ETV Bharat / city

ଚିଟଫଣ୍ଡ ଟଙ୍କାରେ ତେଲୁଗୁ ଫିଲ୍ମ, ରିମାଣ୍ଡରେ ଆସିବେ ଏମଭି ପ୍ରସାଦ

ଖୋଲୁଛି ଆନ୍ଧ୍ରର ପୂର୍ବତନ ବିଧାୟକ ଏମଭି ପ୍ରସାଦଙ୍କ ଠକେଇ ଗୁମର । ଚିଟଫଣ୍ଡ ଟଙ୍କାରେ ତିଆରି କରୁଥିଲେ ତେଲୁଗୁ ଫିଲ୍ମ । ଏମଭି ପ୍ରସାଦଙ୍କ କଳା ସାମ୍ରାଜ୍ୟର ଅଧିକ ଖୋଳତାଡ ପାଇଁ ତାଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ଚିଟଫଣ୍ଡ ଟଙ୍କାରେ ତେଲୁଗୁ ଫିଲ୍ମ, ରିମାଣ୍ଡରେ ଆସିବେ ଆନ୍ଧ୍ର ପୂର୍ବତନ ବିଧାୟକ

author img

By

Published : Sep 8, 2021, 5:36 PM IST

ଭୁବନେଶ୍ବର: ଖୋଲୁଛି ଆନ୍ଧ୍ରର ପୂର୍ବତନ ବିଧାୟକ ଏମଭି ପ୍ରସାଦଙ୍କ ଠକେଇ ଗୁମର । କିପରି ଚିଟଫଣ୍ଡ ଟଙ୍କାରେ ତିଆରି ହେଲା ତେଲୁଗୁ ଫିଲ୍ମ ଏବଂ କିପରି ରାଜନେତାରୁ ସାଜିଥିଲେ ଫିଲ୍ମ ନିର୍ମାତା ସେନେଇ ଖୋଳତାଡ ଆରମ୍ଭ କରିଛି ଅର୍ଥନୈତିକ ଶାଖା । ଗିରଫ ଏମଭି ପ୍ରସାଦଙ୍କ ଆର୍ଥିକ ନେଣଦେଣର ଗୁମର ଖୋଲିବାକୁ ତାଙ୍କୁ ରିମାଣ୍ଡରେ ଅଣାଯିବ । ଏଥିପାଇଁ ପୂର୍ବତନ ବିଧାୟକଙ୍କ ସମ୍ପତ୍ତିର ଯାଞ୍ଚ ଆରମ୍ଭ କରାଯାଇଛି ।

ଚିଟଫଣ୍ଡ ଟଙ୍କାରେ ତେଲୁଗୁ ଫିଲ୍ମ, ରିମାଣ୍ଡରେ ଆସିବେ ଆନ୍ଧ୍ର ପୂର୍ବତନ ବିଧାୟକ

ପୂର୍ବରୁ ଏମଭି ପ୍ରସାଦଙ୍କ ବିରୁଦ୍ଧରେ ଅନ୍ୟ ରାଜ୍ୟରେ ଥିବା ଅଭିଯୋଗ ଆଧାରରେ ସେହି ରାଜ୍ୟର ପୋଲିସ ସହ ଯୋଗାଯୋଗ କରାଯାଇଛି । ଏପରିକି ଆଗରୁ ମଧ୍ୟ ଏମଭି ପ୍ରସାଦ ସିବିଆଇ ଦ୍ବାରା ଗିରଫ ହୋଇଥିବାରୁ ତଦନ୍ତରେ ସିବିଆଇର ସହାୟତା ନିଆଯାଉଛି । ତେବେ ସମ୍ପତ୍ତି ଠାବ କରି ଆଟାଚ କଲେ ଏହାଦ୍ବାରା ଜମାକାରୀ ଟଙ୍କା ଫେରି ପାଇବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

୨୦୦୯ ରୁ ୨୦୧୪ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ଅଫିସ ଖୋଲି ଶୀଘ୍ର ରିଟର୍ଣ୍ଣ ଓ ଭାଇଜାକରେ ଜମି ଦେବା ନେଇ କହି ଏମଭି ପ୍ରସାଦ ଓ୍ବେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ସଂସ୍ଥା ମାଧ୍ୟମରେ ଲୋକଙ୍କଠୁ ଟଙ୍କା ଠକେଇ କରି ବିଳାସବ୍ୟସନରେ ଜୀବନ ବିତାଉଥିଲେ । ଠକେଇ ଟଙ୍କାରେ ଏମଭି ପ୍ରସାଦ ତେଲୁଗୁ ଫିଲ୍ମ ନିର୍ମାଣ କରୁଥିଲେ । ଓଡିଆଙ୍କ ଟଙ୍କାରେ ଆକ୍ସନ ଫିଲ୍ମ ବନାଇ ହେଉଥିଲେ ମାଲମାଲ । ଫିଲ୍ମ ଦୁନିଆ ସହ ରାଜନୈତିକ କ୍ଷେତ୍ରରେ ବେଶ୍ ମାହିର ଥିଲେ ସେ । ତେବେ ତାଙ୍କ ବିରୁଦ୍ଧରେ ଏଯାବତ୍ ୧୫୦ ଡିପୋଜିଟରଙ୍କ ଅଭିଯୋଗ ପହଞ୍ଚି ଥିବାବେଳେ ଆହୁରି ଆଗକୁ ମଧ୍ୟ ଅଭିଯୋଗର ଫର୍ଦ୍ଧ ବଢିପାରେ । ତେଣୁ ତାଙ୍କୁ ରିମାଣ୍ଡ ଆଣି ଅଧିକ ପଚରାଉଚରା କରିବା ପରେ ଆହୁରି ଅନେକ ତଥ୍ୟ ମିଳି ପାରିବ ବୋଲି କହିଛନ୍ତି ଏଡିଜି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.