ETV Bharat / city

କୋରୋନାରେ କେତେ ପିଲା ଛାଡିଲେ ପାଠ ? ଖୋଜିବ ଗଣଶିକ୍ଷା ବିଭାଗ

author img

By

Published : Jun 17, 2021, 9:38 PM IST

କୋରୋନା କାଳରେ ଡ୍ରପଆଉଟ୍ ଏବଂ ମାଇଗ୍ରାଣ୍ଟ ପିଲାଙ୍କୁ ଖୋଜିବ ଗଣଶିକ୍ଷା ବିଭାଗ । ସନ୍ଧାନ କରି ଶିକ୍ଷାଦାନ କରି ମୁଖ୍ୟସ୍ରୋତକୁ ଆଣିବା ଉପରେ ଗୁରୁତ୍ୱ ଦେଉଛି ଗଣଶିକ୍ଷା ବିଭାଗ । ଅଧିକ ପଢନ୍ତୁ..

କୋରୋନାରେ କେତେ  ପିଲା ଛାଡିଲେ ପାଠ,  ଖୋଜିବ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: କୋରୋନା ସମୟରେ ବିଦ୍ୟାଳୟ ଛାଡ଼ିଛନ୍ତି ଅନେକ ଛାତ୍ରଛାତ୍ରୀ । ଅଧାରୁ ପାଠ ଛାଡୁଛନ୍ତି ପିଲା । ଏଥିଲାଗି ଡ୍ରପଆଉଟ୍ ଏବଂ ମାଇଗ୍ରାଣ୍ଟ ପିଲାଙ୍କୁ ଖୋଜିବ ଗଣଶିକ୍ଷା ବିଭାଗ । ସର୍ଭେ ମାଧ୍ୟମରେ ଜଣାପଡିବ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ସଂଖ୍ୟା । ସେମାନଙ୍କୁ ସନ୍ଧାନ କରି ଶିକ୍ଷାଦାନ କରି ମୁଖ୍ୟସ୍ରୋତକୁ ଆଣିବା ଉପରେ ଗୁରୁତ୍ୱ ଦେଉଛି ବିଭାଗ । ଗୁରୁବାର ଇ - ପାଠଶାଳା ଓ ଇ ମୂଲ୍ୟାଙ୍କନ ପୋର୍ଟାଲ ଉଦଘାଟନ ବେଳେ ଏ ନେଇ ଦିଆଯାଇଛି ସୂଚନା ।

ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍ ଶିକ୍ଷାଦାନ ଓ ଶିକ୍ଷଣ ଅଭିବୃଦ୍ଧି ମୂଲ୍ୟାୟନ ପାଇଁ ଓସେପା ଦ୍ଵାରା ପ୍ରସ୍ତୁତ ଇ - ପାଠଶାଳା ଓ ଇ ମୂଲ୍ୟାଙ୍କନ ପୋର୍ଟାଲକୁ ଭର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ଼ ସମୟରେ ଶିକ୍ଷାଦାନ ଓ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନରେ ଏହି ପୋର୍ଟାଲ ବହୁ ସହାୟକ ହେବ ।

ସଂପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନରେ ଯଥା ଡିଜିଟାଲ ଶିକ୍ଷା ଓ ସ୍ମାର୍ଟ କ୍ଲାସରେ ବିଶେଷ ସହାୟକ ହେବ । ଏହି ପୋର୍ଟାଲ ଦ୍ବାରା ଉଭୟ ଜିଲ୍ଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷଣ ଅଗ୍ରଗତିର ସମୀକ୍ଷା କରିପାରିବେ । ଏହି ଅବସରରେ କୋଭିଡ୍ ପରିସ୍ଥିତିରେ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ନିମନ୍ତେ ବିଭାଗର ପ୍ରସ୍ତୁତିକୁ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ । ଗତବର୍ଷ ବିଭିନ୍ନ ପ୍ରୟାସ ପରେ ରାଜ୍ୟର ସବୁ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସମ୍ଭବ ହୋଇନଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଶେଷ ପ୍ରାନ୍ତରରେ ଥିବା ପିଲାଟି ପାଖରେ କିପରି ଶିକ୍ଷା ପହଞ୍ଚାଇବା ବର୍ତ୍ତମାନ ଆମର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ରାଜ୍ୟରେ ଶିକ୍ଷାଦାନ ପାଇଁ କେତେକ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନେଉଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ସଂପ୍ରତି ଦୂରଦର୍ଶନରେ ‘ଶିକ୍ଷାଦର୍ପଣ', ରେଡିଓ ପାଠଶାଳା, ଦ୍ଵାଟସ୍‌ଆପ୍ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ ଓ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଅନ୍‌ଲାଇନ୍ ପାଠପଢ଼ା ହେବ । ବିଶେଷ କରି ଜୁନ୍ ୨୧ ତାରିଖଠାରୁ ୟୁଟ୍ୟୁବ୍ ମାଧ୍ୟମରେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ପାଇଁ ପଦକ୍ଷେପ ନିଆଯାଉଥିବା କଥା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି । ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ, ଶିକ୍ଷକ ନିଯୁକ୍ତି, ଆସବାସ କ୍ରୟ, ପାଣ୍ଠି ବିନିଯୋଗ ସାର୍ଟିଫିକେଟ୍ ଓ ଉନ୍ନତ ଶିକ୍ଷାଦାନ ଆଦି ଉପରେ ଆଲୋଚନା ହୋଇଛି । ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ଅର୍ଥରାଶି ଠିକ୍ ସମୟରେ ପ୍ରଦାନ ଉପରେ ଗୁରୁତ୍ବ ଦିଆଯାଇଛି । କେତେକ ବିଦ୍ୟାଳୟରେ ହୋଇଥିବା ପୃଷ୍ଟି ବଗିଚା ଦେଖି ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ବିଦ୍ୟାଳୟମାନଙ୍କରେ ବର୍ଷା ଋତୁ ଆରମ୍ଭରୁ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ସଚିବ ଗୁରୁତ୍ବ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.