ETV Bharat / city

କେମିତି ଚାଲିଛି ନିର୍ବାଚନ ପ୍ରସ୍ତୁତି, ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ନିର୍ବାଚନ ଆୟୋଗ

ଆଗକୁ ହେବାକୁ ଥିବା ସାଧାରଣ ନିର୍ବାଚନର କିଭଳି ପ୍ରସ୍ତୁତି ଚାଲିଛି, ତାହା ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ

author img

By

Published : Feb 12, 2019, 10:22 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
ଭୁବନେଶ୍ୱର: ଆଗକୁ ହେବାକୁ ଥିବା ସାଧାରଣ ନିର୍ବାଚନର କିଭଳି ପ୍ରସ୍ତୁତି ଚାଲିଛି, ତାହା ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଗାଁର ଭୋଟରଙ୍କୁ ସଚେତନ ଓ ଭିଭିପାଟ୍ ମେସିନ ସମ୍ପର୍କରେ ଅବଗତ କରାଇବା ପାଇଁ ମକ୍ ପୋଲ କରାଯାଇଛି ।
undefined

ଆସନ୍ତା ୧୪ ଓ ୧୫ ତାରିଖରେ ନିର୍ବାଚନ ଆୟୋଗ ଓଡିଶା ଗସ୍ତରେ ଆସିବେ । ଓଡ଼ିଶାର କିଭଳି ନିର୍ବାଚନ ଲାଗି ପ୍ରସ୍ତୁତ ଅଛି, ତାହାର ସମୀକ୍ଷା କରିବେ । ଏହାସହ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଆଗାମୀ ଦିନରେ ସାମ୍ବାଦିକ ଓ ହାଇକୋର୍ଟର ଓକିଲଙ୍କୁ ମଧ୍ୟ ମକପୋଲରେ ସାମିଲ କରାଯିବ ।

ଏହାସହ ଆଜି ସଚିବାଳୟରେ ମଧ୍ୟ ମକପୋଲ କରାଯାଇଛି । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ପ୍ରମୁଖ ସଚିବ ମଧ୍ୟ ଉପସ୍ଥିତ ଥିଲେ । ଏହାସହ ଭିଭିପାଟକୁ ନେଇ ବିଭିନ୍ନ ରାଜନୈତିକ ଦଳ ଉଠାଉଥିବା ପ୍ରଶ୍ନ ଭିତ୍ତିହୀନ ବୋଲି କହିଛନ୍ତି ସୁରେନ୍ଦ୍ର କୁମାର । ଏହାସହ ଭିଭିପାଟ୍ ସୁରକ୍ଷିତ ଭୋଟିଂ ପ୍ରକ୍ରିୟା । ଆଉ ଭୋଟର କାହାକୁ ଭୋଟ ଦେଲେ ବୋଲି ମଧ୍ୟ ଦେଖିପାରିବେ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.