ETV Bharat / city

ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର

author img

By

Published : Sep 23, 2021, 4:56 PM IST

ରାଜ୍ୟର ମୁଖ୍ୟ ସୂଚନା କମିଶନର ହେଲେ ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ଓଡିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ । ଅଧିକ ପଢନ୍ତୁ...

ଜଳଦ କୁମାର ତ୍ରିପାଠୀ
ଜଳଦ କୁମାର ତ୍ରିପାଠୀ

ଭୁବନେଶ୍ବର: ରାଜ୍ୟର ମୁଖ୍ୟ ସୂଚନା କମିଶନର ହେଲେ ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ଓଡିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ ।

ପୂର୍ବତନ ପ୍ରଶାସନିକ ଅଧିକାରୀ ଜଳଦ କୁମାର ତ୍ରିପାଠୀଙ୍କ ହେଲେ ମୁଖ୍ୟ ସୂଚନା କମିଶନର । ଜଳଦଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଜ୍ୟପାଳ । ଏ ନେଇ ଆଜି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବୋଲି ଜଣାପଡିଛି ।

PHOTO
ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର

ଦୁଇ ଦିନ ତଳେ ମୁଖ୍ୟ ସୂଚନା କମିଶନର ନିଯୁକ୍ତି ନେଇ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ଜଳଦଙ୍କ ନା ଉପରେ ମୋହର ବାଜିଥିଲା । ତାଙ୍କ ନିଯୁକ୍ତିରେ ରାଜ୍ୟପାଳଙ୍କ ଅନୁମୋଦନ କରିବା ପରେ ଆଜି ଏନେଇ ଘୋଷଣା ହୋଇଛି । ଅଗଷ୍ଟ ୧୫ ରେ ମୁଖ୍ୟ ସୂଚନା କମିଶନର ଥିବା ସୁନୀଲ ମିଶ୍ର ଅବସର ନେବା ପରେ ଏହି ପଦବୀ ଖାଲି ପଡିଥିଲା ।

୧୯୮୫ ମସିହା ତାମିଲନାଡୁ କ୍ୟାଡର ଓଡିଆ ଆଇପିଏସ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ଗତ ଜୁନ ୩୦ ରେ ସେ ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । କଟକରେ ଜନ୍ମିତ ଜଳଦ ତାମିଲନାଡୁରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ସଫଳତାର ସହ ଦାୟିତ୍ବ ତୁଳାଇଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ତାମିଲନାଡୁର ଦକ୍ଷିଣ ଜୋନ ଆଇଜିପି, କ୍ରାଇମବ୍ରାଞ୍ଚ, ଭଳି ପଦବୀରେ କାମ କରିଛନ୍ତି । ଲୋକସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୮ ରେ ପ୍ରଧାନମନ୍ତ୍ରୀ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ଏହି ଓଡିଆ ଅବସରପ୍ରାପ୍ତ ଆଇପିଏସ ଅଫିସର ।

୧୯୮୫ ମସିହା ତାମିଲନାଡୁ କ୍ୟାଡର ଓଡିଆ ଆଇପିଏସ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ଗତ ଜୁନ ୩୦ ରେ ସେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । କଟକରେ ଜନ୍ମିତ ଜଲଦ ତାମିଲନାଡୁରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦୀବିରେ ରହି ସଫଳତାର ସହ ଦାୟିତ୍ବ ତୁଳାଇଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ତାମିଲନାଡୁର ଦକ୍ଷିଣ ଜୋନ ଆଇଜିପି, କ୍ରାଇମବ୍ରାଞ୍ଚ, ଭଳି ପଦବୀରେ କାମ କରିଛନ୍ତି ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.