ETV Bharat / city

ନିର୍ବାଚନ ପୂର୍ବରୁ ପ୍ରଶାସନ ଆଲର୍ଟ: 3 କୋଟି ଟଙ୍କାର ମଦ ଜବତ

ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଆଲର୍ଟ ମୋଡରେ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୬୬୦ଟି ଜାମିନବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୪୭,୫୩୨ ଜଣଙ୍କୁ ଅଟକ ରଖାଯାଇଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Apr 9, 2019, 10:33 PM IST

ଭୁବନେଶ୍ବର: ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ଆଜି ଶେଷ ଦିନରେ ୧୭୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲୋକସଭା ଆସନ ପାଇଁ ୨୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟର ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୩୮୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଥିବାବେଳେ ୬ଟି ଲୋକସଭା ଆସନ ପାଇଁ ସର୍ବମୋଟ ୬୧ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଆଲର୍ଟ ମୋଡରେ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୬୬୦ଟି ଜାମିନବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୪୭,୫୩୨ ଜଣଙ୍କୁ ଅଟକ ରଖାଯାଇଛି । ୫୦୪୪ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି ।

ଏହାସହ ଲାଇସେନ୍ସ ନଥିବା ୨୧୪ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୧,୨୫୧୯.୯୪୫ ଲିଟର ମଦ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୩ କୋଟି ୩୧ ଲକ୍ଷ ୯୧ ହଜାର ୨୬୫ ଟଙ୍କା ହେବ । ଫ୍ଲାଇଙ୍ଗ ସ୍କ୍ବାଡ୍‌ ଓ ପୋଲିସ ଦ୍ବାରା ଆଜି ପର୍ଯ୍ୟନ୍ତ ୨ କୋଟି ୩୧ ଲକ୍ଷ ୧୯ ହଜାର ୪୦୦ ଟଙ୍କା ଜବତ କରାଯାଇଛି ।

ସେହିପରି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୪ ଲକ୍ଷ ୪୧ ହଜାର ୭୮୮ଟି ହୋର୍ଡିଂଓ ପୋଷ୍ଟର ଆଦିକୁ ହଟାଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ ଭାବେ ଲାଗିଥିବା ୨ ଲକ୍ଷ ୯୦ ହଜାର ୩୨୯ଟି ହୋର୍ଡିଂ ଓ ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।

ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନମ୍ବର ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୬୬୯ଟି କଲ କରାଯାଇ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି ବୋଲି ରିପୋର୍ଟ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ଆଖି ସାମ୍ନାରୁ ନେଇଗଲେ ୧୫ଲକ୍ଷର
ଗହଣା,ସିସିଟିଭି ଲୁଟେରା କାରନାମା

ଉତ୍ପାତ ମଚାଇଲେ ଲୁଟେରା। ଜୁଏଲାରୀ ଦୋକାନ ସାମ୍ନାରୁ ଝାମ୍ପିନେଲେ ଗହଣା। ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଇନ୍ଦ୍ର ଧନୁ ମାର୍କଟରେ। ଗୌରି ଜୁଏଲାରି ଦୋକାନ ସାମ୍ନାରୁ ଲୁଟି ନେଇଛନ୍ତି ୧୫ ଲକ୍ଷରୁ ଉର୍ଧ ଟଙ୍କାର ସୁନା ଗହଣା। ଯାହାକୁ ନେଇ ଦୋକାନି ମାଲିକ ଲକ୍ଷ୍ମିଧର ସୁବୁଦ୍ଧି ନୟାପଲ୍ଲି ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ କରିଛି ତଦନ୍ତ। ଏନେଇ ଦୋକାନରେ ଲାଗିଥିବା ସିସିଟିଭ ଫୁଟେଜକୁ ଆଧରକରି ତଦନ୍ତ ଚଳାଇଛି ପୋଲିସ। ତେବେ କେହି ଠାଉକିଆ ଚୋର ଏପରି କରିଥାଇପାରନ୍ତି ବୋଲି ଦୋକାନି ସଂଦେହ କରିଛନ୍ତି। ଗତ କାଲି ରାତି ପ୍ରାୟ ୧୦ ୩୦ମିନିଟ ସମୟରେ ଘଟିଥି ଘଟଣା ଦୋକାନି ଜଣକ ଦୋକାନ ବନ୍ଦ କରି ଯିବାକୁ ସଟର ଡାଉନ କକୁଥିବା ବେଳେ ପାଖରେ ରଖିଥିବା ଗହଣା ବୋଝେଇ ବ୍ଯାଗ ନେଇ ଚମ୍ପଟ ମାରିଥିଲା ଲୁଟେରା।
ବାଇଟ-ଲକ୍ଷିଧର ସୁବୁଦ୍ଧି,ଦୋକାନି ମାଲିକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.