ETV Bharat / city

ନକଲି ଡାକ୍ତର ରମେଶ ସ୍ବାଇଁର ଫିଟୁଛି ଗୁମର, ମାଟ୍ରିମୋନିଆଲ ସାଇଟକୁ ପୋଲିସର ଚିଠି - ନକଲି ଡାକ୍ତର ରମେଶ ସ୍ବାଇଁ ଗିରଫ ମାମଲା

ଏକାଧିକ ଝିଅଙ୍କୁ ଫସାଇ ବିବାହ କରିବା ଅଭିଯୋଗରେ ଗିରଫ ରମେଶ ସାହୁ ଖୋଲିଥିବା ମାଟ୍ରିମୋନିଆଲ ସାଇଟକୁ ଚିଠି ଲେଖିଲା ପୋଲିସ । ଅଧିକ ପଢନ୍ତୁ

ନକଲି ଡାକ୍ତର ରମେଶ ସ୍ବାଇଁର ଫିଟୁଛି ଗୁମର, ମାଟ୍ରିମୋନିଆଲ ସାଇଟକୁ ପୋଲିସର ଚିଠି

author img

By

Published : Mar 17, 2022, 9:06 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଫୁଟୁଛି ଗୁମର । ଏକାଧିକ ମହିଳାଙ୍କୁ ଫସାଇ ବିବାହ କରିବା ଏବଂ ସେମାନଙ୍କୁ ଲୁଟ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ରମେଶଙ୍କ ଡ୍ରାଇଭରକୁ ଥାନାରେ ଅଟକ ରଖିଛି ପୋଲିସ । ଏଥିସହ ଅଧିକ ତଥ୍ୟ ପାଇଁ ରମେଶ ଖୋଲିଥିବା ଭିଭିନ୍ନ ମାଟ୍ରିମୋନିଆଲ ସାଇଟକୁ ଚିଠି ଲେଖିଛି ପୋଲିସ ।

ନକଲି ଡାକ୍ତର ରମେଶ ସ୍ବାଇଁର ଫିଟୁଛି ଗୁମର, ମାଟ୍ରିମୋନିଆଲ ସାଇଟକୁ ପୋଲିସର ଚିଠି

ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ବିଳମ୍ବିତ ରାତିରେ ରମେଶର ଡ୍ରାଇଭରକୁ ନୟାଗଡ ରଣପୁରରୁ ଉଠାଇ ଆଣି ଥାନାରେ ଅଟକ ରଖିଛି ମହିଳା ଥାନା ପୋଲିସ । ଡ୍ରାଇଭର ଚିତ୍ତ ରଞ୍ଜନ ପଟ୍ଟନାୟକ ରମେଶର ସମସ୍ତ ଠକେଇରେ ସାମିଲ ଥିବା ଜଣାପଡିଛି । ରମେଶକୁ ଡାକ୍ତର ଭାବେ ବିଭିନ୍ନ ସ୍ଥାନରେ ପରିଚୟ ଦେଉଥିଲା ଡ୍ରାଇଭର ଚିତ୍ତ । କେବଳ ଏତିକି ନୁହେଁ ରମେଶର ସମସ୍ତ ବିବାହରେ ବରଯାତ୍ରୀ ହେଉଥିଲା ।

ଏଥିସହ ରମେଶ ବାରମ୍ବାର ଆଇଡି ବଦଳାଇ ମାଟ୍ରିମୋନିଆଲ ସାଇଟରେ ଅଲଗା ଅଲଗା ପ୍ରୋଫାଇଲ କରି ଝିଅଙ୍କୁ ଫସାଉଥିଲା । ଏଥିରେ ବି ଚିତ୍ତରଞ୍ଜନର ସମ୍ପୃକ୍ତି ରହିଛି । ଅଧିକ ତଥ୍ୟ ପାଇଁ ପୋଲିସ ପଚରା ଉଚରା କରୁଥିବାବେଳେ ସବୁ ମାଟ୍ରିମୋନିଆଲ ସାଇଟକୁ ରମେଶର ତଥ୍ୟ ଜାଣିବା ପାଇଁ ଚିଠି ଲେଖିଛି ବୋଲି ଏସିପି ସଞ୍ଜୀବ ଶତପଥୀ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.