ETV Bharat / city

ବିଜୁ ଏକ୍ସପ୍ରେସୱେରେ ପଶ୍ଚିମ ଓଡିଶାକୁ ଫୋକସ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁଷ୍ପେନ୍ଦ୍ର - Biju Expressway project

ବିଜୁ ଏକ୍ସପ୍ରେସୱେକୁ ଅର୍ଥ ମଞ୍ଜୁରୀ ପରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ପ୍ରତିକ୍ରିୟା, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ସମ୍ଭବ ହୋଇପାରିଛି ବିକାଶ । ଅଧିକ ପଢନ୍ତୁ...

ବିଜୁ ଏକ୍ସପ୍ରେସୱେରେ ପଶ୍ଚିମ ଓଡିଶାକୁ ଫୋକ୍ସ
ବିଜୁ ଏକ୍ସପ୍ରେସୱେରେ ପଶ୍ଚିମ ଓଡିଶାକୁ ଫୋକ୍ସ
author img

By

Published : Jun 10, 2021, 12:44 PM IST

ଭୁବନେଶ୍ବର: ବିଜୁ ଏକ୍ସପ୍ରେସୱେକୁ ତ୍ଵରିତ ପଥରେ ପରିଣତ କରିବା ସହ ନୂତନ ରାସ୍ତା ଓ ଅନେକ ବୃହତ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହା ପଶ୍ଚିମ ଓଡିଶା ବିକାଶ ପାଇଁ ସମ୍ପ୍ରସାରିତ ସଂଯୋଗୀକରଣ ସହିତ ଶିଳ୍ପର ଅଭିବୃଦ୍ଧି ଓ ସାମଗ୍ରିକ ଅର୍ଥନୈତିକ ଉନ୍ନତି ଯୋଗାଇବ ।

ବିଜୁ ଏକ୍ସପ୍ରେସୱେରେ ପଶ୍ଚିମ ଓଡିଶାକୁ ଫୋକ୍ସ

୧୭୪.୫ କିମି ଦୀର୍ଘ ଏହି ତ୍ଵରିତ ପଥ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଦେଇଯିବ । ଯାହା ରାଜ୍ୟର ଶିଳ୍ପ ତଥା ବାଣିଜ୍ୟର ବିକାଶ ଘଟାଇବ । ଉକ୍ତ ତ୍ଵରିତ ପଥ ପାଇଁ ରାଜ୍ୟ ସରକାର EPC ଚୁକ୍ତିନାମା ମାଧ୍ୟମରେ ୪୪୮.୦୨ କୋଟି ଅର୍ଥ ବ୍ୟୟ କରି ଏହାକୁ ୪ ଥାକିଆ ରାସ୍ତା ନିର୍ମାଣ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ୧୭ ଟି କ୍ଷୁଦ୍ର ପୋଲ ଏବଂ ୮ ବୃହତ ପୋଲ ନିର୍ମାଣ ହେବ । ବିଜୁ ତ୍ବରିତ ପଥର ଘଟିପଡ଼ା ଠାରୁ ସିନାପାଲ୍ଲୀ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାରେ ୧୦୪.୬୫ କିମି ସହିତ ୬ ଟି କ୍ଷୁଦ୍ର ପୋଲ ଓ ୬ ଟି ବୃହତ ପୋଲ ନିର୍ମାଣ ହେବାର ପ୍ରସ୍ତାବ ରହିଛି ।

ସେହିପରି ଉକ୍ତ ତ୍ଵରିତ ପଥର ସିନାପଲ୍ଲୀ ଠାରୁ ଧର୍ମଗଡ ଦେଇ ଆମପାଣି ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ୬୯.୮୫ କିମି ବିଶିଷ୍ଟ ରାସ୍ତା ଓ ତତ୍ ସହିତ ୧୧ ଟି କ୍ଷୁଦ୍ର ପୋଲ ଓ ୨ ଟି ବୃହତ ପୋଲ ନିର୍ମାଣ କରାଯିବ । ଏ ନେଇ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । କଳାହାଣ୍ଡି ବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ପୁଷ୍ପେନ୍ଦ୍ର କହିଛନ୍ତି । ଗମନାଗମନ ସୁବିଧା ହେଲେ ବିକାଶ ତ୍ବରାନ୍ବିତ ହେବ । କଳାହାଣ୍ଡିରେ ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ ଉପଯୋଗୀ ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ବିକାଶ ସମ୍ଭବ ହୋଇଛି ବୋଲି କହିବା ସହ ଜିଲ୍ଲାବାସୀଙ୍କ ତରଫରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.