ETV Bharat / city

ଫନି ଇଫେକ୍ଟ: ଓଡିଶା ପରେ ଏବେ ପଶ୍ଚିମବଙ୍ଗ ପାଳି

author img

By

Published : May 3, 2019, 8:37 PM IST

ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ପରେ ଏବେ ବାଲେଶ୍ବରରେ ଦେଖିବାକୁ ମିଳିଛି ଫନିର ପ୍ରକୋପ । ପରେ ଏହା ପଶ୍ଚିମବଙ୍ଗ ଆଡକୁ କ୍ରମଶଃ ଗତି କରିବା ନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ସକାଳେ ଓଡିଶା ଛାଡିବ ଫନି। ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ପରେ ଏବେ ବାଲେଶ୍ବରରେ ଦେଖିବାକୁ ମିଳିଛି ଫନିର ପ୍ରକୋପ । ପରେ ଏହା ପଶ୍ଚିମବଙ୍ଗ ଆଡକୁ କ୍ରମଶଃ ଗତି କରିବା ନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଇଏମଡି ଆକଳନ ଅନୁସାରେ, ସକାଳ 8ରୁ10ଟା ଭିତରେ ସୃଷ୍ଟି ଝଡ ଫନିର ବେଗ ଘଣ୍ଟାପ୍ରତି 175 କିମି ରହିଥିଲା । ସେହିପରି ଫନିର ସର୍ବାଧିକ ବେଗ ଘଣ୍ଟାପ୍ରତି 200କିମି ରହିଥିଲା । ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।

କେଉଁଠି ରାସ୍ତା ଉପରେ ଗଛ ଭାଙ୍ଗି ପଡିଛି ତ କେଉଁଠି ଘର । ଏହାସହ ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ ସେବା । ତେବେ ଫନିର ପ୍ରକୋପରେ ଅଧିକ ପ୍ରଭାବିତ ହୋଇଛି ରବି ଫସଲ । ସେହିପରି ଏପର୍ଯ୍ୟନ୍ତ 5ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ତେବେ ସରକାରଙ୍କ ପୂର୍ବ ପ୍ରସ୍ତତି ପାଇଁ 11.59 ଲକ୍ଷ ଲୋକ ସୁରକ୍ଷିତ ରହିଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.