ETV Bharat / city

ସୋସିଆଲ ମିଡିଆରେ ବାତ୍ୟା ଖବର ସମ୍ପୂର୍ଣ ଗୁଜବ: ଏସଆରସି

author img

By

Published : Oct 25, 2019, 3:07 PM IST

ସୋସିଆଲ ମିଡିଆରେ ଆଉ ଏକ ବାତ୍ୟା ମାଡି ଆସୁଥିବା ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆରସି । ସାମାଜିକ ଗଣମାଧ୍ୟମରେ ବୁଲୁଥିବା ବାତ୍ୟା ଖବର ସମ୍ପୂର୍ଣ ଗୁଜବ ଓ ଏହାକୁ ବିଶ୍ବାସ ନକରିବାକୁ ପରାମର୍ଶ । ଅଧିକ ଖବର ପଢନ୍ତୁ...

ସୋସିଆଲ ମିଡିଆରେ ବାତ୍ୟା ଖବର ସମ୍ପୂର୍ଣ ଭାବେ ଗୁଜବ: ଏସଆରସି

ଭୁବନେଶ୍ବର: ଏବେ ସୁଦ୍ଧା ଫନି ବାତ୍ୟାର ଭୟ ଲୋକଙ୍କ ମନରୁ ଲିଭିନି। ଏହି ପ୍ରଳଙ୍କାରୀ ବାତ୍ୟାରେ ଉଜୁଡା ଘରେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସଜଡା ହୋଇନଥିବା ବେଳେ ଆଉ ଏକ ବାତ୍ୟା ପାଇଁ ଖବର ଘୂରି ବୁଲିଲାଣି। ଯାହାକୁ ନେଇ ଲୋକେ ପୁଣି ଆତଙ୍କିତ ହେଲେଣି । ଏହି ଖବରକୁ ନେଇ ଚର୍ଚ୍ଚା ମଧ୍ୟ ଯୋର ଧରିଛି । ମାତ୍ରା ଡ଼ରିବାର କୌଣସି କାରଣ ନାହିଁ । ତାହା ଏହା ଏକ ‘ଗୁଜବ’ ଓ ଉଡା ଖବର ବୋଲି ଏସଆରସି ସୂଚନା ଦେଇଛନ୍ତି।

ଗତ 24 ଘଣ୍ଟା ମଧ୍ୟରେ 3ଟି ଜିଲ୍ଲାରେ 200 ମିଲିମିଟର ବର୍ଷା ଏବଂ 8 ଟି ଜିଲ୍ଲାରେ 100 ମିମିରୁ ଅଧିକ ବର୍ଷା ରେକର୍ଡ ହେଇଛି। ଭଦ୍ରକରେ 152ମିମି , ପୁରୀ 135ମିମି ,କଟକ 130 ମିମି ବାଲେଶ୍ବରରେ 128 ମିମି, ଦୁଇ ଦିନ ଭିତରେ ଭୁବନେଶ୍ବରରେ 253 ମିମି ବର୍ଷା ରେକର୍ଡ ହେଇଛି ।

ବନ୍ୟା ପରିସ୍ଥିତି କୌଣସି ନଦୀରେ ନାହିଁ ବୋଲି ଏସଆରସି କହିଛନ୍ତି। କେବଳ ଜଳକା ଓ କାଶୀ ନଦୀରେ ଟିକେ ବିପଦ ସଙ୍କେତ ଉପରେ ଜଳ ଅଛି। ଏହାସହ ଗଜପତି ଜିଲ୍ଲାରେ ଘରଭାଙ୍ଗି ଯାଇଥିବା ଲୋକଙ୍କୁ ଘର ନିର୍ମାଣ ନେଇ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁବାର କେନ୍ଦୁଝର ହରିଚନ୍ଦନପୁର ବ୍ଲକରେ କାନ୍ଥପଡି ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ସୋସିଆଲ ମିଡିଆରେ ଆଉ ଏକ ବାତ୍ୟା ମାଡି ଆସୁଥିବା ଖବର ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆରସି । ସାମାଜିକ ଗଣମାଧ୍ୟମରେ ବୁଲୁଥିବା ବାତ୍ୟା ଖବର ସମ୍ପୂର୍ଣ ଭାବେ ଗୁଜବ ଏହାକୁ ବିଶ୍ବାସ ନକରିବାକୁ ପରାମର୍ଶ । ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ତାହା ଧର୍ତ୍ତବ୍ୟ ଅପରାଧ। ଏଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ଲୋକଙ୍କୁ ଭୟବୀତ ନକରିବାକୁ ନିବେଦନ। ଏହାସହ ବାତ୍ୟା ଆସିଲେ ପାଣିପାଗ ଓ ଏସଆରସି ଖବର ଦେବ ବୋଲି କହିଛନ୍ତି । ତେଣୁ ଆସନ୍ତାକାଲି(ଶନିବାର) ଠାରୁ ସ୍କୁଲ ଖୋଲା ରହିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଗତ 24 ଘଣ୍ଟା ମଧ୍ୟରେ 3ଟି ଜିଲ୍ଲାରେ 200 ମିଲିମିଟର ବର୍ଷା ଏବଂ 8 ଟି ଜିଲ୍ଲାରେ 100 ମିମି ରୁ ଅଧିକ ବର୍ଷା ରେକର୍ଡ ହେଇଛି ।ଭଦ୍ରକ ରେ 152ମିମି ,ପୁରୀ 135ମିମି ,କଟକ 130 ମିମି ବାଲେଶ୍ୱରରେ 128 ମିମି,
Body:ଦୁଇ ଦିନ ଭିତରେ ଭୁବନେଶ୍ୱରରେ 253 ମିମି ବର୍ଷା ରେକର୍ଡ ହେଇଛି ।ବନ୍ୟା ପରିସ୍ଥିତି କୋଉଠି କୌଣସି ନଦୀରେ ନାହିଁ ବୋଲି ଏସଆରସିଙ୍କ ସୂଚନା ।କେବଳ ଜଳକା ଓ କାଶୀ ନଦୀରେ ଟିକେ ବିପଦସଙ୍କେତ ଉପରେ ଜଳ ଅଛି ଏହା ସହ ,ଗଜପତି ଜିଲ୍ଲାରେ ଘରଭାଙ୍ଗି ଯାଇଥିବା ଲୋକଙ୍କୁ ଘର ନିର୍ମାଣ ନେଇ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ।,ଗତକାଲି କେଓଁଝର ହରିଚନ୍ଦନପୁର ବ୍ଲକରେ କାନ୍ଥପଡି ଜଣଙ୍କର ମୃତ୍ୟୁ ହୋଇଛି ।ଏହା ସହ ଗତକାଲି ଠାରୁ ସୋସିଆଲ ମିଡିଆରେ ଆଉ ଏକ ବାତ୍ୟା ମାଡି ଆସୁଥିବା ଗୁଜୁଇ ଉପରେ ପ୍ରତିକ୍ରିୟା ରଖିଛନ୍ତି ଏସଆରସି ।
ସାମାଜିକ ଗଣ ମାଧ୍ୟମରେ ବୁଲୁଥିବା ବାତ୍ୟା ସମ୍ପୂର୍ଣ ଭାବେ ଗୁଜବ,ବିଶ୍ୱାସ ନକରିବାକୁ ପରାମର୍ଶ ।ଯେଉଁ ମାନେ ଭାଇରାଲ କରୁଛନ୍ତି ଏହା ଏକ ଧର୍ତବ୍ୟ ଅପରାଧ ।ଏଭଳି କାର୍ଯ୍ୟ ରୁ ନିବୃତ୍ତ ରୁହନ୍ତୁ ।Conclusion:ଲୋକ ମାନଙ୍କୁ ପାନିକ୍ ନକରିବା କୁ ନିବେଦନ ।ଏହା ସହ ବାତ୍ୟା ଆସିଲେ ପାଣିପାଗ ଓ ଏସଆରସି ଖବର ଦେବ ବୋଲି କହିଛନ୍ତି ।ଏବେ କୈଣସି ବାତ୍ୟା ହେବାର ସମ୍ଵାବନା ନାହିଁ ବୋଲି ଏସଆରସି ସୂଚନା ଦେଇଛନ୍ତି ।ଏହା ସହ ଆସନ୍ତା କାଲି ଠାରୁ ସ୍କୁଲ ଖୋଲା ରହିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.