ETV Bharat / city

ରାଜଧାନୀ ଉପକଣ୍ଠରେ ପସିଲା ବନ୍ୟା ଜଳ, ହନ୍ତସନ୍ତ ଲୋକେ - ଓଡ଼ିଶା ବନ୍ୟା ଖବର

ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର କଣ୍ଟିଲୋ ଗ୍ରାମରେ ବନ୍ୟା ପରିସ୍ଥିତି । ଟ୍ରାକ୍ଟରରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ । କୌଣସି ସହାୟତା ପହଞ୍ଚିନଥିବା ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା । ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ଥାନୀୟ ସରପଞ୍ଚ । ଅଧିକ ପଢନ୍ତୁ

ରାଜଧାନୀ ଉପକଣ୍ଠରେ ବନ୍ୟା ବିତ୍ପାତ, ଲୋକଙ୍କୁ ମିଳୁନି ସହାୟତା

author img

By

Published : Aug 18, 2022, 9:53 AM IST

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସୁନ୍ଦରପଦା ଅଞ୍ଚଳର କଣ୍ଟିଲୋ ଗ୍ରାମରେ ଦୟାନଦୀର ପଛୁଆ ପାଣି ପସି ସୃଷ୍ଟି କରିଛି ବନ୍ୟା ପରିସ୍ଥିତି । ରାସ୍ତା ଉପରେ ପ୍ରାୟ ୪ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଟ୍ରାକ୍ଟରରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ । କୌଣସି ସହାୟତା ପହଞ୍ଚିନଥିବା ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା । ସେପଟେ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ସରପଞ୍ଚ ।

ରାଜଧାନୀ ଉପକଣ୍ଠରେ ବନ୍ୟା ବିତ୍ପାତ, ଲୋକଙ୍କୁ ମିଳୁନି ସହାୟତା

ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ଯୋଗୁଁ ଘରେ ଓ ଆପାର୍ଟମେଣ୍ଟରେ ପାଣି ପସିଯାଇଛି । ଏଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ତିନିଦିନ ଧରି ପାଣିରେ ଫସି ରହିଛନ୍ତି । ତେବେ ବନ୍ୟାରେ କଲ୍ୟାଣ ପ୍ଳାଜା ଆପାର୍ଟମେଣ୍ଟର ତଳ ଫ୍ଲୋର ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଅନେକ ଲୋକ ଘରଛାଡି ପଳାଇଛନ୍ତି । କିନ୍ତୁ ଯେଉଁ ଲୋକ ରହିଛନ୍ତି ସେମାନେ ପିଇବାକୁ ପାଣି ମଧ୍ୟ ପାଉନାହାନ୍ତି । ତେବେ କିଛି ଲୋକଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି । କିଛି ସ୍ଥାନରେ ଗାଡି ଗୁଡିକ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି ।

ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀଙ୍କୁ ପାଣିରେ ପସି ଯିବାକୁ ପଡୁ଼ଛି । କିଛି ସ୍ଥାନରେ ଛାତ୍ରଛାତ୍ରୀ ଟ୍ରାକ୍ଟରରେ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନର ଦେଖା ମିଳୁନାହିଁ । ଅନ୍ୟପଟେ କଣ୍ଟିଲୋ ଗ୍ରାମର ସରପଞ୍ଚ କିନ୍ତୁ ଆବଶ୍ୟକୀୟ ସୁବିଧା ଓ ସହାୟତା ମିଳୁନଥିବା କଥାକୁ ଖଣ୍ଡନ କରିଛନ୍ତି । ସବୁଠାରୁ ବଡ କଥା ହେଲା ଲୋକମାନେ ତିନିଦିନ ଧରି ଜଳବନ୍ଦୀ ରହିଥିବା କହୁଥିବା ବେଳେ ସରପଞ୍ଚ କିନ୍ତୁ ଗତକାଲିଠୁ ଏମିତି ହେଇଥିବା କହୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.