ETV Bharat / city

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବ ଫ୍ଲାଏଓଭର, କେନ୍ଦ୍ରର ମଞ୍ଜୁରୀ - ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ

ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓଭରବ୍ରିଜ ହେବା ନେଇ କେନ୍ଦ୍ରରୁ ମିଳିଛି ଅନୁମତି । ସମୁଦାୟ 16 କୋଟି 68 ଲକ୍ଷର ବ୍ୟୟ ମଞ୍ଜୁରୀ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ହେବ ଫ୍ଲାଏଓଭର, କେନ୍ଦ୍ରର ମଞ୍ଜୁରୀ

author img

By

Published : Jul 13, 2021, 10:41 PM IST

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଭରବ୍ରିଜ ହେବା ନେଇ କେନ୍ଦ୍ରରୁ ମିଳିଛି ଅନୁମତି । 4 କୋଟି 19 ଲକ୍ଷ ଟଙ୍କା ଓଭର ବ୍ରିଜ ପାଇଁ ବ୍ୟୟମଞ୍ଜୁରୀ ହୋଇଛି । ଅନ୍ୟ ଦୁଇଟି ଅଣ୍ଡର ଭେଇକିଲ ପାସ ପାଇଁ ତାପଙ୍ଗ ଓ ପଲା ତୋଟାପଡାରେ ହେବ ।

ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ହେବ ଫ୍ଲାଏଓଭର, କେନ୍ଦ୍ରର ମଞ୍ଜୁରୀ

ଅଣ୍ଡର ଭେଇକିଲ ପାସ ପାଇଁ ତାପଙ୍ଗରେ 1 କୋଟି 97 ଲକ୍ଷ ଓ ଅନ୍ୟଟି ପଲାତୋଟାପଡ଼ାରେ ୧୦ କୋଟି 52 ଲକ୍ଷ ବ୍ୟୟ ମଞ୍ଜୁରୀ ହୋଇଛି । ପୂର୍ବରୁ ସେତେବେଳେ ସେଠାକାର ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦାବି ହୋଇଥିଲା ।

ଫ୍ଲାଏଓଭର ନିର୍ମାଣ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଅନୁରୋଧ କରିଥିଲେ । ଏଣୁ ଏହି ଓଭର ବ୍ରିଜ ପାଇଁ ଅନୁମତି ମିଳିସାରିଛି । ସମୁଦାୟ 16 କୋଟି 68 ଲକ୍ଷର ବ୍ୟୟମଞ୍ଜୁରୀ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.