ETV Bharat / city

ଆସନ୍ତା 3 ବର୍ଷରେ ଓଡ଼ିଶା ହେବ ପୂର୍ବ-ଉତ୍ତରପୂର୍ବ ଭାରତର ଡାଟା ସେଣ୍ଟର ହବ୍

author img

By

Published : Apr 19, 2022, 10:13 PM IST

ଓଡ଼ିଶା ଡାଟା ସେଣ୍ଟର ପଲିସି-2022କୁ ନେଇ ଈଟିଭି ଭାରତରେ ଆଇଟି, ଇଲେକ୍ଟ୍ରୋନିକ୍ସ, ସାଇନ୍ସ ଓ ଟେକ୍ନୋଲୋଜି ବିଭାଗ ସଚିବ ମନୋଜକୁମାର ମିଶ୍ରଙ୍କ ସହ ଓଡ଼ିଶା ବ୍ୟୁରୋ ଚିଫ୍ ରୁଦ୍ରନାରାୟଣ ଦାସଙ୍କ ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ପଢନ୍ତୁ

ଆସନ୍ତା 3 ବର୍ଷରେ ଓଡ଼ିଶା ହେବ ପୂର୍ବ-ଉତ୍ତରପୂର୍ବ ଭାରତର ଡାଟା ସେଣ୍ଟର ହବ୍: ମନୋଜ କୁମାର ମିଶ୍ର

ଭୁବନେଶ୍ବର: ଓଡ଼ିଶାର ଏକ ବଡ଼ ବିଶେଷତ୍ବ ହେଉଛି, ଆମ ଭଳି ସୁଯୋଗ ଥିବା ରାଜ୍ୟ ନାହିଁ । ଆମେ ବିଦ୍ୟୁତ ଶକ୍ତିରେ ବଳକା ରାଜ୍ୟ । ଓଡ଼ିଶାରେ ପାଣିର ଅଭାବ ନାହିଁ ଏବଂ ମାନବ ସମ୍ବଳର ମଧ୍ୟ ଅଭାବ ନାହିଁ । ଏ ସବୁକୁ ଦେଖିଲେ ଆସନ୍ତା 2ରୁ 3 ବର୍ଷ ମଧ୍ୟରେ ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତର ଡାଟା ସେଣ୍ଟର ହବ୍ ଓଡ଼ିଶା ହୋଇପାରିବ । ଏ ସବୁ ଜିନିଷ ଦେଖି ଆମେ ଡାଟା ସେଣ୍ଟର ପଲିସି ଆଣିଛୁ । ଯାହାକୁ ଦେଖି ନିବେଶକମାନେ ପ୍ରୋତ୍ସାହିତ ହେବେ ଓଡ଼ିଶାରେ ଡାଟା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ପୁଞ୍ଜି ବିନିଯୋଗ କରିବେ । ଓଡ଼ିଶା ଡାଟା ସେଣ୍ଟର ପଲିସି-2022କୁ ନେଇ ଇଟିଭି ଭାରତରେ ଆଇଟି, ଇଲେକ୍ଟ୍ରୋନିକ୍ସ, ସାଇନ୍ସ ଓ ଟେକ୍ନୋଲୋଜି ବିଭାଗ ସଚିବ ମନୋଜକୁମାର ମିଶ୍ରଙ୍କ ସହ ଓଡ଼ିଶା ବ୍ୟୁରୋ ଚିଫ୍ ରୁଦ୍ରନାରାୟଣ ଦାସଙ୍କ ସ୍ବତନ୍ତ୍ର ସାକ୍ଷାତକାର ।

ପ୍ରଶ୍ନ-ରାଜ୍ୟ ସରକାର ନିକଟରେ ଡାଟା ସେଣ୍ଟର ପଲିସି 2022 ଆଣିଛନ୍ତି, ଆଗରୁ ଆମ ପାଖରେ ଉନ୍ନତ ICT, BPO, ESDM ପଲିସି ଥିଲା । ନୂଆ ଡାଟା ସେଣ୍ଟର ପଲିସିର କଣ ବିଶେଷ ଆବଶ୍ୟକତା ରହିଥିଲା, ଏହା ମାଧ୍ୟମରେ ରାଜ୍ୟ ସରକାର କେଉଁ ଲକ୍ଷ ହାସଲ କରିବାକୁ ଚାହୁଁଛନ୍ତି ?

ଉତ୍ତର- ଆଇଟି ସ୍ପେସଟି ଗୋଟିଏ ଜିନିଷରେ ସିମିତ ନାହିଁ । ଆଜିକାଲି ଆପଣ ଦେଖୁଥିବେ ସଫ୍ଚୱର, ହାର୍ଡୱାର, ବିପିଓ ସବୁ ଜିନିଷ ଆଇଟି ମଧ୍ୟରେ ଆସୁଛି । ଯେତେବେଳେ ଆମର ଆଇଟି ପଲିସି 2014ରେ ବନିଥିଲା ସେତେବେଳେ ଆଇଟି ଏତେ ବିକଶିତ ହେଇନଥିଲା, କାରଣ ଆବଶ୍ୟକତା ଏତେ ବଢ଼ିନଥିଲା, ଯାହା ଏବେ ବଢ଼ିଛି, ବିଶେଷକରି କୋଭିଡ ମହାମାରୀ ପରେ । ଆମେ ଏବେ ଦେଖୁଛେ ହାର୍ଡୱାର ଯେତିକ ଗୁରୁତ୍ବପୂର୍ଣ୍ଣ ସଫ୍ଟୱାର ସେତିକି ଗୁରୁତ୍ବପୂର୍ଣ୍ଣ, ତାର ପ୍ରୋସେସିଂ ସେତିକି ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ଭାରତ ସରକାରଙ୍କ ଡାଟା ପଲିସି ଷ୍ଟାଣ୍ଡିଂ କମିଟିରେ ବିଚାରାଧୀନ ଅଛି । ପଲିସିର ସାରମର୍ମ ଯାହା ଜଣାପଡୁଛି ସମୟ ଆସିବ ଯେତେବେଳେ ଭାରତର ଡାଟା ଭାରତରେ ରହିବ । ବର୍ତ୍ତମାନ ଯେଉଁ ସବୁ ବଡ଼ ଡାଟା ସେଣ୍ଟର ରହିଛି ତାହା ୟୁରୋପ, ୟୁଏସ୍‌ରେ ରହିଛି ଯାହାକୁ ଆମେ ବ୍ୟବହାର କରୁଛୁ । ଯଦି ତାହା ବନ୍ଦ ହେବ, ତାହା କେତେବଡ଼ ପ୍ରୋତ୍ସାହନ ହେବ ଏକ ଇଣ୍ଡଷ୍ଟ୍ରୀ ପାଇଁ, ତାହା ହେଉଛି ଡାଟା ସେଣ୍ଟର ପଲିସିର ଆଭିମୁଖ୍ୟ । ରାଜ୍ୟ ସରକାର ଡାଟା ସେଣ୍ଟର ପାଇଁ ଏକ ସ୍ବତନ୍ତ୍ର ପଲିସି ଆଣିଛନ୍ତି । ଆମର ଯାହା ଲକ୍ଷ୍ୟ ରହିଛି ଯେତେବେଳେ ଡାଟା ସେଣ୍ଟର ଡିମାଣ୍ଡ ବଢି ବଢିଚାଲିଛି ସେତେବେଳେ ରାଜ୍ୟ ମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରିବେ। ଓଡ଼ିଶାର ଏକ ବଡ଼ ବିଶେଷତ୍ବ ରହିଛି, ପୂ୍ର୍ବ ଭାରତରେ ଆମ ଭଲି ରାଜ୍ୟ ନାହିଁ । ଆମେ ବିଦ୍ୟୁତ ଶକ୍ତି ବଳକା ରାଜ୍ୟ, ଓଡ଼ିଶାରେ ପାଣିର ଅଭାବ ନାହିଁ ଏବଂ ମାନବ ସମ୍ବଳର ଅଭାବ ନାହିଁ । ଏସବୁକୁ ଦେଖିଲେ ଓଡ଼ିଶା 2ରୁ 3 ବର୍ଷ ମଧ୍ୟରେ ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତର ଡାଟା ସେଣ୍ଟର ହବ୍ ହୋଇପାରିବ । ଏସବୁକୁ ଦେଖି ଆମେ ଏକ ଡାଟା ସେଣ୍ଟର ପିଲିଛି ଆଣିଛୁ ଯାହାକୁ ଦେଖି ନିବେଶକ ମାନେ ପ୍ରୋତ୍ସାହିତ ହେବେ ଓଡ଼ିଶାରେ ଡାଟା ସେଣ୍ଟର ପ୍ରତିଷ୍ଠା କରିବେ ।

ପ୍ରଶ୍ନ- ଡାଟା ସେଣ୍ଟର ପଲିସି ମାଧ୍ୟମରେ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଥିବା କମ୍ପାନୀ ମାନଙ୍କ ପାଇଁ କଣ ବିଶେଷ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ?

ଉତ୍ତର- ଯେତେବେଳେ ଆମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ କୌଣସି ପଲିସି ଆଣିବାକୁ କୁହନ୍ତି ଆମେ ସେମିତି ପଲିସି ବନାଉନାହିଁ, ଏଥିପାଇଁ ବିଭିନ୍ନ ପଯ୍ୟାୟରେ ତର୍ଜମା ହୁଏ, ଦେଶର ବିଭିନ୍ନ ରାଜ୍ୟର କଣ ପଲିସି କରିଛନ୍ତି ତାହା ସବୁ ତର୍ଜମା ହୁଏ, ବେଷ୍ଟ ଇନ୍ ଇଣ୍ଡିଆ ପଲିସି ହେଲେ ଆମେ ଏହା ଆଣିପାରୁ, ଆମର ଲକ୍ଷ୍ୟ ରୁହେ ଯେଉଁ ପଲିସି ଆସିବ ଫଳପ୍ରଦ ହେବ । ଓଡ଼ିଶା ଡାଟା ସେଣ୍ଟର ପଲିସି 2022 ଆମେ କହିପାରିବୁ ଦେଶର କୌଣସି ପଲିସିଠାରୁ ଏହା ସର୍ବୋକୃଷ୍ଟ । ଏଥିରେ ଆମେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ବ୍ୟବସ୍ଥା ରହିଛି । ଏହାର ମୁଖ୍ୟ 5ରୁ 6ଟି ବିନ୍ଦୁ ଉପରେ ମୁଁ କହିବି ଯାହା କୌଣସି ବି ନିବେଶକଙ୍କୁ ଆକର୍ଷିତ କରିବ ।

ସୂଚନା ପାଇଁ ପ୍ରଥମେ କହିବି ପୁଞ୍ଜି ବିନିଯୋଗ ପ୍ରସ୍ତାବ ପାଇଁ ଆମେ ଡାଟା ସେଣ୍ଟରକୁ 2 ଭାଗରେ ବିଭକ୍ତ କରିଛୁ । ଗୋଟିଏ ଏକକ ଡାଟା ସେଣ୍ଟର ଓ ଅନ୍ୟଟି ଡାଟା ସେଣ୍ଟର ପାର୍କ । ବଡ଼ କଥା ହେଲା ଏହା ଖର୍ଚ୍ଚ ବହୁଳ ପ୍ରକଳ୍ପ । ତେଣୁ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ନିବେଶକଙ୍କ ପ୍ରୋତ୍ସାହନ ପାଇଁ ଆମେ ଏକକ ଡାଟା ସେଣ୍ଟର ପାଇଁ 20 ପ୍ରତିଶତ ଓ ଡାଟା ସେଣ୍ଟର ପାର୍କ ପାଇଁ 25 ପ୍ରତିଶତ, ସର୍ବାଧିକ 25 କୋଟି ପର୍ଯ୍ୟନ୍ତ ରାଜ୍ୟ ସରକାର ରିହାତି ଦେଉଛନ୍ତି । ଏହାବାଦ ଜାଗା କିସମ ପରିବର୍ତ୍ତନ ପାଇଁ ସମସ୍ତ ଖର୍ଚ୍ଚ ଛାଡ଼ କରିଛନ୍ତି ରାଜ୍ୟ ସରକାର । ଯେଉଁ ଜମି ଯୋଗାଇ ଦିଆଯିବ ତାହା ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆଯାଉଥିବା ଆଇପିଆର ମୂଲ୍ୟରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ଦିଆଯିବ, ଯାହା ବଜାର ମୂଲ୍ୟର 50 ପ୍ରତିଶତ ହେବ । ତେଣୁ କମ୍ ଦାମରେ ଜମି, ଏବଂ ଜମିର ଅଧିଗ୍ରହଣ ପାଇଁ ଆନୁସଙ୍ଗିକ ଖର୍ଚ୍ଚ ରହିବ ନାହିଁ, ପୁଞ୍ଚି ବିନିଯୋଗ ଉପରେ ରିହାତି । ଏବଂ ପ୍ରକଳ୍ପ ପାଇଁ କମ୍ପାନୀ ମାନେ ଯେଉଁ ଋଣ ଆଣିବେ ତାର ସୁଧର 5 ପ୍ରତିଶତ 7 ବର୍ଷ ପାଇଁ ରାଜ୍ୟ ସରକାର ଭରଣା କରିବେ ।

ଏହା ସହ ଡାଟା ସେଣ୍ଟର ପାଇଁ ସବୁଠୁ ଅଧିକା ଆବଶ୍ୟକତା ରହେ ବିଜୁଳିର । ଆମେ ଗୋଟିଏ ବିଜୁଳି ବଳକା ରାଜ୍ୟ । ତେଣୁ ପ୍ରକଳ୍ପ ପାଇଁ ଇନସ୍ପେକସନ ଚାର୍ଜ, ଇଲେକ୍ଟ୍ରିସିଟି ଡ୍ୟୁଟି ଆମେ 5ରୁ 7 ବର୍ଷ ପାଇଁ ବିଭିନ୍ନ ପ୍ରକାର ଡାଟା ସେଣ୍ଟର ପାଇଁ ଛାଡ଼ କରିଛୁ । ଏହାସହ ମାନବ ସମ୍ବଳ କ୍ଷେତ୍ରରେ ଯେପରି ଓଡ଼ିଆ ଯୁବକ ଯୁବତୀ ନିଯୁକ୍ତି ପାଇବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କୌଣସି ଡାଟା ସେଣ୍ଟରରେ ନିଯୁକ୍ତ ଥିବା ପ୍ରତ୍ୟେକ ଓଡ଼ିଆ ଯୁବକ ଯୁବତୀ ପାଇଁ ମୁଣ୍ଡ ପିଛା ବାର୍ଷିକ 8 ହଜାର, ମହିଳା, ଏସସି, ଏସଟି, ଦିବ୍ୟାଙ୍ଗଙ୍କ ପାଇଁ ମୁଣ୍ଡ ପିଛା ବାର୍ଷିକ 10 ହଜାର ଟଙ୍କା 5 ବର୍ଷ ପାଇଁ ଭରଣା କରିବେ ରାଜ୍ୟ ସରକାର । ତେଣୁ ଏହି ପିଲିସ ଅନୁଯାୟୀ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହିଭଳି 17ଟି ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ଯାହା ନିବେଶକଙ୍କ ଆକର୍ଷିତ କରିବ । ଦେଶର ସବୁ ବିଭିନ୍ନ ରାଜ୍ୟରେ ଯେତେ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ସବୁଠୁ ବେଶୀ ଓଡ଼ିଶାର ଡାଟା ସେଣ୍ଟର ପଲିସିରେ ରହିଛି । ତେଣୁ ଆମେ ଏହାକୁ ଭାରତର ସର୍ବୋତ୍କୃଷ୍ଟ ପଲିସି ବୋଲି ଦାବି କରୁ ।

ପ୍ରଶ୍ନ- ଆମେ ଦେଶରେ ଯଦି ଟପ୍ ଡାଟା ସେଣ୍ଟର ମାର୍କେଟ ଦେଖୁ ଚେନ୍ନାଇ, ମୁମ୍ବାଇ, ବାଙ୍ଗାଲୋର, କୋଲକତା, ପୁଣେ, ଦିଲ୍ଲୀ ଏନସିଆର ରହିଛି, ରାଜ୍ୟ ସରକାର ଲକ୍ଷ ରଖିଛନ୍ତି ଦେଶର 5ଟି ଡାଟା ସେଣ୍ଟର ଡେଷ୍ଟିନେସନ ମଧ୍ୟରେ ଓଡ଼ିଶାକୁ ସ୍ଥାନିତ କରାଇବେ । ଏହି ଲକ୍ଷ୍ୟ କେତେ ବାସ୍ତବ ?

ଉତ୍ତର- ଯେତେବେଳେ ଆମେ ପଲିସି କରିଥାଉ ତାହା ସଫଳ ହେଲା କି ନାହିଁ ସେନେଇ ନିଜକୁ ନିଜେ ଏକ ଟାର୍ଗେଟ ଦେଇଥାଉ । ଆମେ ଯେଉଁ ଟାର୍ଗେଟ ରଖିଛୁ 5 ବର୍ଷରେ ଟପ୍ 5 ରାଜ୍ୟରେ ଆସିବୁ ତାହା ବାସ୍ତବିକତା ଉପରେ ଆଧାରିତ । ଏହା ନୁହେଁ ଯେ କେବଳ ରାଶି ପ୍ରୋତ୍ସାହନ ଦେଲେ ନିବେଶକ ଆସିବେ, କାରଣ ଆଗକୁ ଅନ୍ୟ ରାଜ୍ୟ ମାନେ ମଧ୍ୟ ଆମ ଭଳି ସୁବିଧା ଦେଇପାରିନ୍ତି । ବଡ଼ କଥା ହେଉଛି ଓଡ଼ିଶାରେ ଭିତ୍ତିଭୂମି ଡାଟା ସେଣ୍ଟର ପାଇଁ କଣ ରହିଛି । ଯେପରି ପ୍ରଥମ କହିଥିଲି ଡାଟା ସେଣ୍ଟର ପାଇଁ ମୁଖ୍ୟତ 2ଟି ଜିନିଷ ଆବଶ୍ୟକତା ରହିଛି ଜମିକୁ ଛାଡ଼ି, ତାହା ହେଉଛି ବିଦ୍ୟୁତ ଶକ୍ତିର ଆବଶ୍ୟକତା ଓ ପାଣି । ଆମ ରାଜ୍ୟ 3ଟି କ୍ଷେତ୍ରରେ ବଳକା ରାଜ୍ୟ । ଆପଣ ଯଦି ଦେଖିବେ ବମ୍ବେ ପୁନେରେ ଯେଉଁ ଡାଟା ସେଣ୍ଟର ହୋଇଥିଲା ତାର କାରଣ ଅଲଗା ଥିଲା । ସେଠାରେ ଅଣ୍ଡର ସି କେବୁଲ ଲାଣ୍ଡି ସେଣ୍ଟର ଅଛି, ବ୍ୟାଙ୍କି ସେବା, ଷ୍ଟକ୍ ମାର୍କେଟ ପାଇଁ ଆବଶ୍ୟକ ହେଉଥିବା ଅତ୍ୟଧିକ ଡାଟା ପାଇଁ ଅଣ୍ଡ ସି କେବଲ ଲାଣ୍ଡି ସିଷ୍ଟମ ଦରକାର । ମୁମ୍ବାଇରେ ଏହା ରହିଛି । ଏହା ଡାଟା ସେଣ୍ଟର ପଲିସି ଅନୁଯାୟୀ ଅନ୍ୟ ଏକ ଆବଶ୍ୟକତା ମଧ୍ୟ । ମୁମ୍ବାଇ ଆର୍ଥିକ ରାଜଧାନୀ ହୋଇଥିବାରୁ ଏଠାରେ ଆଖପାଖରେ ବଡ଼ବଡ଼ ଡାଟା ସେଣ୍ଟର ରହିବା ସ୍ବାଭାବିକ । ଏହାପରେ ଚେନ୍ନାଇ ଓ କୋଚିନରେ ଅଣ୍ଡର ସିଂ ଡାଟା ଲାଣ୍ଡି ସେଣ୍ଟର ଅଛି । ତେଣୁ ଏସବୁ ସ୍ଥାନରେବଡ଼ ବଡ଼ ଡାଟା ସେଣ୍ଟର ବିକଶିତ ହୋଇଛି । ତେବେ ଏହା ମାନେ ନୁହେଁ କେବେଳ ସେଇ ସହର ଗୁଡ଼ିକରେ ଡାଟା ସେଣ୍ଡର ହେବ । ଯେତେବେଳେ ଭାରତ ସରକାରଙ୍କ ଡାଟା ସେଣ୍ଟର ପଲିସି ଆସିବ, ଓ ଅଭିମୁଖ୍ୟ ରହିବ ଭାରତର ଟାଟା ଭାରତରେ ରହିବ । ସେତେବେଳେ ଅନେକ ଗୁଡ଼ିଏ ଡାଟା ସେଣ୍ଟର ଖୋଲିବାର ଅବଶ୍ୟକତା ପଡ଼ିବ । ସେତେବେଳେ କମ୍ପାନି ଓ ନିବେଶକ ମାନେ ପ୍ରଥମେ ଦେଖିବେ କେଇଁଠି ସେମାନଙ୍କୁ ଡାଟା ସେଣ୍ଟର ଖୋଲିବାକୁ ଉପଯୁକ୍ତ ଭିତ୍ତିଭୂମି ମିଳିବ । ତା ପରେ ପ୍ରୋତ୍ସାହନ କଥା ଆସିବ । ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତର ଓଡ଼ିଶା ଭଳି କୌଣସି ରାଜ୍ୟ ନାହିଁ ଯେଉଁଠି ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ମୂଳ ତିନୋଟି ଭିତ୍ତିଭୂମି ଜମି, ଜଳ ଓ ବଳକା ବିଦ୍ୟୁତ ରହିଛି । ଆପଣଙ୍କ ସୂଚନା ପାଇଁ ଜଣାଉଛୁ, ଯେତେବେଳେ ଆମେ ବିଭିନ୍ନ ଶିଳ୍ପ ସଂଗଠନ ସହ ଆମେ ଆମ ଡାଟା ସେଣ୍ଟର ପଲିସି ନେଇ କଥାବର୍ତ୍ତା ଆରମ୍ଭ କରିଥିଲୁ ସେତେବେଳେ ଆମ ପାଖକୁ 2ଟି ସେଣ୍ଟର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆସି ସାରିଥିଲା । ତେଣୁ ଆମେ ଭାବୁଛୁ ଡାଟା ସେଣ୍ଟର ପାଇଁ ଆମେ ଯେଉଁ ଟାର୍ଗେଟ ରଖିଛୁ ସେହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିପାରିବୁ ।

ପ୍ରଶ୍ନ- ଡାଟା ସେଣ୍ଟର ପାଇଁ ହାଇଏଣ୍ଡ ନେଟୱର୍କିଂ, କ୍ଲାଉଡ଼ ଟେକ୍ନୋଲୋଜି ସହ ଉଭୟ ହାର୍ଡୱାର ଓ ସଫ୍ଟୱାର ପ୍ରଫେସନାଲଙ୍କର ଆବଶ୍ୟକତା ରହିଛି । ଇଣ୍ଡଷ୍ଟ୍ରି ଓରିଏଣ୍ଟଟେଡ ସ୍କିଲଡ ରିସୋର୍ସ କଥା ଯଦି କହିବା , ଏକ୍ଷେତ୍ରରେ ଓଡ଼ିଶା ପୂରଣ କରିପାରିବ କି, ସରକାରଙ୍କ ଏନେଇ ପ୍ଲାନ କଣ ରହିଛି ?

ଉତ୍ତର-ଦେଶରେ ଯେତେ ନୂଆ ଟେକ୍ନୋଲୋଜି କାମ କରିବା କଥା ଆସେ, ସେତବେଳେ ଦେଖିବେ ବିଶେଷକରି ବାଙ୍ଗାଲୋର, ମୁ୍ମ୍ବାଇ ହାଇଦ୍ରାବାଦରେ ପ୍ରାୟତ ଓଡ଼ିଆ ପିଲା ହିଁ କାମ କରୁଛନ୍ତି । ତେଣୁ ମାନବ ସମ୍ବଳର ଯେ ଅଭାବ ହେବ ଆମ ରାଜ୍ୟପାଇଁ ମୁଁ ଭାବୁନି । ଏମର୍ଜିିଂ ଟେକ୍ନଲୋଜି ଏରିଆରେ ଆମେ ଅନେକ ସହଭାଗିତା କରୁଛୁ , ଅନେକ କୋର୍ସ ବି ଆଣୁଛୁ , ଆମ ପାଖକୁ ଅନେକ ପ୍ରସ୍ତାବ ଆସିଲାଣି ଯେଉଁଠି କମ୍ପାନୀ ମାନେ ଅନେକ ସାର୍ଟିଫିକେସନ କୋର୍ସ କଲେଜ ମାନଙ୍କରେ ପଢାଇବାକୁ ଚାହୁଁଛନ୍ତି । ଆମେ 2ରୁ 3 ବର୍ଷ ଭିତରେ ଯଥେଷ୍ଟ ପରିମାଣର ମ୍ୟାନପାୱାର ଯୋଗଇ ଦେଇପାରିବୁ । ଯାହା ଦ୍ବାରା ଡାଟା ସେଣ୍ଟର ଗୁଡ଼ିକ ପାଇଁ ମାନବ ସମ୍ବଳର ଅଭାର ରହିବ ନାହିଁ ।

ପ୍ରଶ୍ନ-ଆଗାମୀ ଦିନରେ ଡାଟା ସେଣ୍ଟର ମାର୍କେଟ ଗ୍ରୋଥ ଆପଣ କିଭଳି ଦେଖୁଛନ୍ତି, ଏହି ଅଭିବୃଦ୍ଧିର ମୁଖ୍ୟ ଆଧାର (key drivers) ଗୁଡ଼ିକ କଣ ରହିବେ ?

ଉତ୍ତର- ଯେମିତି ଇରାଜୀରେ କୁହାଯାଏ ଡାଟା ଇଜ ଦ ନ୍ୟୁ ଅଏଲ । ଆମେ ଏହା ଗତ 10ରୁ 15 ବର୍ଷ ହେଲା ଶୁଣି ଆସୁଛେ । ହେଲେ କୋଭିଡ଼ ପରେ ଆପଣ ଦେଖିଲେ ସବୁ ଜିନିଷ ହେଲା ଡାଟା ଡ୍ରିଭେନ । ସରକାର ମଧ୍ୟ ଡାଟା ଉପରେ ନିର୍ଭର କରି ନିଷ୍ପତ୍ତି ନେଉଛନ୍ତି । ପ୍ରାଇଭେଟ ସେକ୍ଟରରେ ମଧ୍ୟ ସବୁ ଜିନିଷ ଡାଟା । ଆପଣ ଅନଲାଇନ ସପିଂ କଥା ଦେଖନ୍ତୁ କେତେ ଡାଟା ବ୍ୟବହାର ହେଉଛି । ୱେବସାଇଟ୍ ଏହାର ଡାଟା କ୍ଲାଉଡ ରହିବା ଠାରୁ ଆରମ୍ଭ କରି ଏହା ଟ୍ରାନଜାକସନ୍, ଏହାପରେ ବିପିଓରୁ ଆପଣଙ୍କ ସହ କଥା ହେଉଛନ୍ତି, ସବୁ ଥିରେ ଡାଟା ଜେନେରେଟ ହେଉଛି । ତେଣୁ ଡାଟା ମାର୍କେଟ ଅଭିବୃଦ୍ଧି ଦିନକୁ ଦିନ ବଢି ଚାଲିଛି । ଏହା ସହ ବଡ଼ କଥା ହେଲା ଭାରତର ଡାଟା ସେଣ୍ଟର ପଲିସି । ପଲିସି ଆଜି ନହେଲେ କାଲି ଆସିବ। ଏହା ଏକ ପରିପକ୍ବ ସ୍ଥିତିରେ ପହଞ୍ଚିଲାଣି । ପିସିଲି ଆସିଗଲେ ଡାଟା ସେଣ୍ଟର ମାର୍କେଟ ଦେଶରେ 30ରୁ 50 ପ୍ରତିଶତ ହାରରେ ଆଗାମୀ ପାଞ୍ଚ ବର୍ଷ ପାଇଁ ବଢି ଚାଲିବ ।

ପ୍ରଶ୍ନ- ଓଡ଼ିଶା ଡାଟା ସେଣ୍ଟର ପଲିସି -2022ର ପ୍ରଚାର ଓ ପ୍ରସାର ପାଇଁ ସରକାର କଣ ବ୍ୟବସ୍ଥା କରୁଛନ୍ତି ?

ଉତ୍ତର-ଡାଟା ସେଣ୍ଟର ପାଲିସ ସହ ଆମର ଇଏସ୍ ଡିଏମ୍ ପିଲିସି, ବିପିଓ ପଲିସି ଆସିଛି । ଏବଂ ଆଇଟି ପଲିସିଟି କ୍ୟାବିନେଟରେ ମଞ୍ଜୁରି ପାଇବାକୁ ଯାଉଛି । ଏହି 4ଟି ପଲିସି ଆସିଗଲେ ରାଜ୍ୟ ସରକାର ରୋଡ଼ ସୋ ଗୁଡ଼ିକ ଆରମ୍ଭ କରିବେ । ଆପଣ ଜାଣିଛନ୍ତି ଆମେ 2022ରେ ମେକ ଇନ୍ ଓଡ଼ିଶା ଆମେ ପ୍ରସ୍ତୁତି ଆରମ୍ଭ କଲୁଣି । ଏଥିରେ ଆଇଟି ଏକ ବଡ଼ ଅଂଶ ହେବ । ସେଥିପାଇଁ ଆମେ ବିଭିନ୍ନ ସହରରେ ପିଲିସିର ପ୍ରଚାର ପାଇଁ ଶିଳ୍ପ ବିଭାଗ, ଏମ୍ଏସ୍ଏମ୍ଇ ବିଭାଗ ଓ ଇଡକୋ ସହ ମିଶି ରୋଡ ସହ କରିବାକୁ ଯାଉଛୁ ।

ପ୍ରଶ୍ନ- ଓଡ଼ିଶା ସରକାର କୌଣସି ପିଲିସି ତିଆରି କଲେ ରାଜ୍ୟର କମ୍ପାନୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥାନ୍ତି, ଡାଟା ସେଣ୍ଟର ପଲିସି -2022ରେ ଓଡ଼ିଶାର ଆଇଟି କମ୍ପାନି ଓ ଷ୍ଟାର୍ଟଅପ୍ସ ମାନଙ୍କ ପାଇଁ କଣ ବିଶେଷ ବ୍ୟବସ୍ଥା ରହିଛି ?

ଉତ୍ତର- ଏଇଟା ଗୋଟିଏ ଭିନ୍ନ ପିଲିସି । ଏଥିରେ ଛୋଟ ବଡ଼ର ତାରତମ୍ୟ କରିବା କଷ୍ଟ । ଯେତେବେଳେ ସଫ୍ଟୱାର କଥା କହିବା ସେଥିରେ ଏମ୍ ଏସ୍ଏମ୍ଇର ବଡ଼ ଗୁରୁତ୍ବ ରହିଛି । କିନ୍ତୁ ଏଇଟା ହେଲା ବଡ଼ ପୁଞ୍ଚି ନିବେଶ କରାଯାଉଥିବା କ୍ଷେତ୍ର। ଏଥିରେ ହାର୍ଡୱାରର ବଡ଼ ଆବଶ୍ୟକତା ରହିଛି । ଏହା ଆନସିଲାରୀ ଇଣ୍ଡଷ୍ଟ୍ରି ପାଇଁ ବଡ଼ ସୁଯୋଗ ରହିବ। ଯାହାର ଲାଭ ଏମ୍ଏସ୍ଏମ୍ଇ ମାନେ ନେଇ ପାରିବେ ।

ପ୍ରଶ୍ନ- ଡାଟା ସେଣ୍ଟର କ୍ଷେତ୍ରରେ ଏକ ଏମର୍ଜିଂ ଇକୋସିଷ୍ଟମ ତିଆରି କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରନ୍ତି, ଏନେଇ ଆପଣ ଇଣ୍ଡଷ୍ଟ୍ରି ଫ୍ୟାଟରନିଟି କଣ ଅପିଲ କରିବାକୁ ଚାହିଁବେ ?

ଉତ୍ତର- ଆପଣଙ୍କ ସାକ୍ଷାତକାର ମାଧ୍ୟମରେ ମୁଁ କହିବାକୁ ଚାହୁଛି, ଖାଲି ଆମେ ପ୍ରୋତ୍ସାହନ ଦେଉଛୁ ବୋଲି ନୁହେଁ, ଓଡ଼ିଶା ଭଳି ଅନୁକୂଳ ରାଜ୍ୟ ନାହିଁ । ଏଠାରେ ପ୍ରଦୂଷଣ ନାହିଁ, ନା ଅଛି ଟ୍ରାଫିକ ସମସ୍ୟା, ଭଳ ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟସେବା ଅଛି ଆମ ରାଜ୍ୟରେ । ଯଦି କୌଣସି କମ୍ପାନୀ ସବୁ କ୍ଷେତ୍ରକୁ ଦେଖି ନିରପେକ୍ଷ ଭାବେ ନିଷ୍ପତ୍ତି ନେବେ, ସେମାନେ ନିଶ୍ଚିତ ଓଡ଼ିଶା ଆସିବାକୁ ଚାହିଁବେ ।

ପ୍ରଶ୍ନ- ଡାଟା ସେଣ୍ଟର କ୍ଷେତ୍ରରେ ଏକ ଏମର୍ଜିଂ ଇକୋସିଷ୍ଟମ ତିଆରି କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରନ୍ତି, ଏନେଇ ଆପଣ ଇଣ୍ଡଷ୍ଟ୍ରୀ ଫ୍ୟାଟରନିଟିକୁ କଣ ଆପିଲ କରିବାକୁ ଚାହିଁବେ ?

ଉତ୍ତର- ଆପଣଙ୍କ ସାକ୍ଷାତକାର ମାଧ୍ୟମରେ ମୁ କହିବାକୁ ଚାହୁଛି, ଖାଲି ଆମେ ପ୍ରୋତ୍ସାହନ ଦେଉଛୁ ବୋଲି ନୁହେଁ, ଓଡ଼ିଶା ଭଳି ରାଜ୍ୟ ଆପଣଙ୍କୁ ମିଳିବ ନାହିଁ । ଏଠାରେ ପ୍ରଦୂଷଣ ନାହିଁ, ନା ଟ୍ରାଫିକ ସମସ୍ୟା ଭଳି ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟସେବା ଅଛି ଆମ ରାଜ୍ୟରେ । ଯଦି କୌଣସି କମ୍ପାନୀ ସବୁ କ୍ଷେତ୍ରକୁ ଦେଖି ନିରପେକ୍ଷ ଭାବେ ନିଷ୍ପତ୍ତି ନେବେ, ସେମାନେ ନିଶ୍ଚିତ ଓଡ଼ିଶା ଆସିବାକୁ ଚାହିଁବେ ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍‌ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.