ETV Bharat / city

ପୂଜା ପୂର୍ବରୁ ଡକାୟତି ଯୋଜନା ପଣ୍ଡ, ପାହାଳ ଅଟଳାରୁ ୫ ଅଭିଯୁକ୍ତ ଗିରଫ - ପୂଜା ପୂର୍ବରୁ ଡକାୟତି ଯୋଜନା ପଣ୍ଡ

ପାହାଳରେ ଡକାୟତି ଯୋଜନା ପଣ୍ଡ । ବଡ଼ଧରଣର ଅପରେସନ ପାଇଁ ଥିଲା ଟାର୍ଗେଟ । ପାହାଳରେ ଚାଲିଥିଲା ଡକାୟତି ପାଇଁ ଯୋଜନା । ଅଧିକ ପଢ଼ନ୍ତୁ

ପୂଜା ପୂର୍ବରୁ ଡକାୟତି ଯୋଜନା ପଣ୍ଡ, ପାହାଳ ଅଟଳାରୁ ୫ ଅଭିଯୁକ୍ତ ଗିରଫ

author img

By

Published : Sep 11, 2022, 9:48 PM IST

ଭୁବନେଶ୍ବର: ପୂଜାରେ ବଡ଼ଧରଣର ଅପରେସନ ପାଇଁ ଥିଲା ଟାର୍ଗେଟ । ଭୁବନେଶ୍ବର ପାହାଳ ସ୍ଥିତ ଅଟଳା ବ୍ରିଜ ଉପରେ ଚାଲିଥିଲା ଡକାୟତି ପାଇଁ ଯୋଜନା। ହେଲେ ମାଡ଼ି ବସିଲା ପୋଲିସ । ଏହି ଘଟଣାରେ ପୋଲିସ ତିନି ଜଣ କୁଖ୍ୟାତ ଡକାୟତ ସହ ୫ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନକଲି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପାହାଳ ଥାନା ପୋଲିସ ।

ସୂଚନା ଅନୁସାରେ, ପାହାଳ ଥାନା ପୁଲିସ ଟିମ ନିଜ ଅଞ୍ଚଳରେ ରାତ୍ରି ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ଏହି ଡକାୟତମାନେ ପାହାଳ ଥାନା ଅନ୍ତର୍ଗତ ଅତଳ ଗଡା ନିକଟରେ ଥିବା ଏକ ନିର୍ମାଣାଧୀନ କୋଠାଘରେ ଏକାଠି ହୋଇ ନିକଟସ୍ଥ ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନା କରୁଥିଲେ । ଯାହା ବିଷୟରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିଲା ପୋଲିସ । ଏହି ସୂଚନାକୁ ଆଧାର କରି ପାହାଳ ଥାନା ପୁଲିସ ଟିମ ଘଟଣାସ୍ଥଳରେ ଚଢଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଲେ ପିଣ୍ଟୁ କୁମାର‌ ଦାସ, ଆୟୁବ ଖାନ, ବଳରାମ ନାୟକ, ସେଖ ସରିଫ, ବିକି ଜେନା । ଅନ୍ୟଜଣେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ ।

ପୂଜା ପୂର୍ବରୁ ଡକାୟତି ଯୋଜନା ପଣ୍ଡ, ପାହାଳ ଅଟଳାରୁ ୫ ଅଭିଯୁକ୍ତ ଗିରଫ

ଛାନଭିନ୍ ସମୟରେ ପୁଲିସ ସେମାନଙ୍କ ନିକଟରୁ ଟୟ ଗନ, ଭୁଜାଲି, ଲଙ୍କାଗୁଣ୍ଡ ପାଉଡର, ଛୁରୀ ଓ ଦୁଇଟି‌ ବାଇକ ସମେତ ୨୧୦୦ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ସଶସ୍ତ୍ର ଡକାୟତି ଲାଗି ସେଠାରେ ଯୋଜନା କରୁଥିବା ପୁଲିସକୁ କହିଥିଲେ । ଅଭିଯୁକ୍ତ ମାନଙ୍କ ମଧ୍ୟରେ ଅଭିଯୁକ୍ତ ପିଣ୍ଟୁ ଦାସ ନାମରେ ପୂର୍ବରୁ ବାଲିଅନ୍ତା ଥାନାରେ ୮ଟି ମାମଲା ରହିଥିବାବେଳେ, ସଦର ଥାନାରେ ୫ଟି, ପାହାଳ ଥାନାରେ ୨ଟି, ଜଗତପୁର ଥାନା ଏବଂ ବରାଙ୍ଗ ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରହିଛି । ସେହିପରି ଅଭିଯୁକ୍ତ ଏସ.କେ ସରିଫ ନାମରେ ପୂର୍ବରୁ ନୟାପଲ୍ଲୀ ଥାନାରେ ଗୋଟିଏ ଓ ବାଲିଅନ୍ତା ଥାନାରେ ମଧ୍ୟ ଗୋଟିଏ ମାମଲା ରହିଛି ।

ସେହିପରି ଅଭିଯୁକ୍ତ ଆୟୁବ ଖାନ ନାମରେ ପୂର୍ବରୁ ସଦର ଥାନାରେ ୫ଗୋଟି ଅପରାଧିକ ମାମଲା ରହିଥିବାବେଳେ ବାଲିପାଟଣା ଥାନା, ଓଲଟପୁର ଥାନା ଏବଂ କ୍ୟାଣ୍ଟନମେଣ୍ଟ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ଅଭିଯୁକ୍ତ ବାବୁ ଖାନ ନାମରେ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ସର୍ବାଧିକ ୧୦ଟି ଅପରାଧିକ ମାମଲା ରହିଥିବାବେଳେ, ଖାରବେଳନଗର ଥାନାରେ ୫ଟି, ନନ୍ଦନକାନନ ଥାନାରେ ୨ଟି, ବାଲିପାଟଣା ଥାନା, ତମାଣ୍ଡୋ ଥାନା, ମଞ୍ଚେଶ୍ଵର ଥାନା, ଚନ୍ଦ୍ରଶେଖରପୁର ଥାନା ଓ ବାଲିଅନ୍ତା ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରହିଛି । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.