ଭୁବନେଶ୍ବର: ଅବସର ନେବାର କିଛି ଘଣ୍ଟା ପରେ ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ବ । ଷ୍ଟେଟ୍ ନାର୍କୋଟିକ ଡ୍ରଗ୍ସ ସମ୍ପର୍କିତ ଟାସ୍କ ଫୋର୍ସ ଅଧ୍ୟକ୍ଷ (chairman of the state task force for Narcotic drugs related issues) ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପଦବୀ ମୁଖ୍ୟ ଶାସନ ସଚିବ ପାହ୍ୟା ସହିତ ସମାନ ।
ଆଜି(ଶୁକ୍ରବାର) କଟକ ପୋଲିସ ମୁଖ୍ୟାଳୟରୁ ପୋଲିସ ଡିଜି ପଦବୀରୁ ଅବସର ନେଇଥିଲେ ଅଭୟ । ସେ ଅବସର ନେବା ପରେ ୧୯୮୭ ବ୍ୟାଚ୍ ଆପିଏସ୍ ଅଧିାକାରୀ ସୁନୀଲ ବଂଶଲ ନୂଆ ଡିଜିପି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ