ଭୁବନେଶ୍ବର: କଥାରେ ଅଛି ମୁଁ ୯୯ ରାଣୀର ରଜା...ମତେ ୧୦୦ ପଡିଛି ଖୋଜା। ଠିକ୍ ଏମିତି ଢଙ୍ଗରେ ଚେହେରା ଆଳରେ ଯୁବତୀଙ୍କୁ ମୋହରା କରୁଥିଲା କଟକର ଯୁବକ ପ୍ରଭାସ ଦାସ । ଲୁଟ କରିବାର ନୂଆ ଫଣ୍ଡା ଆପଣାଇ ଶେଷରେ ଧରାପଡିଛନ୍ତି ଯୁବକ । ଜଣେ ନୁହଁ କି ୨ ଜଣ ନୁହଁ ୧୫୦ ଜଣ ଯୁବତୀଙ୍କୁ ମୋହରା ବନାଇ ଲୁଟ କରିଥିଲେ ଯୁବକ (young boy cheated many girls ) । ଆଉ ମାଧ୍ୟମ ଥିଲା ଫେସବୁକ । ଫେସବୁକରେ ନିଜର ସୁନ୍ଦର ସୁନ୍ଦର ଫଟୋ ଅପଲୋଡ କରି ଯୁବତୀଙ୍କୁ ପ୍ରେମଜାଲରେ ଫସାଉଥିଲେ ।
କାହାକୁ ଡାକ୍ତର ତ ଆଉ କାହାକୁ ମଡେଲର ଓ ପୁଣି କାହାକୁ ଆର୍କିଟେକ୍ଚରର ପରିଚୟ ଦେଇ ମାଟ୍ରିମୋନିଆଲ ସାଇଟରେ ଅନେକ ଯୁବତୀଙ୍କ ସହ ଡେଟ କରୁଥିଲେ। ଏହାପରେ ଠକାମି ଜାଲ ବିଛାଇବା ଆରମ୍ଭ କରିଦେଉଥିଲେ ଠକ ପ୍ରେମିକ । ପ୍ରଥମେ ସପିଂ କରିବା ବାହାନାରେ ମଲ ନେଇଯାଉଥିଲେ । ଏହାପରେ ଡ୍ରେସ କିଣାଇବା ବାହାନାରେ ଯୁବତୀ ଟ୍ରାଏଲ ରୁମରେ ଥିବା ବେଳେ ସେମାନଙ୍କ ଭ୍ୟାନିଟି ଓ ମୋବାଇଲ ନେଇ ଚମ୍ପଟ ମାରୁଥିଲେ ।
ଏଭଳି ଢଙ୍ଗରେ ଭବାନି ମଲରେ ଜଣେ ଯୁବତୀଙ୍କୁ ଲୁଟ କରିବା ବେଳେ ବେଳେ ଧରାପଡିଥିଲେ ପ୍ରଭାସ । ଏହାପରେ ସହିଦନଗର ପୋଲିସ ତାଙ୍କୁ ଗିରଫ କରିଛି (sahid nagar police arrested Prabhas)। ପ୍ରଭାସ ଦାସଙ୍କ ଘର କଟକ ବଡମ୍ବା ଥାନା ବିଦାରପୁର ବୋଲି ଜଣାପଡିଛି। ତେବେ ଅଭିଯୁକ୍ତଙ୍କ ନାରେ ଖାରବେଳନଗର ଥାନାରେ ଅଭିଯୋଗ ରହିଥିବା ଜଣାପଡିଛି । ପୁର୍ବରୁ ୨୦୨୧ରେ ବାଦାମବାଡି ଥାନାରେ ଏଭଳି ଅଭିଯୋଗ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଭାସ । ଏହାପରେ ଜେଲ ରୁ ବାହାରି ଏହିପରି ଢଙ୍ଗରେ ଠକାମି କରୁଥିବା ପୋଲିସ ଜାଣିବାକୁ ପାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ