ଭୁବନେଶ୍ବର: କ୍ଷୀପ୍ର ଗତିରେ ବ୍ୟାପୁଛି କୋରୋନା। ଜଣକ ପରେ ଜଣେ ନେତା ମନ୍ତ୍ରୀଙ୍କୁ ଗ୍ରାସ କରି ଚାଲିଛି ଏହି ମହାମାରୀ । ବର୍ତ୍ତମାନ ରାଜ୍ୟରେ ସାଧାରଣ ଲୋକଙ୍କ ଅବସ୍ଥା ସାଙ୍ଘାତିକ ଥିବାବେଳେ ମନ୍ତ୍ରୀ, ବିଧାୟକ ଓ ସାଂସଦ କୋଭିଡ ଜାଲରେ ଫସିଛନ୍ତି ।
ମିଳିଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର 23 ବିଧାୟକ ଓ 3 ସାଂସଦ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ 7 ମନ୍ତ୍ରୀ ସାମିଲ ଅଛନ୍ତି । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ରିପୋର୍ଟ ପଜିଟିଭ ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହାସହ ତାଙ୍କ ପତ୍ନୀ ସଙ୍ଗୀତା ବି କୋଭିଡ ଆକ୍ରାନ୍ତ ଥିବା ସେ ପ୍ରକାଶ କରିଛନ୍ତି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମନ୍ତ୍ରୀ ଦାଶ ଜଣାଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ