ETV Bharat / city

ଭାରତରେ ଚାଇନା ଠକଙ୍କ ଲୋନ ଆପ୍, ଚାଇନିଜ ଲିଙ୍କରେ ଦିଲ୍ଲୀରୁ ଠକ ଗିରଫ

author img

By

Published : Jul 15, 2022, 7:40 PM IST

ଭାରତରେ ଚାଇନା ଠକଙ୍କ ଲୋନ ଆପ୍ । ଚାଇନିଜ ଲିଙ୍କରେ ଦିଲ୍ଲୀରୁ ଧରାପଡିଲା ଠକ ନୀତିନ ମଲ୍ଲିକ ।

ଭାରତରେ ଚାଇନା ଠକଙ୍କ ଲୋନ ଆପ୍, ଚାଇନିଜ ଲିଙ୍କରେ ଦିଲ୍ଲୀରୁ ଠକ ଗିରଫ
ଭାରତରେ ଚାଇନା ଠକଙ୍କ ଲୋନ ଆପ୍, ଚାଇନିଜ ଲିଙ୍କରେ ଦିଲ୍ଲୀରୁ ଠକ ଗିରଫ

ଭୁବନେଶ୍ବର: ଭାରତୀୟ ଟଙ୍କା ଉପରେ ଚାଇନା ଠକଙ୍କ ନଜର । ବେଆଇନ ଲୋନ ଆପ୍ ପଛରେ ଚାଇନ ଠକଙ୍କ ଚାଲ୍ । ଚାଇନିଜ ଲିଙ୍କରେ ଦିଲ୍ଲୀରୁ ଧରାପଡିଲା ଠକ । ନିତୀନ ମଲ୍ଲିକ ନାମକ ଠକକୁ ଗିରଫ ପରେ ତିସ ହଜାରି କୋର୍ଟରୁ ଟ୍ରାନଜିଟ ରିମାଣ୍ଡରେ ଆଣୁଛି ଓଡିଶା ଇଓଡବ୍ଲୁ ଟିମ । ନିତୀନଠୁ କିଛି ଚାଇନିଜ ପାସପୋର୍ଟ ସହ ଚାଇନ ଠକଙ୍କ ମଧ୍ୟରେ ହୋଇଥିବା ଭର୍ଚ୍ଚୁଆଲ ଏଗ୍ରିମେଣ୍ଟର ସୁରାକ ମିଳିଛି ।

ଏଥିସହ ୩ ଚାଇନିଜଙ୍କ ସହ ଭାରତୀୟ ଟେଲିକମ ଅପରେଟରଙ୍କ ସହ ଏଗ୍ରିମେଣ୍ଟ କପି ହ୍ବାଟସଆପ୍ ଚାର୍ଟ ଓ ଇମେଲ ମଧ୍ୟ ଜବତ କରିଛି ଇଓଡବ୍ଲୁ ଟିମ । ଏନେଇ ନିତୀନକୁ ଟ୍ରାନଜିଟ ରିମାଣ୍ଡରେ ଆଣି SDJM କୋର୍ଟରେ ହାଜର କରଯାଇଛି । ପରେ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ । ତେବେ ଇଓଡବ୍ଲୁ ଏସପି ଦିଲ୍ଲିପ ତ୍ରିପାଠୀଙ୍କ ସୂଚନା ମୁତାବକ ପୂର୍ବରୁ କୋକୋ ଜୋଜୋ ଆପ ଭଳି ଅନେକ ବେଆଇନ ଆପ ଠକେଇରେ ଜଣେ ଚାଇନିଜ ଲିଙ୍କ ଲିୟୁ ୟି ସାମ୍ନାକୁ ଆସିବା ପରେ ଏବେ ନିତୀନ ଲିଙ୍କରେ ଆଉ ୩ ଜଣ ଚାଇନିଜ୍ ସ୍କାନରକୁ ଆସିଛନ୍ତି ।

ବିଶେଷ କରି ନିତୀନ ଦିଲ୍ଲୀର ହରିନଗର ଅଞ୍ଚଳର, ଯିଏକି ଗୁଡ ଷ୍ଟାର୍ଟସ ବିଜନେସ ପ୍ରାଇଭେଟ ଲିମିଟେଡ ସଂସ୍ଥାର ଡାଇରେକ୍ଟର ଭାବେ କାମ କରିବା ସହ ବେଆଇନ ଆପ ଖୋଲି ଇନଷ୍ଟାଣ୍ଟ ଲୋନ ଦେଉଥିଲେ । ଜଣେ ଅଭିଯୋଗକାରୀ ଇଓଡବ୍ଲୁ ନିକଟରେ ଅଭିଯୋଗ କରିବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ନିତୀନ ମଲିକ ଦ୍ବାରା ପରିଚାଳିତ ହେଉଥିବା ବେଆଇନ ଆପ ଜରିଆରେ ୯ ହଜାର‌ ଟଙ୍କାର ଲୋନ ଦେଇ ୪ ଦିନ ଭିତରେ ୧୫ହଜାର ଟଙ୍କା ଫେରାଇବାକୁ ବ୍ଲାକମେଲ କରୁଥିଲେ ।

ତେବେ ଏହି ଘଟଣାର ତଦନ୍ତ କରି ଇଓଡବ୍ଲୁ ନିତୀନକୁ ଗିରଫ କରିବା ପରେ ତା ଠାରୁ ୩ ଚାଇନିଜ୍ ଠକ ସାମନାକୁ ଆସିଛନ୍ତି । ଠକମାନେ ଆପ ବ୍ୟବହାର ଓ ଲୋନ ରିକଭରି ପାଇ ଆବଶ୍ୟକ ପଡୁଥିବା ମୋବାଇଲ ନମ୍ବରକୁ ବିଭିନ୍ନ ଟେଲିକମ ଅପରେଟର ଠାରୁ ଆକ୍ଟିଭ କରି ନେଉଥିଲେ । ବିଶେଷ କରି ସିମ କାର୍ଡ ଯୋଗାଇବା ନିତୀନର ମୁଖ୍ୟ କାମ ଥିଲା । ଏହି ମାମଲାରେ ଇଓଡବ୍ଲୁ ସ୍କାନରରେ କିଛି ଟେଲିକମ ଅପରେଟର ମଧ୍ୟ ଆସିପାରନ୍ତି ବୋଲି ଇଓଡବ୍ଲୁ ଏସପି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.