ETV Bharat / city

ସମସ୍ୟାର ହେବ ସମାଧାନ, ଖୁବଶୀଘ୍ର ରାଜ୍ୟକୁ ମିଳିବ ସାର - ସାର

ରାଜ୍ୟରେ ସାର ଅଭାବ ସମସ୍ୟାର ସମାଧାନ ହେବାକୁ ଯାଉଛି । ଖୁବଶୀଘ୍ର ରାଜ୍ୟକୁ ସାର ମିଳିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

ସାର ଅଭାବର ହେବ ସମାଧାନ, ଖୁବଶୀଘ୍ର ରାଜ୍ୟକୁ ମିଳିବ ସାର

author img

By

Published : Aug 3, 2021, 7:54 PM IST

ଭୁବନେଶ୍ବର: କମ ସାର ମିଳୁଥିବାରୁ ରାଜ୍ୟରେ ଚାଷ ସମସ୍ୟା ସୃଷ୍ଟି ହୋଇଛି । ଏ ନେଇ ଚିଠି ଲେଖି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଜେଡି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଚେତିଛନ୍ତି କେନ୍ଦ୍ର ସରକାର । ଖୁବଶୀଘ୍ର ରାଜ୍ୟକୁ ସାର ମିଳିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ସାର ଅଭାବର ହେବ ସମାଧାନ, ଖୁବଶୀଘ୍ର ରାଜ୍ୟକୁ ମିଳିବ ସାର

ଓଡିଶାକୁ ମାସିକ ଆବଣ୍ଟିତ ସାର ତୁଳନାରେ କମ ସାର ପ୍ରଦାନ କରାଯାଉଥିବା ରାଜ୍ୟ ସରକାର ଅଭିଯୋଗ କରିଥିଲେ । ଫଳରେ ରାଜ୍ୟରେ ଚାଷ ଓ ଚାଷୀ ପ୍ରଭାବିତ ହେଉଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛିଦିନ ତଳେ କେନ୍ଦ୍ର କୃଷି ତଥା ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖିଥିଲେ ନବୀନ । ତାହାର କିଛିଦିନ ପୂର୍ବରୁ ସମାନ ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଚିଠି ଲେଖି ଅଭିଯୋଗ କରିଥିଲେ ।

ଚାଷୀମାନଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସେପ୍ଟେମ୍ବର ମାସର କୋଟାର ସାର ସହ ସହ ଅନ୍ୟ ମାସର ବକେୟା ରହିଥିବା ସାର ପ୍ରଦାନ କରିବା ପାଇଁ ରାଜ୍ୟ ଦାବି କରିଥିଲା । ମେ, ଜୁନ ଓ ଜୁଲାଇ ମାସରେ ଆବଣ୍ଟିତଠୁ ବହୁତ କମ ସାର ଆସିଛି । ରାଜ୍ୟ ଆବଣ୍ଟିତ ପରିମାଣର ୬୨ % ୟୁରିଆ ପାଇଥିବା ବେଳେ ଅନ୍ୟ ସାର ୬୦ରୁ ୭୦ ପ୍ରତିଶତ ପାଇଛି । ରାଜ୍ୟ ଦୃଢ଼ ଅଭିଯୋଗ ଆଣିବା ପରେ ଏବେ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

ତୁରନ୍ତ ଓଡ଼ିଶାକୁ ସାର ପଠାଇବା ଲାଗି ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ଖୁବଶୀଘ୍ର ରାଜ୍ୟକୁ ସାର ଆସୁଥିବା କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ । ଯଦି ସାର ଆସିବାରେ ବିଳମ୍ବ ହୁଏ, ତେବେ ବିଭାଗୀୟ ସଚିବଙ୍କୁ ଦିଲ୍ଲୀ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.