ETV Bharat / city

SDRF ବାବଦକୁ ୬୨୦କୋଟି ୫୦ ଲକ୍ଷ କମ ପାଇଛି ରାଜ୍ୟ

author img

By

Published : Mar 19, 2021, 12:57 PM IST

ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ । ଛଅ ଦିନ ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରୁନଥିବା ଗୃହରେ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ଅମର ଶତପଥୀ । ଅଧିକ ପଢନ୍ତୁ..

ଏସଡିଆରଏଫ ବାବଦକୁ ରାଜ୍ୟ ୬୨୦କୋଟି ୫୦ ଲକ୍ଷ କମ ପାଇଛି

ଭୁବନେଶ୍ବର : ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ । ଛଅ ଦିନ ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ଉପରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରୁନାହାଁନ୍ତି । ଫଳରେ ରାଜ୍ୟ ଉପରେ ଅଯଥା ବୋଝ ପଡୁଛି । ଏନେଇ ଆଜି ପ୍ରଶ୍ନ କାଳରେ ଘମାଘୋଟ ଆଲୋଚନା ହୋଇଛି । ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିଶ କ୍ରମେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର କେନ୍ଦ୍ରର 90 ଓ ରାଜ୍ୟର 10 ପ୍ରତିଶତ ଅଂଶ ରହିଛି । ହେଲେ 2017ରେ କେନ୍ଦ୍ର ଜିଏସଟି ଲାଗୁ ପରେ କେନ୍ଦ୍ର ସରକାର ଏସଡିଆରଏଫ ଅଂଶ ଧନକୁ 75 ଓ 25 ପ୍ରତିଶତ ନିୟମ କରିଛନ୍ତି। ଏଥିପାଇଁ 2015-16 ଓ 19-20 ଆର୍ଥିକ ବର୍ଷରେ ଏସଡିଆରଏଫ ବାବଦକୁ ରାଜ୍ୟ 620 କୋଟି 50 ଲକ୍ଷ କମ ପାଇଛି ବୋଲି ଗୃହରେ ବିଧାୟକ ଅମର ଶତପଥୀ ଓ ପ୍ରଦୀପ ଅମାତ ପ୍ରଶ୍ନ ଉଠାଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.