ETV Bharat / city

‘ଫନି’କୁ ବର୍ଷେ, ଏବେ ବି ମନରୁ ଲିଭିନି ସେ ଦୃଶ୍ୟ - fani cyclone

ଫନିକୁ ବର୍ଷେ । 2019 ଠିକ୍ ଆଜିର ଦିନରେ ରାଜ୍ୟରେ ପ୍ରଳୟ ରଚିଥିଲା ‘ଫନି’ । 1999 ମସିହା ମହାବାତ୍ୟା ପରେ ଏଭଳି ଏକ ବଡ ବିପଦକୁ ସାମ୍ନା କରିଥିଲା ଓଡିଶା । ତେବେ ଏହାକୁ ଆଜି ବର୍ଷେ ପୂରିଥିବାବେଳେ ଦେଖନ୍ତୁ କିଛି ମନରୁ ଲିଭି ନଥିବା ଦୃଶ୍ୟ...

fani cyclone complete one year
‘ଫନି’କୁ ବର୍ଷେ, ଏବେ ବି ମନରୁ ଲିଭିନି ସେ ଦୃଶ୍ୟ
author img

By

Published : May 3, 2020, 12:24 PM IST

Updated : May 3, 2020, 8:15 PM IST

ଭୁବନେଶ୍ବର: ଫନିକୁ ବର୍ଷେ । 2019 ଠିକ୍ ଆଜିର ଦିନରେ ରାଜ୍ୟରେ ପ୍ରଳୟ ରଚିଥିଲା ‘ଫନି’ । 1999 ମସିହା ମହାବାତ୍ୟା ପରେ ଏଭଳି ଏକ ବଡ ବିପଦକୁ ସାମ୍ନା କରିଥିଲା ଓଡିଶା । ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ପୁରୀ ଓ ଭୁବନେଶ୍ବରକୁ କରିଥିଲା ଛାରଖାର । ଗାଁଠୁ ସହର ସବୁକିଛି ଫନି ଫଣାରେ ଧ୍ବଂସ ବିଧ୍ବଂସ ହୋଇଯାଇଥିଲା ।

‘ଫନି’କୁ ବର୍ଷେ, ଏବେ ବି ମନରୁ ଲିଭିନି ସେ ଦୃଶ୍ୟ

ବଡ ବଡ ଗଛଠୁ ଆରମ୍ଭ କରି ବିଦ୍ୟୁତ୍‌ ଖୁଣ୍ଟ ରାସ୍ତାରେ ଶୋଇଯାଇଥିଲା । ହଜାର ହଜାର ଲୋକ ବାସହରା ହୋଇଯାଇଥିଲେ । ତେବେ ଆଜି ଫନିକୁ ବର୍ଷେ ପୂରିଥିବାବେଳେ ଆଜି ବି ଲୋକଙ୍କ ମନରୁ ଲିଭିନି ସେ କରାଳ ଦୃଶ୍ୟ । ପୁରୀରେ ଲ୍ୟାଣ୍ଡଫଲ କରିବା ପରେ ପୁରୀ-କୋଣାର୍କ ବାଲୁଖଣ୍ଡ ସଂରକ୍ଷିତ ଅଭୟାରଣ୍ୟରେ ହଜାର ହଜାର ଗଛ ଉପୁଡି ପଡିଥିଲା । ଶ୍ରୀହୀନ ହୋଇଥିଲା ଶ୍ରୀକ୍ଷେତ୍ର । ରାଜଧାନୀରେ ରାଜ କରୁଥିଲା ଫନି । କେଉଁଠି ଘର ଭାଙ୍ଗୁଥିଲା ତ କେଉଁଠି ମୋବାଇଲ ଟାୱାର ଖୁଣ୍ଟି ।

ମଣିଷ ସହ ହଜାର ହଜାର ବନ୍ୟଜନ୍ତୁ ବି ଏହି ଫନି ଦାଉରୁ ରକ୍ଷା ପାଇନଥିଲେ । ଫନିର ଦୁର୍ଦ୍ଦଶା ସେମାନଙ୍କୁ ସହିବାକୁ ପଡିଥିଲା । ତେବେ ଫନି ପାଇଁ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲା । ହେଲେ ରାଜ୍ୟରେ 64 ଜଣଙ୍କ ଜୀବନ ନେଇଯାଇଥିଲା ଏହି ଫନି । ଫନି ପରେ ସରକାରଙ୍କ ତତ୍ପରତା ଅଧିକ ପ୍ରକାଶ ପାଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ସବୁକିଛି ପୂର୍ବାବସ୍ଥାକୁ ଫେରାଇଆଣିବା ଲାଗି ସରକାର ଅଣ୍ଟା ଭିଡିଥିଲେ । ଆଉ ମାସ କେଇଟା ଭିତରେ ପୁଣି ପୁରୀ ଓ ଭୁବନେଶ୍ବରକୁ କିଛି ମାତ୍ରାରେ ପୂର୍ବାବସ୍ଥାକୁ ଫେରାଇ ଆଣିଥିଲେ ସରକାର ।

ତେବେ ଏବେ ବି ଅନେକ ଲୋକ ଫନିର ଫଣାରୁ ମୁକୁଳି ପାରିନାହାଁନ୍ତି । ଏବେ ବି ଅନେକ ଘର ସେପରି ଭଙ୍ଗା ଅବସ୍ଥାରେ ପଡିଛି । ଯାହାକୁ ସରକାର ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2020, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.