ଭୁବନେଶ୍ବର: ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧିଲା ପୋଲିସ । ଜୋର ଜବରଦସ୍ତି ଲୋକଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗରେ ଜଣେ ସିକ୍ୟୁରିଟି ଗାର୍ଡକୁ ବାନ୍ଧିଛନ୍ତି ପୋଲିସ ।
ସୂଚନା ଅନୁଯାୟୀ, ଦିଲ୍ଲିପ ପ୍ରଧାନ ନାମକ ସିକ୍ୟୁରିଟି ଗାର୍ଡ ପାତ୍ରପଡା, ଜାଗମରା ଓ ସଁପୁର ଅଞ୍ଚଳରେ ଥିବା ଏଟିଏମର ସୁପରଭାଇଜ ଦାୟିତ୍ବରେ ଥିଲା। ସେହିଠାରୁ ଏପରି ଦାଦାବଟି ଆଦାୟର ଟେକନିକ ଆରମ୍ଭ କରିଥିଲା ଦିଲ୍ଲୀପ। ସେ ବହୁତ ଦିନରୁ ଏଟିଏମ ସାମ୍ନାରେ ଗାଡି ରଖୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରୁଥିଲା ।
ଏହିପରି ଫାଇନ ଆଳରେ ସେ ଆଇଗେଣିଆର ହେମନ୍ତ ସୁନ୍ଦରରାୟ ନାମକ ଜଣେ ବ୍ୟକ୍ତିଙ୍କୁ ୧୫୦୦ ଟଙ୍କା ମାଗିଥିଲା । ହେମନ୍ତ ବଟି ଦେବାକୁ ରାଜି ନହେବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୋର ଜବରଦସ୍ତ ସେ ଟଙ୍କା ନେଇଥିଲା ।
ଏନେଇ ହେମନ୍ତ ଥାନାରେ ଅଭିଯୋଗ କରିବା ପରେ ଓରିୟନ ଫାସିଲିଟିଜ ମାନେଜମେଣ୍ଟ ପ୍ରାଇଭେଟ ଲିମିଟେଡର ସିକ୍ୟୁରିଟ ଗାର୍ଡ ଦିଲ୍ଲିପ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ