ETV Bharat / city

ମାନିଲେନି କଟକଣା, ରାଜଧାନୀରେ ଫୁଟିଲା ବାଣ - ରାଜଧାନୀରେ ଫୁଟିଲା ବାଣ

କଟକଣା ମାନିଲେନି ରାଜଧାନୀବାସୀ । ଅନେକ ସ୍ଥାନରେ ଫୁଟିଲା ବାଣ । ଅଧିକ ପଢନ୍ତୁ...

ମାନିଲେନି କଟକଣା
ମାନିଲେନି କଟକଣା
author img

By

Published : Nov 15, 2020, 2:42 AM IST

ଭୁବନେଶ୍ବର: ରାଜଧାନୀରେ ମାନିଲେନି କଟକଣା । ଫୁଟିଲା ବାଣ । କୋରୋନା କାଳରେ ବାଣ ଫୁଟା ଉପରେ ଲାଗିଥିବା କଟକଣା କାମ ଦେଲାନି । ପୋଲିସର କଡା ଚେତାବନୀ ପରେ ବି ବାଣ ଫୁଟାଇଲେ ଅମାନିଆ ।

ମାନିଲେନି କଟକଣା

କୋରୋନା କାଳରେ ଚଳିତ ବର୍ଷ ଦୀପାବଳି ପାଇଁ ସରକାର ଅନେକ କଟକଣା ଜାରି କରିଥିଲେ । ବାଣ ନଫୁଟାଇବା ପାଇଁ କଡା ଚେତାବନୀ ଦିଆଯାଇଥିଲା । ଏହାକୁ ଜଗିବା ପାଇଁ ସମସ୍ତ ଥାନା ଓ 17 ପ୍ଲାଟୁନ ପୋଲିସଙ୍କୁ ଅପରାହ୍ନରୁ ମଧ୍ୟରାତ୍ରୀ ଯାଏ ଆଲର୍ଟ ରହିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ଏସବୁ ସତ୍ତ୍ବେ ମଧ୍ୟ ରାଜଧାନୀରେ ବାଣ ଫୁଟିଥିବା ଦେଖିବାକୁ ମିଳିଛି ।

ଏପରିକି ଲୋକେ ରାସ୍ତା ଉପରେ ବାଣ ଫୁଟାଇ ଏହାର ମଜା ନେଉଥିବା କ୍ୟାମେରାରେ କଏଦ ହୋଇଛି । ବଡ ଲୋକଙ୍କଠୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ବାଣ ଫୁଟାଉଥିବା ଦେଖାଯାଇଛି ।

ଭୁବନେଶ୍ବରର ପ୍ରାୟ ଅନେକ ସ୍ଥାନରେ ଏପରି ହେଉଥିବାବେଳେ କେତେକ ଥାନା ପୋଲିସ ଅମାନିଆଙ୍କୁ ଅଟକାଇଥିବା ଦେଖାଦେଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.