ETV Bharat / city

ବିଧାନସଭାରେ ଶକ୍ତି କମିଟି ବୈଠକ, ଏଣିକି ବିଜୁଳି ପାଇଁ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର - ବିଧାନସଭାରେ ଶକ୍ତି କମିଟି ବୈଠକ

ଆଜି(ମଙ୍ଗଳବାର) ବିଧାନସଭାରେ ଶକ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଦିଗ ଉପରେ ହୋଇଛି ଆଲୋଚନା । ଅଧିକ ପଢନ୍ତୁ...

ବିଧାନସଭାରେ ଶକ୍ତି କମିଟି ବୈଠକ ଅନୁଷ୍ଠିତ
ବିଧାନସଭାରେ ଶକ୍ତି କମିଟି ବୈଠକ ଅନୁଷ୍ଠିତ
author img

By

Published : Oct 5, 2021, 3:25 PM IST

ଭୁବନେଶ୍ବର: ବିଧାନସଭାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଣିକି SHG ଦ୍ବାରା ବିଦ୍ୟୁତ ବିଲ ଆଦାୟ କରାଯିବା ସହିତ ସ୍ମାର୍ଟ ମିଟର ରିଡିଂ ନିଆଯିବ । ଯେତିକି ଟଙ୍କା ପୈଠ କରିବେ ସେତିକି ଟଙ୍କାରେ ମିଳୁଥିବା ବିଦ୍ୟୁତକୁ ବ୍ୟବହାର କରିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ବିଧାନସଭାରେ ଶକ୍ତି କମିଟି ବୈଠକ ଅନୁଷ୍ଠିତ

ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀଙ୍କୁ ଡକାଯାଇ ୩ରୁ ୪ଟି ଦିଗ ଉପରେ ଆଲୋଚନା ହୋଇଛି । ଯେଉଁ ଅଞ୍ଚଳରେ ଠିକ ଭାବେ ପାୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାୱାର ସପ୍ଲାଏ ହେବ ସେ ସମ୍ପର୍କରେ ଆଲୋଚନା ହୋଇଛି । କିଛି ମିଡ଼ିଲମ୍ୟାନଙ୍କ ଯୋଗୁଁ ଯେଉଁ ବିଜୁଳି ଦର ଆଦାୟ ହେଉଥିଲା, ସେଥିରେ ଟଙ୍କା ହେରଫେର ହେଉଥିବା ଜଣାପଡିଛଇ । ଏଥିପାଇ ଏଣିକି SHG ଦ୍ବାରା ବିଲ ଆଦାୟ କରିବ କମ୍ପାନୀ । ଘରକୁ ଯାଇ ବିଲ୍‌ ଆଦାୟ କରିବ SHG । ଯେଉଁ ଘରକୁ ବିଦ୍ୟୁତ ଦିଆଯାଇନି, ତୁରନ୍ତ ଦିଆଯିବ । ଆଗୁଆ ଟଙ୍କା ପୈଠ ସହ ସ୍ମାର୍ଟ ମିଟର ଲାଗିବ ବୋଲି ବୈଠକରେ ଆଲୋଚନା ହୋଇଛି ।

ସିମକାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ବିଦ୍ୟୁତ କାଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍‌-ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ମଜୁରୀ ଦରରେ ଅର୍ଥ ପାଇବେ । ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦିଆଯିବ ଓ ଠିକଣା ସମୟରେ ବିଲ ଆଦାୟ ପାଇଁ ମଧ୍ୟ କୁହାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.