ETV Bharat / city

10 ବର୍ଷରେ ରାଜ୍ୟରେ ଆରମ୍ଭ ହୋଇଛି 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ - ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଗତ 10 ବର୍ଷରେ ରାଜ୍ୟରେ 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଛି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଧାନସଭା ବଜେଟର ଦ୍ବିତୀୟ ଅଧିବେଶନରେ ଏହି ପ୍ରଶ୍ନ ପଚାରିଥିଲେ ମୋହନ ଚରଣ ମାଝୀ ।

10 ବର୍ଷରେ ରାଜ୍ୟରେ ଆରମ୍ଭ ହୋଇଛି 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ

author img

By

Published : Mar 18, 2021, 7:42 PM IST

ଭୁବନେଶ୍ବର: ଗତ 10 ବର୍ଷରେ ରାଜ୍ୟରେ 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଛି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଧାନସଭା ବଜେଟର ଦ୍ବିତୀୟ ଅଧିବେଶନରେ ଏହି ପ୍ରଶ୍ନ ପଚାରିଥିଲେ ମୋହନ ଚରଣ ମାଝୀ ।

ତେବେ ଏହାର ଲିଖିତ ଉତ୍ତରରେ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ...

10 ବର୍ଷରେ ରାଜ୍ୟରେ ଆରମ୍ଭ ହୋଇଛି 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ
10 ବର୍ଷରେ ରାଜ୍ୟରେ ଆରମ୍ଭ ହୋଇଛି 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ

1. ଭଦ୍ରକ-ନିର୍ଗୁଣ୍ଡି 3ୟ ଲାଇନ

2. ଶାଳଗାଁ-ବୁଢାପଙ୍କ 3ୟ ଏବଂ 4ର୍ଥ ଲାଇନ

3. ଜୟପୁର-ନବରଙ୍ଗପୁର

4. ଜୟପୁର-ମାଲକାନଗିରି

5. ବଜୟାନଗରମ୍-ଟିଟିଲାଗଡ଼ 3ୟ ଲାଇନର ପ୍ରକଳ୍ପ ଆରମ୍ଭ ହୋଇଛି ।

ଉପରୋକ୍ତ ସମୟ ରେଳପଥ ଗୁଡିକର ନୂତନ ଭୁଅର୍ଜନ ଆଇନ୍ 2013 ମୁତାବକ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଛି । ଉକ୍ତ ପ୍ରକଳ୍ପ ଗୁଡିକର ରେଟ୍ ଅଫ୍ ରିଟର୍ଣ୍ଣ ହିସାବ କେନ୍ଦ୍ର ରେଳମନ୍ତ୍ରଣାଳୟଙ୍କ ପରିସରଭୁକ୍ତ ।

ସେହିପରି ଜୟପୁର-ମାଲକାନଗିରି ରେଳପ୍ରକଳ୍ପରେ ରାଜ୍ୟ ସରକାର ପ୍ରକଳ୍ପ ଖର୍ଚ୍ଚର 15 ପ୍ରତିଶତ ବହନ କରୁଛନ୍ତି । ଏବଂ ଜୟପୁର-ନବରଙ୍ଗପୁର ରେଳପ୍ରକଳ୍ପରେ ରାଜ୍ୟ ସରକାର ସମସ୍ତ ଜମି ମାଗଣାରେ ପ୍ରଦାନ କରିବା ସହିତ ନିର୍ମାଣ ଖର୍ଚ୍ଚର 50 ପ୍ରତିଶତ ବହନ କରୁଛନ୍ତି ।

ତାଳଚେର-ବିମଳାଗଡ଼ ସମେତ ସମସ୍ତ 14 ଗୋଟି ଚାଲୁ ରହିଥିବା ରେଳପ୍ରକଳ୍ପଗୁଡିକ ରାଜ୍ୟର ସର୍ବାଙ୍ଗ ବିକାଶ ତଥା ଅର୍ଥନୈତିକ ଉନ୍ନତୀକରଣ ନିମନ୍ତେ, ରାଜ୍ୟ ସରକାର ଅଗ୍ରାଧିକାର ହୋଇଛନ୍ତି । ଜମି ଅଧିଗ୍ରହଣ କରାଯାଉଥିବାରୁ ଏହା ବିଳମ୍ବିତ ହେଲାପରି ପରିଲକ୍ଷିତ ହେଉଛି । ରାଜ୍ୟ ସରକାର ବଡବିଲ-ବାଂଶପାଣି ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ନିମନ୍ତେ ବିଚାର କରୁଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.