ETV Bharat / city

ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା, ଆରମ୍ଭ ହେଲା କୃଷକ ତାଲିକା ରାଜନୀତି

author img

By

Published : May 15, 2021, 4:20 PM IST

ଶୁକ୍ରବାର କେନ୍ଦ୍ର ସରକାର ପିଏମ-କିଷାନ ପରେ ରାଜ୍ୟ ସରକାର କାଳିଆ ଯୋଜନାରେ ଟଙ୍କା ପ୍ରଦାନ କରିଛନ୍ତି । ତେବେ କୃଷକଙ୍କ ତାଲିକା ନେଇ ଏବେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି । ଭୂମିହୀନ ଓ ଭାଗଚାଷୀଙ୍କୁ ପିଏମ-କିଷାନରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ଦାବି କରୁଥିବା ବେଳେ ତାଲିକା ମାଗିଛି କେନ୍ଦ୍ର । ସେପଟେ ଉଭୟ ସରକାର ଚାଷୀଙ୍କୁ ନେଇ ରାଜନୀତି ନକରିବା ଲାଗି କହିଛି କଂଗ୍ରେସ । ଅଧିକ ପଢନ୍ତୁ...

famers-list-tension-in-state
ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା, ଆରମ୍ଭ ହେଲା କୃଷକ ତାଲିକା ରାଜନୀତି

ଭୁବନେଶ୍ବର: କୃଷକଙ୍କ ସମସ୍ୟା ସମାଧାନ ଲାଗି ଗତକାଲି (ଶୁକ୍ରବାର) କେନ୍ଦ୍ର ସରକାର ପିଏମ-କିଷାନ ପରେ ରାଜ୍ୟ ସରକାର କାଳିଆ ଯୋଜନାରେ ଟଙ୍କା ପ୍ରଦାନ କରିଛନ୍ତି । ତେବେ କୃଷକଙ୍କ ତାଲିକା ନେଇ ଏବେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି । ଭୂମିହୀନ ଓ ଭାଗଚାଷୀଙ୍କୁ ପିଏମ-କିଷାନରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ଦାବି କରୁଥିବା ବେଳେ ତାଲିକା ମାଗିଛି କେନ୍ଦ୍ର । ସେପଟେ ଉଭୟ ସରକାର ଚାଷୀଙ୍କୁ ନେଇ ରାଜନୀତି ନକରିବା ଲାଗି କହିଛି କଂଗ୍ରେସ ।

ରାଜ୍ୟ କୃଷି ବିଭାଗ ଉପଦେଷ୍ଟା କୃତିବାସ ପାତ୍ର କହିଛନ୍ତି ଯେ, ଶୁକ୍ରବାର 920 କୋଟି ଟଙ୍କା ରାଜ୍ୟର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ମିଳିଛି । ଏହି ଟଙ୍କା ଚାଷୀମାନଙ୍କ ପାଇଁ ଏକ ବରଦାନ ସଦୃଶ । ପିଏମ କିଷାନ ଯୋଜନାରେ ଖୁଦ୍ର, ନାମମାତ୍ର ଏବଂ ଭୂମିହୀନଚାଷୀଙ୍କୁ ସାମିଲ କରନ୍ତୁ ବୋଲି କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପାଖରେ ଦାବି କରୁଛନ୍ତି କୃତିବାସ ।

ବିଜେଡିର ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଚାଷୀଙ୍କୁ 6 ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ସେହି କ୍ରମରେ ଗତକାଲି (ଶୁକ୍ରବାର) ଅଷ୍ଟମ କିସ୍ତିରେ ଦେଶର 9 କୋଟି 50 ଲକ୍ଷ ଚାଷୀଙ୍କୁ 19 ହଜାର କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ତାଲିକା ଦେଲେ କେନ୍ଦ୍ର ପଇସା ଦେବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି । ବିଜୁ ଜନତା ଦଳ ବାରମ୍ବାର ଅଭିଯୋଗ ଭୂମିହୀନ ଓ ଭାଗ ଚାଷୀଙ୍କୁ ଏଥିରେ ସାମିଲ କରାଯାଉ । ଓଡିଶାରେ କେତେ ଭୂମିହୀନ ଚାଷୀ ଓ ଭାଗଚାଷୀ ଅଛନ୍ତି ତାର ସଠିକ ଆକଳନ ରାଜ୍ୟ ସରକାର ଏଯାବତ କରିନାହାନ୍ତି । କେନ୍ଦ୍ର ସରକାର ପାଖରେ ଟଙ୍କାର ଅଭାବ ନାହିଁ, ରାଜ୍ୟ ସରକାର ଯେତେ ଚାଷୀଙ୍କ ତାଲିକା ସେ ସମସ୍ତ ଚାଷୀଙ୍କୁ ବର୍ଷକୁ 6 ହଜାର ଟଙ୍କା ଲେଖାଏଁ ମିଳିବ । ଭାଗ ଏବଂ ଭୂମିହୀନ ଚାଷୀ ଛାଡି ମଧ୍ୟ ଅନେକ ଚାଷୀ ଅଛନ୍ତି । ରାଜ୍ୟ ସରକାର ତାର ତାଲିକା କାହିଁକି ଦେଉ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ରାଜ୍ୟ ସମସ୍ତ ଖୁଦ୍ର, ନାମମାତ୍ର ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରଦୀପ ।

ସେପଟେ ଚାଷୀଙ୍କ ତାଲିକା ନେଇ ରାଜ୍ୟ ଓ କେନ୍ଦ୍ରକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସନ୍ତୋଷ କହିଛନ୍ତି ଯେ, ରାଜ୍ୟ ସରକାର ଦେଇଥିବା ସମସ୍ତ ତଥ୍ୟକୁ କେନ୍ଦ୍ର ସରକାର ମାନନ୍ତୁ । ନଚେତ କେନ୍ଦ୍ର ସରକାର ନିଜସ୍ୱ ଟିମ ଗଠନ କରି ତାଲିକା ପ୍ରସ୍ତୁତ କରନ୍ତୁ । ଯଦି ତାହା ନକରନ୍ତି ତାହାଲେ ଏହା ଓଡ଼ିଶାର କୃଷକଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ରଖି ରାଜନୀତି କରୁଥିବା ଗ୍ରହଣ କରିବାକୁ ହେବ । ପୂର୍ବରୁ ରାଜ୍ୟ ସରକାର 51 ଲକ୍ଷ ଚାଷୀ ଥିବା କହିଥିଲେ । ତେବେ ଏବେ 42 ଲକ୍ଷ ଚାଷୀଙ୍କ କଥା କହୁଛି ରାଜ୍ୟ । ଏହି ତାଲିକା କେନ୍ଦ୍ର ସରକାରଙ୍କୁ ରାଜ୍ୟ ଦେଇଦେବା କଥା । ଏଥିରେ କ୍ଷୁଦ୍ର ଚାଷୀ, ଭାଗଚାଷୀ ସମସ୍ତେ ଉପକୃତ ହେବେ । ଉଭୟ ସରକାର ଚାଷୀଙ୍କୁ ନେଇ ରାଜନୀତି ନକରିବା ଉଚିତ ବୋଲି ସନ୍ତୋଷ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.