ETV Bharat / city

ଯୁକ୍ତ ଦୁଇ ଆଡମିଶନକୁ ନେଇ ମତ ରଖିଛନ୍ତି ଶିକ୍ଷାବିତ - Educationist

କୋରୋନା ସମୟରେ ଦଶମ ପରୀକ୍ଷାର ଫଳାଫଳକୁ ନେଇ କେଉଁ ଆଧାରରେ ଯୁକ୍ତ ଦୁଇ ଆଡମିଶନ ହେବ ତାହାକୁ ନେଇ ମତ ରଖିଛନ୍ତି ଶିକ୍ଷାବିତ। ଅଧିକ ପଢନ୍ତୁ...

ଯୁକ୍ତ ଦୁଇ ଆଡମିଶନକୁ ନେଇ ମତ ରଖିଛନ୍ତି ଶିକ୍ଷାବିତ

author img

By

Published : May 10, 2021, 8:15 PM IST

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ଦୁଇ ପିଲାଙ୍କ ଆଡମିଶନ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ, ଏସବୁକୁ କିପରି ସମସ୍ତଙ୍କ ସହଯୋଗରେ ସମ୍ପନ୍ନ କରାଯିବ ତାହା ଉପରେ ନିକଟରେ ମତ ରିଖିଛନ୍ତି ଶିକ୍ଷାମନ୍ତ୍ରୀ । କିଭଳି କରାଯିବ ଯୁକ୍ତ ଦୁଇ ଆଡମିଶନ ଓ କେଉଁ ପ୍ରଣାଳୀ ଆଧାରରେ ଆଡମିଶନ କରାଯିବ ସେନେଇ ପ୍ରସ୍ତୁତି ଚାଲିିଥିବା କହିଥିଲେ ମନ୍ତ୍ରୀ ।

ତେବେ ଏହି ଆଡମିଶନକୁ ନେଇ ମତ ରଖିଛନ୍ତି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ । କେଉଁ ମାଧ୍ୟମରେ ପିଲାଙ୍କୁ ଯୁକ୍ତ ଦୁଇରେ ଆଡମିଶନ କରାଯିବା ସେନେଇ ଏକ ପ୍ରକାରର ମୂଲ୍ୟାଙ୍କନ ପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଥିଲା । ଯୁକ୍ତ ଦୁଇ ପାଇଁ ଭଲ କଲେଜ ଗୁଡିକ ଅଛି । ଏହି ନୂଆ ବ୍ୟବସ୍ଥାରେ ସେମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବେ ।

ଯୁକ୍ତ ଦୁଇ ଆଡମିଶନକୁ ନେଇ ମତ ରଖିଛନ୍ତି ଶିକ୍ଷାବିତ

ସେହିପରି, ଦଶମ ପରେ ହୁଏ ତ ସେମାନଙ୍କର ପାଠ ପଢାରେ ଡୋରି ଲାଗିଯିବାର ସମ୍ଭାବନା ଅଧିକ ରହିଛି । ଯେଉଁ ଅଭିଭାବକ ମାନେ କିଛି ଜାଣିନାହାନ୍ତି ସେମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ନବମ ଓ ଦଶମ ମାର୍କ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି ସେ ସମସ୍ତ ଉଭୟ ଶ୍ରେଣୀ ପାଇଁ 50 ପ୍ରତିଶତ ମାର୍କ ଦିଆଯାଉ । ଯୁକ୍ତ ଦୁଇ ପାଇଁ ଏକ ପ୍ରବେଶିକା ପରୀକ୍ଷା କରାଯାଉ ବୋଲି କହିଛନ୍ତି। ଯେଭଳି କି ଜେଇ ଓ ନିଟ ଭଳି ପ୍ରବେଶିକା ପରୀକ୍ଷା ଭଳି ପରୀକ୍ଷା କରାଯାଉ ଯୁକ୍ତ ଦୁଇରେ। ମଲ୍ଟିପୁଲ ପ୍ରଶ୍ନ କରାଯାଉ। ତା ପାଇଁ ପ୍ରଶ୍ନ କରିବାର ବ୍ୟବସ୍ଥା କରାଯାଉ। ଯାହା ଫଳରେ ମୂଲ୍ୟାଙ୍କନକୁ ନେଇ ପିଲାମାନେ ଖୁସି ହେବେ ବୋଲି କହିଛନ୍ତି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.