ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବ ୨୪ଟି ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟ । ଏନେଇ ଶୁକ୍ରବାର ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।
ଏହି କୋର୍ଟଗୁଡ଼ିକ ରାଜ୍ୟର ଅନୁଗୋଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ, ଢେଙ୍କାନାଳ, ବ୍ରହ୍ମପୁର, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଭବାନୀପାଟଣା, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ଜୟପୁର, ବାରିପଦା, ନବରଙ୍ଗପୁର, ନୟାଗଡ଼, ଫୁଲବାଣୀ, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ମୋଟ ୨୪ଟି ସ୍ଥାନରେ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ଆଇନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସିଭିଲ୍ କୋର୍ଟ ଆଇନ ୧୯୮୪ ଅନୁଯାୟୀ ଉପରୋକ୍ତ କୋର୍ଟଗୁଡ଼ିକ ଜଣେ ଅତିରିକ୍ତ ଜିଲ୍ଲା ଜଜଙ୍କ ଅଧୀନରେ କାର୍ଯ୍ୟ କରିବ ।
ଉଲ୍ଲେଖଯୋଗ୍ୟ ଯେ, ଏହି କୋର୍ଟ ଗୁଡ଼କ ପକ୍ସୋ ଆକ୍ଟ-୨୦୧୨ ସମ୍ବନ୍ଧିତ ଅପରାଧିକ ମାମଲାଗୁଡ଼ିକର ବିଚାର କରିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ