ETV Bharat / city

ସରକାରୀ କଲେଜରେ ବାକି ପଡିଛି 50 ଲକ୍ଷରୁ ଉର୍ଦ୍ଧ୍ବ ବିଦ୍ୟୁତ ବିଲ, ପୈଠ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଚିଠି - Electricity arrear

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାୟ 9ଟି ସରକରୀ କଲେଜରେ 50ଲକ୍ଷରୁ ଉର୍ଦ୍ଧ୍ବ ବିଦ୍ୟୁତ ବିଲ ବାକି ପଡିଛି । ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି । ଅଧିକ ପଢନ୍ତୁ...

ସରକାରୀ କଲେଜରେ ବାକି ପଡିଛି ବିଦ୍ୟୁତ ବିଲ
ସରକାରୀ କଲେଜରେ ବାକି ପଡିଛି ବିଦ୍ୟୁତ ବିଲ
author img

By

Published : Jun 23, 2021, 8:59 AM IST

ଭୁବନେଶ୍ବର: ସରକାରୀ କଲେଜରେ ବାକି ପଡିଛି ବିଦ୍ୟୁତ ବିଲ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାୟ 9ଟି ସରକରୀ କଲେଜରେ 50ଲକ୍ଷରୁ ଉର୍ଦ୍ଧ୍ବ ବିଦ୍ୟୁତ ବିଲ ବାକି ପଡିଛି । ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି ।

ସରକାରୀ କଲେଜରେ ବାକି ପଡିଛି ବିଦ୍ୟୁତ ବିଲ
ସରକାରୀ କଲେଜରେ ବାକି ପଡିଛି ବିଦ୍ୟୁତ ବିଲ

ଗତ ଜୁନ 8 ତାରିଖରେ TPCODLର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନେକ ସରକାରୀ କଲେଜରେ ବିଦ୍ୟୁତ୍ ବିଲ୍ ଉପରେ ବହୁମୂଲ୍ୟ ଦେୟ ରହିଛି ବୋଲି ଚିଠି ଲେଖିଥିଲେ । ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ କଲେଜ ଗୁଡ଼ିକକୁ ବିଦ୍ୟୁତ ବିଲ ପୈଠ କରିବାକୁ ଅନୁରୋଧ କରାଯାଇଛି । ଯଦି କୌଣସି କଲେଜର ପାଣ୍ଠିର ଅଭାବ ଅଛି, ତେବେ ପାଣ୍ଠିର ଆବଶ୍ୟକତା ସହିତ ବିଭାଗକୁ ରିପୋର୍ଟ ଦାଖଲ କରିବାକୁ ଚିଠିରେ ଉଲ୍ଲେଖ୍ୟ ହୋଇଛି ।

ତେବେ ବିଦ୍ୟୁତ ବକେୟା ବାକିଥିବା 9ଟି କଲେଜ ଗୁଡିକହେଲା ବିଜେବି କଲେଜ, ରାଜଧାନୀ କଲେଜ, ପୁରୀ ଏସସିଏସ କଲେଜ, ଢେଙ୍କାନାଳ ସ୍ବୟଂଶାସିତ କଲେଜ, ଶୈଳବାଲା ମହିଳା ମହାବିଦ୍ୟାଳୟ, ଅନୁଗୁଳ ସ୍ବୟଂଶାସିତ କଲେଜ, ଜେକେବିକେ ଡିଗ୍ରୀ କଲେଜ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ପୁରୀ । ତେବେ ସୂଚନା ମୁତାବକ ଅନୁଗୁଳରେ 11 ଲକ୍ଷ 71 ହଜାର 732ଟଙ୍କା ବାକି ଥିବାବେଳେ କଟକରେ ପଡିଛି 5 ଲକ୍ଷ 82 ହଜାର 614 ଟଙ୍କା । ସେହିପରି ଢେଙ୍କାନାଳରେ 5 ଲକ୍ଷ 79 ହଜାର 329, କେନ୍ଦ୍ରାପଡ଼ାରେ4 ଲକ୍ଷ 79 ହଜାର 870, ଖୋର୍ଦ୍ଧାରେ 8 ଲକ୍ଷ 49 ହଜାର 82 ଟଙ୍କା ବାକି ପଡିଥିବା ପୁରୀରେ ପଡିଛି 14 ଲକ୍ଷ 66 ହଜାର 533 ଟଙ୍କା । ମୋଟ ଆକାରରେ 51 ଲକ୍ଷ 29 ହଜାର 149 ଟଙ୍କା ବାକି ପଡିଛି ବିଦ୍ୟୁତ ବିଲ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.