ETV Bharat / city

BJP କାର୍ଯ୍ୟକାରୀଣି ପ୍ରଥମ ଦିନ; ଏକାଧିକ ପ୍ରସଙ୍ଗରେ ଚର୍ଚ୍ଚା

author img

By

Published : Nov 23, 2021, 10:49 PM IST

ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀର ପ୍ରଥମ ଦିନ ଶେଷ ହୋଇଛି । ପ୍ରଥମ ଦିନରେ ଆୟୋଜିତ ହେଲା ମାରାଥନ ବୈଠକ। ଅଧିକ ପଢନ୍ତୁ

ବିଜେପି କାର୍ଯ୍ୟକାରୀଣି
ବିଜେପି କାର୍ଯ୍ୟକାରୀଣି

ଭୁବନେଶ୍ବର: ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀର ପ୍ରଥମ ଦିନ ଶେଷ ହୋଇଛି । ପ୍ରଥମ ଦିନରେ ଆୟୋଜିତ ହେଲା ମାରାଥନ ବୈଠକ। ବୈଠକ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।

ବିଜେପି କାର୍ଯ୍ୟକାରୀଣିର ପ୍ରଥମଦିନ; ଏକାଧିକ ପ୍ରସଙ୍ଗରେ ଚର୍ଚ୍ଚା

ବୈଠକ ସମ୍ପର୍କରେ ସୂଚନା ଦେଇ ଲେଖାଶ୍ରୀ କହିଛନ୍ତି ବୈଠକରେ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ଖସଡା। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ସରକାରୀ ଅଧିକାରୀ ନିରବ ସାଜିଛନ୍ତି। ଅପରାଧୀଙ୍କୁ ଘଣ୍ଟ ଘୋଡାଉଛି ପୋଲିସ। ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ। ଏବେ ବି ପିସି କାରବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଜ୍ୟର ଯୁବକମାନେ କାମ ନପାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ସେମାନଙ୍କୁ କାମ ଦେବାରେ ବ୍ୟର୍ଥ। ରାଜ୍ୟର ପ୍ରାକୃତିକ ସମ୍ପଦ ଲୁଟ ହେଉଛି। ସରକାର ନିରବ। ବିଜୁଳି ବିଭ୍ରାଟ ତୀବ୍ର ହେବାରେ ଲାଗିଛି।

ରାଜ୍ୟରେ ବିଜୁଳି ବଳକା ବୋଲି କୁହାଯାଉଥିବା ବେଳେ ଲୋକଙ୍କୁ ଶୋଷଣ କରୁଛନ୍ତି ଘରୋଇ କମ୍ପାନୀ। ସ୍କୁଲରେ ଶିକ୍ଷକ ନାହାଁନ୍ତି। ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ବିଜୁ ସ୍ବାସ୍ଥ୍ୟ ଯୋଜନା ନା ରେ ହରିଲୁଟ ହେଉଛି। ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ହେଲେ ସରକାର ବେଫିକର ରହିଛନ୍ତି। ଏସବୁ ପ୍ରସଙ୍ଗ ଉପରେ ପ୍ରଥମ ଦିନରେ ବ୍ୟାପକ ମାନସ ମନ୍ଥନ ହୋଇଥିବା କହିଛନ୍ତି ଲେଖାଶ୍ରୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.