ETV Bharat / city

+2 ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା, ସ୍ବାଗତ କଲେ ଶିକ୍ଷାବିତ - ଟର୍ମିନାଲ ପରୀକ୍ଷା

ଚଳିତ ଯୁକ୍ତ ଦୁଇ ଶିକ୍ଷା ବର୍ଷରେ ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥାକୁ ସ୍ବାଗତ କଲେ ଶିକ୍ଷାବିତ । କୋଭିଡ ସମୟରେ ବାରମ୍ବାର ପରୀକ୍ଷା ବାତିଲ ହେଉଥିବା କାରଣରୁ ପିଲାଙ୍କ ପାଇଁ ଏପରି ପଦ୍ଧତି ଆବଶ୍ୟକତା ଥିଲା କହିଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ଯୁକ୍ତ ଦୁଇରେ ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥାକୁ ସ୍ବାଗତ କଲେ ଶିକ୍ଷାବିତ୍

author img

By

Published : Aug 27, 2021, 4:48 PM IST

ଭୁବନେଶ୍ବର: ମହାମାରୀ ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଦିଆଗଲା ଏବଂ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ରେଜଲ୍ଟ ପ୍ରକାଶ ପାଇଲା । ଯାହାକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ୨୦୨୧-୨୨ ଯୁକ୍ତ ଦୁଇ ଶିକ୍ଷାବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ଢାଞ୍ଚା ଆପଣାଇଛି ବୋର୍ଡ । ଗତବର୍ଷ ଭଳି ଏଥର ମଧ୍ୟ ୩୦ ପ୍ରତିଶତ ସିଲାବାସ ହ୍ରାସ କରାଯିବ । ମାତ୍ର ଏଥର ନୂଆ କରି ଇଣ୍ଟରନାଲ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକଡେମିକ କାଉନସିଲ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ।

ଯୁକ୍ତ ଦୁଇରେ ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥାକୁ ସ୍ବାଗତ କଲେ ଶିକ୍ଷାବିତ୍

୨୦୨୧-୨୨ ଯୁକ୍ତ ଦୁଇ ଶିକ୍ଷାବର୍ଷର ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ପାଇଁ ନିରନ୍ତର ମୂଲ୍ୟାୟନ ପଦ୍ଧତି ବା ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ ହେବ । ପ୍ରଥମ ବର୍ଷରେ ୩ଟି ଇଣ୍ଟରନାଲ ପରୀକ୍ଷା ହେବ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଏହି ପରୀକ୍ଷାକୁ ସମ୍ପୃକ୍ତ ଜୁନିଅର କଲେଜ ପରିଚାଳନା କରିବ । ସେହିଭଳି ଦ୍ଵିତୀୟ ବର୍ଷ ପାଇଁ ମଧ୍ୟ ୩ଟି ଇଣ୍ଟରନାଲ ପରୀକ୍ଷା ହେବ କିନ୍ତୁ ବାର୍ଷିକ ପରୀକ୍ଷାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିବ । ମହାମାରୀ ସ୍ଥିତି ନ ଉପୁଜିଲେ ବାର୍ଷିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ । ମହାମାରୀ ପାଇଁ ପରୀକ୍ଷା ବନ୍ଦ ହେଲେ ଇଣ୍ଟରନାଲ ପରୀକ୍ଷା ଭିତ୍ତିରେ ରେଜଲ୍ଟ ପ୍ରକାଶ କରାଯିବ ।

କୋଭିଡ ସମୟରେ ବାରମ୍ବାର ପରୀକ୍ଷା ବାତିଲ ହେଉଥିବା କାରଣରୁ ପିଲାଙ୍କ ପାଇଁ ଏପରି ପଦ୍ଧତି ଆବଶ୍ୟକତା ଥିଲା ଏବଂ ନବମ ଓ ଦଶମ ଶ୍ରେଣୀ ଭଳି ଏହି ପନ୍ଥା ଆପଣାଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ପୂର୍ବରୁ ବାର୍ଷିକ ପରୀକ୍ଷାର କିଛି ଦିନ ଆଗରୁ ହିଁ ପିଲା ପାଠପଢା ଆରମ୍ଭ କରୁଥିଲେ । ହେଲେ ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥାରେ ପିଲା ବର୍ଷ ସାରା ପାଠ ପଢିବେ ଏବଂ ପ୍ରତ୍ୟେକ ଇଣ୍ଟରନାଲ ପରୀକ୍ଷାକୁ ଗୁରୁତ୍ବର ସହ ନେଇ ପରୀକ୍ଷା ଦେବେ । ତେଣୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ୍ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.