ETV Bharat / city

ମହିଳାଙ୍କଠୁ ଝାମ୍ପି ନେଇଥିଲେ ୫ ଲକ୍ଷ, ଅଢେଇ ମାସ ପରେ ମିଳିଲା ୩ ଲକ୍ଷ - ଏରଗୋଲା ଗ୍ୟାଙ୍ଗ ଗିରଫ

କମିଶନରେଟ ପୋଲିସ ହାତରେ ହାଇପ୍ରୋଫାଇଲ ଲୁଟେରା । ଗଞ୍ଜାମର ଚିନ୍ତା ଦାସକୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

କମିଶନରେଟ ପୋଲିସ ହାତରେ ହାଇପ୍ରୋଫାଇଲ ଲୁଟେରା
କମିଶନରେଟ ପୋଲିସ ହାତରେ ହାଇପ୍ରୋଫାଇଲ ଲୁଟେରା
author img

By

Published : Nov 21, 2020, 4:41 PM IST

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ହାଇପ୍ରୋଫାଇଲ ଲୁଟେରା । ମହିଳାଙ୍କଠୁ ଝାମ୍ପି ନେଇ ଲୁଟିଥିଲା ୫ ଲକ୍ଷ ଟଙ୍କା । ଗଞ୍ଜାମର ଚିନ୍ତା ଦାସକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ପାଖରୁ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ ହୋଇଛି । ଯେକି ଏରାଗୋଲା ଗ୍ୟାଙ୍ଗର ବୋଲି ଜଣାପଡିଛି ।

କମିଶନରେଟ ପୋଲିସ ହାତରେ ହାଇପ୍ରୋଫାଇଲ ଲୁଟେରା

ତେବେ ସୁଚନା ମୁତାବକ, ଗତ ସେପ୍ଟେମ୍ବର ୭ ତାରିଖରେ ବାଲିଅନ୍ତା ଥାନା ଅଞ୍ଚଳରେ ଏକ ବ୍ୟାଙ୍କ ସାମ୍ନାରୁ ସୁନୀତା ଜେନା ନାମକ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଛକିଥିଲା ଏହି ଅଭିଯୁକ୍ତ । ନିଜର ଆଉ ଜଣେ ସହଯୋଗୀ ଜରିଆରେ ୫ ଲକ୍ଷ ଥିବା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଥିଲା ।

ତେବେ ଏନେଇ ତନାଘନା ପରେ ଏହି ଗ୍ୟାଙ୍ଗ ସମ୍ପର୍କରେ ସୂଚନା ମିଳିଥିଲା । ଏହାର ଅନ୍ୟ ସହଯୋଗୀ ଫେରାର ଥିବାବେଳେ ପୁଣି ଏହି ଗ୍ୟାଙ୍ଗ ସକ୍ରିୟ ହେବା ପୋଲିସର ଚିନ୍ତା ବଢାଇଛି । ସୂଚନା ମୁତାବକ, ଏହି ଗ୍ୟାଙ୍ଗ ବିଶେଷ କରି ଏଟିଏମ ଓ ବ୍ୟାଙ୍କ ସାମ୍ନାରେ ଫଲୋ କରନ୍ତି । ଏବଂ ଯେଉଁ ଲୋକ ଟଙ୍କା ନେଇ ଯାଉଥିବ ତାର ଧ୍ୟାନ କିପରି ହଟାଇ ତା ଟଙ୍କା ଲୁଟ କରିବେ ସେମାନେ ଟାର୍ଗେଟ କରନ୍ତି ।

ଏହିପରି ଲୁଟପାଟ କରୁଥିବା ଗ୍ୟାଙ୍ଗ ଦୀର୍ଘ ଦୁଇ ବର୍ଷ ପୁର୍ବେ ବେଶ ସକ୍ରିୟ ଥିଲେ । ସେହି ସମୟରେ ସମ୍ପୃକ୍ତ ଗ୍ୟାଙ୍ଗର ଖୁଲାସା ହୋଇଥିଲା । ପରେ କିଛି ଦିନ ପରେ ପୁଣି ସକ୍ରିୟ ହୋଇଛନ୍ତି । ବିଶେଷ କରି ଏହି ଗ୍ୟାଙ୍ଗର ସଦସ୍ୟ ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.