ETV Bharat / city

‘ଥ୍ରୀ ଇଡ଼ିୟଟ’ ଅସଲ ହିରୋଙ୍କ ସହ ‘ହାପିନେସ କ୍ଲାସ’ରେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ

‘ଥ୍ରୀ ଇଡ଼ିୟଟ’ ସିନେମାର ପ୍ରେରଣା ଉତ୍ସ ସୋନମ ୱାଙ୍ଗଚୁକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ  ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଏକତ୍ରୀତ ଭାବରେ ‘ହାପିନେସ କ୍ଲାସ’ ନିରୀକ୍ଷଣ କରିଛନ୍ତି । ‘ଥ୍ରୀ ଇଡ଼ିୟଟ’ ଅସଲ ହିରୋଙ୍କ ସହ ‘ହାପିନେସ କ୍ଲାସ’ରେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।

author img

By

Published : Jul 30, 2019, 11:57 AM IST

Updated : Jul 30, 2019, 2:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ,ଟ୍ବିଟର@samirdash01

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ବାରା ଆୟୋଜିତ ହାପିନେସ୍‌ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ଦିଲ୍ଲୀର ବିଭିନ୍ନ ସରକାରୀ ସ୍କୁଲ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି କ୍ରମରେ ସେ ଦିଲ୍ଲୀ ସରକାରୀ ସ୍କୁଲରେ ପ୍ରତ୍ୟେକ ଦିନ 45 ମିନିଟ ପାଇଁ ହାପିନେସ୍‌ କ୍ଲାସ୍‌ ଅର୍ଥାତ ଖୁସିରେ ଭରପୁର କ୍ଲାସର ଆୟୋଜିତ କରାଯାଏ । ‘ଥ୍ରୀ ଇଡ଼ିୟଟ’ ସିନେମାର ପ୍ରେରଣା ଉତ୍ସ ସୋନମ ୱାଙ୍ଗଚୁକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଏକତ୍ରୀତ ଭାବରେ ନିରୀକ୍ଷଣ କରିଛନ୍ତି ।

education-minister-with-three-idiots-real-hero-sonam-wangchuk, ହାପିନେସ କ୍ଲାସରେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୋମବାର(29 ଜୁଲାଇ) ବିନୋଦନଗର ସ୍ଥିତ ସର୍ବୋଦୟ କନ୍ୟା ବିଦ୍ୟାଳୟ ପରିଦର୍ଶନ କରିଥିଲ ସମୀର ରଞ୍ଜନ ଦାଶ । ଏହି ଅବସରରେ ସୋନମ ୱାଙ୍ଗଚୁକ କହିଥିଲେ ଯେ, ‘ ଶିକ୍ଷା ଯେତିକି ସପ୍ଟୱେୟାର ଉପରେ ନିର୍ଭରଶୀଳ, ସେତିକି ମାତ୍ରାରେ ହାର୍ଡୱେୟାର ସହ ଜଡିତ’ । ଦିଲ୍ଲୀରେ ସରକାରୀ ସ୍କୁଲର ମୂଳଦୂଆ ଅତ୍ୟନ୍ତ ସୁଦୃଢ ଓ ପ୍ରଶଂସନୀୟ । ମାତ୍ର ମାନସିକ ସ୍ଥରରେ ପିଲାଙ୍କୁ ମଜଭୁତ କରିବା ପାଇଁ କରାଯାଉଥିବା ଏହି ହାପିନେସ କ୍ଲାସ ବେଶ୍‌ ପ୍ରଭାବନୀୟ । ସମସ୍ତ ରାଜ୍ୟରେ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ଏହି ଭଳି କାର୍ଯ୍ୟକ୍ରମର ଆରମ୍ଭ କରିବା ପାଇଁ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଗଣଶିକ୍ଷା ମନ୍ତ୍ରୀ ବିଦ୍ୟାଳୟ ପରିଦର୍ଶନ ପରେ ବାସ୍ତବରେ ପିଲା ଏହି କ୍ଲାସରେ ଖୁସି ଥିବା ଦେଖାଯାଉଥିବା କହିଛନ୍ତି । ଦିଲ୍ଲୀରେ ସରକାରୀ ବିଦ୍ୟାଳୟରେ ହାପିନେସ୍‌ କ୍ଲାସ ପାଇଁ ସେ ମନୀଷ ସିସୋଦିଆଙ୍କୁ ଶୁଭଚ୍ଛା ଜଣାଇଛନ୍ତି । ଏହାସହ ଏହି କାର୍ଯ୍ୟକ୍ରମରେ ପିଲାମାନେ ବିଦ୍ୟାଳୟ ପ୍ରତି ବେଶୀ ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି। ଓଡିଶାରେ ଏହି କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ବିଚାର କରାଯିବ ବୋଲି ସେ କହିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ 30 ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସମୀର ଦାସ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ୩୧ ତାରିଖରେ ଦିଲ୍ଲୀ ସରକାରଙ୍କ ହାପିନେସ୍ ଉତ୍ସବରେ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

Intro:Body:

BLANK FOR LINK 

Conclusion:
Last Updated : Jul 30, 2019, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.