ETV Bharat / city

ଅସଲି ଚେକର ନକଲ କରି ଠକିନେଲେ ୨ କୋଟି - ଇଓଡବ୍ଲୁ ହାତରେ ଠକ ବିଲଡର

ଠକ ବିଲଡରଙ୍କୁ ଗିରଫ କଲା ଇଓଡବ୍ଲୁ । ଅସଲି ଚେକର ନକଲ କରି ଠକିଥିଲେ ୨କୋଟି । ଅଧିକ ପଢନ୍ତୁ...

eow arrested a builder for fake cheque case in bhubaneswar
ଅସଲି ଚେକର ନକଲ କରି ଠକିନେଲେ ୨କୋଟି, ଇଓଡବ୍ଲୁ ହାତରେ ଠକ ୪୨୦
author img

By

Published : Jan 8, 2021, 4:22 PM IST

ଭୁବନେଶ୍ବର: ଫେକ ଚେକ ଜରିଆରେ ଠକେଇ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜରିଆରେ ଠକାମୀ କରି ଠକ ଗିରଫ। ରାଉଲକେଲା ବ୍ୟାଙ୍କ ଅଫ ଇଣ୍ଡିଆରେ ୨ କୋଟି ୮୭ ଲକ୍ଷ ଠକେଇ କରିଥିବା ଠକ ବିଲଡର ଡି ମୂର୍ତ୍ତୀ ପିଲାଇକୁ ଗିରଫ କରିଛି ଇକୋନୋମିକ ଅଫେନସ ଉଇଙ୍ଗ ବା ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ।

ସୁଚନା ମୁତାବକ ଚେକ ନମ୍ବର ୩୮୩୦୫୪ କର୍ଣ୍ଣାଟକ କୋ ପରେଟିଭ ମାର୍କେଟିଂ ଫେଡେରସନ ନାଁରେ ଏକ ଫେକ ଚେକକୁ ଗତମାସ ୩ ତାରିଖରେ ରାଉଲକେଲା ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ଡିପୋଜିଟ କରିଥିଲେ ଡି ମୂର୍ତ୍ତୀ ପଲାଇ । ପରେ ସେହି ଚେକ କ୍ଲିୟରାନ୍ସ ପରେ ଠକ ବିଲଡର ନିଜର ବିଏମପି ସନ୍ସ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡର ଆକାଉଣ୍ଟକୁ ୨ କୋଟି ୮୭ ଲକ୍ଷ ନେଇଥିଲେ। ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେହି ଚେକ ଫେକ ଜାଣିବା ପରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ସମ୍ପୃକ୍ତ ଠକକୁ ଗିରଫ କରିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୂମିକା ନେଇ ସନ୍ଦେହ ଘନିଭୂତ ହୋଇଛି। ହେଲେ ଏପର୍ଯ୍ୟନ୍ତ କୈଣସି ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରାଯାଇ ନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.