ETV Bharat / city

‘ପାଠ୍ୟ ପୁସ୍ତକରେ ବଜ୍ରକାପ୍ତା ନେଇ ଅନ୍ଧବିଶ୍ବାସ, ତସ୍କରୀକୁ ପ୍ରୋତ୍ସାହନ ଦେଉଛି’

ଚତୁର୍ଥ ଶ୍ରେଣୀର ବିଜ୍ଞାନ ବହିରେ ବଜ୍ରକାପ୍ତାକୁ ନେଇ ଅନ୍ଧବିଶ୍ବାସ ତଥ୍ୟ ପ୍ରସଙ୍ଗ । ଏହା ଶିକ୍ଷା ବିଭାଗର ଏକ ଗୁରୁତର ତ୍ରୁଟି ବୋଲି କହିଲେ ଶିକ୍ଷାବିତ । ଅଧିକ ପଢନ୍ତୁ...

author img

By

Published : Oct 12, 2021, 5:34 PM IST

ପାଠ୍ୟପୁସ୍ତକରେ ବଜ୍ରକାପ୍ତାକୁ ନେଇ ଅନ୍ଧବିଶ୍ବାସ, ପ୍ରତିକ୍ରିୟା ରଖିଲେ ଶିକ୍ଷାବିତ୍‌

ଭୁବନେଶ୍ବର: ଚତୁର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତା ବିଷୟରେ ଅନ୍ଧବିଶ୍ବାସ ତଥ୍ୟ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ ବାସୁଦେବ ଛାଟୋଇ । ପାଠ୍ୟପୁସ୍ତକରେ ଥିବା ବିଷୟ ବଜ୍ରକାପ୍ତା ଶିକାରକୁ ପ୍ରୋତ୍ସାହନ ଦେଉଛି, ଏହି ତ୍ରୁଟିକୁ ସୁଧାରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିର 146 ନମ୍ବର ପୃଷ୍ଠାରେ ବଜ୍ରକାପ୍ତାକୁ ନେଇ ଅନ୍ଧବିଶ୍ବାର ତଥ୍ୟ ଦିଆଯାଇଛି । ପ୍ରାଥମିକ ଶିକ୍ଷକ ମାନେ ଏହି ଭୁଲ ତଥ୍ୟକୁ ପିଲାଙ୍କୁ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ବହିରେ ଲେଖାଯାଇଛି ଯେ ବଜ୍ରକାପ୍ତାର କାତିରୁ ମୁଦି ତିଆରି ହୋଇଥାଏ। ଏଥିରେ ଔଷଧୀୟ ଗୁଣ ରହିଛି । ହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସାରା ବିଶ୍ବରେ ଜୀବନ୍ତ ବଜ୍ରକାପ୍ତା ଓ ଏହାର କାତିର ଚୋରା ଚାଲାଣ ରୋକିବା ପାଇଁ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଭାରତରେ ମଧ୍ୟ ବଜ୍ରକାପ୍ତା ଶିକାରକୁ ରୋକିବା ପାଇଁ ଭାରତୀୟ ବନ୍ୟ ପ୍ରାଣୀ ଆଇନ ରହିଛି।

ଏହା ବି ପଢନ୍ତୁ: ଚତୁର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭୁଲ ତଥ୍ୟ

ଏହା ହେଉଛି ଅନ୍ଧବିଶ୍ବାସ । ବାସ୍ତବରେ ଏପରି କିଛି ହୋଇନଥାଏ ବୋଲି କହିଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ । ସେପଟେ ବିଶ୍ବରେ ବଜ୍ରକାପ୍ତା ଶିକାର ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପିଲାଙ୍କୁ ଏଭଳି ଶିକ୍ଷା ଦେବା ଶିକ୍ଷା ବିଭାଗର ଏକ ତ୍ରୁଟି । ଯେତେବେଳେ ସାରା ବିଶ୍ବ ବଜ୍ରକାପ୍ତାର ସୁରକ୍ଷା ଦେବାରେ ଅଣ୍ଟା ଭିଡୁଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଖୁବଶୀଘ୍ର ଏହାର ତ୍ରୁଟି ସୁଧାରିବାକୁ ଅନୁରୋଧ କରିଛନ୍ତି ଶୁଭେନ୍ଦୁ ମଲ୍ଲିକ।

ଅନ୍ୟପଟେ ଶିକ୍ଷାବିତ ବାସୁଦେବ ଛାଟୋଇ କହିଛନ୍ତି ଯେ, ଯେଉଁ ବିଷୟ ବହିରେ ରଖିବା ପିଲାଙ୍କୁ ପଢେଇବା ପାଇଁ ତାହା ଯେଭଳି ସୁସ୍ଥ ସମାଜ ଗଢିବା ପାଇଁ ପାଠ୍ୟକ୍ରମ ରହିବା ଆବଶ୍ୟକ। ପାଠ୍ୟ ପୁସ୍ତକର ଯେଉଁଗୁଡିକ ବିଭ୍ରାନ୍ତକାର ତାହା ନ ରଖିବା ଉଚିତ। ଯେଉଁ ବିବାଦ ଦେଖାଦେଇଛି ତାହା ବଜ୍ରକାପ୍ତାର କାତିକୁ ନେଇ ବିଶେଷ ଭାବରେ ଚାଇନାରେ ଏହାକୁ ନେଇ କିଛି ମେଡ଼ିସିନ କରିଥାନ୍ତି। କିନ୍ତୁ ଯେଉଁ ସବୁ ବୈଜ୍ଞାନିକ କାରଣ ନାହିଁ ତାହା ବହିରେ ରଖିବା ଉଚିତ ନୁହେଁ। ସରକାର ଏହାକୁ ପରିବର୍ତ୍ତନ କରିବା ଅବଶ୍ୟକ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.