ETV Bharat / city

World enviroment day: ବୃକ୍ଷରୋପଣ କଲା ‘ଓଡିଶା ମୋ ପରିବାର'

author img

By

Published : Jun 5, 2021, 9:21 PM IST

ବିଶ୍ୱ ପରିବେଶ ଦିବସ ଅବସରରେ 'ଓଡିଶା ମୋ ପରିବାର' ପକ୍ଷରୁ ଭୁବନେଶ୍ୱରରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ...

ପରିବେଶ ଦିବସ: 'ଓଡିଶା ମୋ ପରିବାର' ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ବର: ଆଜି ବିଶ୍ୱ ପରିବେଶ ଦିବସ । ଏହି ଦିବସ ଅବସରରେ 'ଓଡିଶା ମୋ ପରିବାର' ପକ୍ଷରୁ ଭୁବନେଶ୍ୱରରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇଛି । ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଅମ୍ଳଜାନ ଅଭାବରୁ ମଣିଷ ମୃତ୍ୟୁ ମୁଖରେ ପଡୁଛନ୍ତି । ଏପରିକି ବିପୁଳ ପରିମାଣର ଅମ୍ଳଜାନ ଯୋଗାଯାଉଥିବା ବେଳେ ମୂଲ୍ୟବାନ ଜୀବନ ବଞ୍ଚାଇବା ଅନେକାଂଶରେ ସକ୍ଷମ ହେଉନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟୟକ ବୃକ୍ଷରୁ ମୁକ୍ତ ଅମ୍ଳଜାନ କ୍ରମାଗତ ଉତ୍ପନ୍ନ ପାଇଁ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ଏହି ବାର୍ତ୍ତାକୁ ପ୍ରତିଫଳିତ କରିବାକୁ ଯାଇ 'ଓଡିଶା ମୋ ପରିବାର' ପକ୍ଷରୁ CRP ବରମୁଣ୍ଡା ଉଚ୍ଚବିଦ୍ୟାଳୟ ଓ କ୍ୟାପିଟାଲ ହସ୍ପିଟାଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଯୋଗଦେଇ ବୃକ୍ଷରୋପଣ କରିବା ସହ ଆଗକୁ ଏହି ରୋପଣଙ୍କୁ ବ୍ୟାପକ କରାଯିବ ଆଉ ଏନେଇ ସଚେତନତା କରାଯିବ ବୋଲି କହିଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ଅରୂପଙ୍କୁ ସମେତ ମାଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, କିନ୍ନର ସଭାପତି ମୀରା ପରିଡା, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସମେତ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର କର୍ପୋରେଟର ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.