ଭୁବନେଶ୍ବର: ରାଜ୍ୟରେ ନିୟନ୍ତ୍ରଣାଧୀନ ଜଙ୍ଗଲ ନିଆଁ, ଆଗକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି କର୍ମଚାରୀ । ରାଜ୍ୟରେ ନିୟନ୍ତ୍ରଣାଧୀନ ବନାଗ୍ନି । ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଓ ବନ ବିଭାଗର କର୍ମଚାରୀଙ୍କ ଦ୍ଵାରା 24 ଘଣ୍ଟିଆ ପ୍ରୟାସ ଫଳରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିଛି ବୋଲି କହିଛନ୍ତି ରାଜ୍ୟ ସ୍ବତନ୍ତ୍ର ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।
ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ବନ କର୍ମଚାରୀଙ୍କ କାର୍ଯ୍ୟରେ ରାଜ୍ୟରେ ସୃଷ୍ଟି ହୋଇଥିବା ନିଆଁକୁ ନିୟନ୍ତ୍ରଣାଧୀନ କରାଯାଇଛି । ସ୍ଥାନୀୟ ଜନସାଧାରଣଙ୍କୁ ସଚେତନା କାର୍ଯ୍ୟକ୍ରମ ଓ ସହାୟତା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଜାରି ରହିବ । ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଟିମ ସେମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ବାବଦରେ ସରକାରଙ୍କ ସହ ମଧ୍ୟ କେନ୍ଦ୍ରୀୟ ଟିମ ଆଲୋଚନା କରିଛନ୍ତି । ରାଜ୍ୟ ବନ ନିଆଁ ପରିସ୍ଥିତିକୁ ହ୍ରାସ କରିବା ନିମନ୍ତେ ବନ କର୍ମଚାରିମାନେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବନାଗ୍ନି ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣାଧୀନ ରହିଛି ବୋଲି ନଟାସ୍କଫୋର୍ସ ମୁଖ୍ୟ କହିଛନ୍ତି ।
ସୂଚନାଥାଉକି ଚଳିତବର୍ଷ ଶିିମିଳିପାଳ ଅଭାୟରଣ୍ୟରେ ନିଆଁ ଲାଗି ବିପୁଳ ପରିଣାଣରେ ଜୈବ ବିବିଧତା ନଷ୍ଟ ହେବା ସହ ଜଙ୍ଗଲ ଜୀବଜନ୍ତୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବିପୁଳ ପରିମାଣରେ ଜଙ୍ଗଲରେ ନିଆଁ ଯୋଗୁଁ ବହୁ ପରିମାଣରେ ଜଙ୍ଗଲ ନଷ୍ଟ ହୋଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ