ରଶଂସା କରିଛନ୍ତି ଏହି ବରିଷ୍ଠ ନେତା ।
।Body:ସୂଚନା ଅନୁସାରେ ବିଜେପୁର ଫଳାଫଳ ନେଇ ଦାମ ରାଉତ ପ୍ରତିକ୍ରିୟା, ଦେଇ କହିଛନ୍ତି ଯେ ,ଆଞ୍ଚଳିକ ଦଳ ଓ ଆଞ୍ଚଳିକ ନେତାଙ୍କୁ ଲୋକ ଭଲ ପାଆନ୍ତି ଏହା ପ୍ରମାଣିତ ହୋଇଛି ବିଜେପୁର ଉପ ନିର୍ବାଚନ ଫଳାଫଳରୁ ଜଣାପଡୁଛି ।ଏହା ନବୀନ ନବୀନ ପଟନାୟକ ଅପରାଜୟ ନେତା ରହିଛନ୍ତି ବୋଲି କହିଛନ୍ତି ଦାମ
।Conclusion:ଏହା ଓଡ଼ିଶାର ଜନସାଧାରଣ ନବୀନ ବାବୁଙ୍କୁ ପ୍ରିୟ ନେତା ଭାବନ୍ତି ।
।ଓଡ଼ିଶାର ଭୋଟର ଜାତୀୟ ଦଳ ଓ ନେତା ଙ୍କ ଅପେକ୍ଷା ,ଆଞ୍ଚଳିକ ଦଳ କୁ ଅଧିକ ପସନ୍ଦ କରନ୍ତି ।ପୂର୍ବରୁ ୨୦୧୪ ରେ ମଧ୍ୟ ପ୍ରମାଣିତ ହୋଇଥିଲା ।ଏପରିକି ସାଧାରଣ ନିର୍ବାଚନ ପରେ ହୋଇଥିବା ଦୁଇଟି ଉପନିର୍ବାଚନରେ ମଧ୍ୟ ବିଜେଡି ଜିତିଛି ।ତେଣୁ ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଆତ୍ମ ସମୀକ୍ଷା କରିବା ଉଚିତ ବୋଲି କହିଛନ୍ତି ଦାମ ।ଏହା ସହ ବିଜେଡି ଆଡକୁ ଢାଳୁଛନ୍ତିକି ବୋଲି ପ୍ରଶ୍ନରେ ଉତ୍ତର, ମୁଁ କେବେ ବିଜେଡି ପ୍ରତି ବିମୁଖ ଥିଲି କି ବୋଲି କହି ଓଲଟି ପ୍ରଶ୍ନ କରିଛନ୍ତି ।ମୁଁ ବିଜେଡି ଦଳ ଛାଡି ନାହିଁ ,କୈଣସି କାରଣ ନଜାଣାଇ ମୋତେ ବହିଷ୍କାର କରିଛନ୍ତି ।ବୋଲି କହିଛନ୍ତି ଦାମ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.