ETV Bharat / city

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ରହୁନି ତାଳମେଳ

author img

By

Published : Mar 21, 2022, 10:28 PM IST

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ରହୁନି ତାଳମେଳ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ପଞ୍ଚାନନଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଅଧିକ ପଢ଼ନ୍ତୁ

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ରହୁନି ତାଳମେଳ
ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ରହୁନି ତାଳମେଳ

ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ରହୁନି ତାଳମେଳ । ଏନେଇ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ପଞ୍ଚାନନଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।

ଦେବୀ କହିଛନ୍ତି ଯେ, "କେନ୍ଦ୍ର ଓଡ଼ିଶାକୁ ଲଗାତାର ଭାବେ ଅବହେଳା କରିଆସୁଛି । ଦିଲ୍ଲୀ ସବୁବେଳେ ଓଡ଼ିଶା ପ୍ରତି ଅବିଚାର କରି ଆସିଛି । ସଂଘୀୟ ଢାଞ୍ଚାରେ ଉପା ଥାଉ ଅବା ଏନଡିଏ । ଉପା ସରକାର ବେଳେ ଯେଉଁ ଅବହେଳା ଥଲା ତାହା ଏନଡିଏ ବେଳକୁ ବଦଳିବ ବୋଲି ରାଜ୍ୟର ଆଶା ଥିଲା । ଯେତେବେଳେ ବଜେଟ ହୋଇଥିବା ଟଙ୍କା ଆସେ । ତାହା କେନ୍ଦ୍ର ଯୋଜନା ହେଉ ଅବା କେନ୍ଦ୍ର-ରାଜ୍ୟ ଯୋଜନାରେ ଖର୍ଚ୍ଚ ହୁଏ । ଠିକଣା ସମୟରେ ରାଜ୍ୟକୁ ଅର୍ଥ ଆସେନାହିଁ । ଫଳରେ କ୍ଷେତ୍ରସ୍ତରରେ ତାହା ସଠିକ ଭାବେ ରୂପାୟିତ ହୋଇପାରେନାହିଁ ।"

କ୍ୱାଲିଟେଟିଭ କାର୍ଯ୍ୟ ପାଇଁ କୁହାଯାଏ ଗୋଟେ କଥା, କରାଯାଏ ଆଉ ଗୋଟେ । ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅବହେଳା କରିଆସୁଛି । ପୂର୍ବରୁ ଏହି ଯୋଜନାରେ କେନ୍ଦ୍ର 100 ପ୍ରତିଶତ ଖର୍ଚ୍ଚ କରୁଥିଲା । 2014ରେ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଏହା 60:40 ପ୍ରତିଶତ ହୋଇଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କା ଘର ଯୋଜନା କରାଗଲା । ଆବାସ ଯୋଜନାରେ ଗତ 4 ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 12 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେଥିରୁ ରାଜ୍ୟ ପ୍ରାୟ 6 ହାଜର କୋଟି ଦେଇଛି । ରାଜ୍ୟ ଉପରେ ଏଭଳି ଆର୍ଥିକ ବୋଝ ଲଦି ଦିଆଯାଉଛି ବୋଲି କହିଛନ୍ତ ଦେବୀ ମିଶ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.