ଭୁବନେଶ୍ବର: ଭୁବନେଶ୍ବରରୁ ସିଧା ବାରଣାସିକୁ ଆରମ୍ଭ ହେଲା ବିମାନ ଯାତ୍ରା । ଏକାମ୍ରକ୍ଷେତ୍ରରୁ ବାରଣାସି ମାତ୍ର ୧ଘଣ୍ଟା ୫୫ ମିନିଟ। ଅର୍ଥାତ ଭୁବନେଶ୍ବରରୁ ବାହାରିଲେ ୨ ଘଣ୍ଟା ମଧ୍ୟରେ ପହଞ୍ଚିବେ ବାରଣାସୀ।
ଭୁବନେଶ୍ବର ବିମାନବନ୍ଦରରୁ ଧାର୍ମିକକ୍ଷେତ୍ର ବାରଣାସିକୁ ନିତିଦିନିଆ ବିମାନସେବା ଆରମ୍ଭ ହେଲା । ଶନିବାର ବିଜୁପଟ୍ଟନାୟକ ବିମାନବନ୍ଦରରୁ ଆରମ୍ଭ ହୋଇଛି ଦୈନିକ ବିମାନ ଯାତାୟତ ସେବା। ତେବେ ଇଣ୍ଡିଗୋ ଫ୍ଲାଇଟ ପକ୍ଷରୁ ପ୍ରତ୍ୟକ ଦିନ ରାତି ୯ ଟା ୪୫ ରେ ଭୁବନେଶ୍ବରୁ ବାହାରି ରାତି ୧୧ଟା ୪୫ରେ ବାରଣାସୀରେ ପହଞ୍ଚିବ । ସେହିପରି ସେଠାରୁ ପ୍ରତ୍ୟକ ଦିନ ୭ଟା ୩୫ ବାହାରି ଏଠାରେ ୯ଟା ୨୫ରେ ପହଞ୍ଚିବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ