ETV Bharat / city

Editorial War: ସୌମ୍ୟଙ୍କୁ କାଉଣ୍ଟର କଲେ ଅନୁଭବ - anubhab pattnaik

‘ଆମ ଘରର ହାଲଚାଲ’କୁ କାଉଣ୍ଟର । ଆରମ୍ଭ ହେଲା ସମ୍ପାଦକୀୟ ଓ୍ବାର । ଖଣ୍ଡପଡାର ବର୍ତ୍ତମାନ ଏବଂ ପୂର୍ବତନ ବିଧାୟକଙ୍କ ସମ୍ପାଦକୀୟ ବାଣ ମରାମରି । ମମିତା ହତ୍ୟାକଣ୍ଡ ଘଟଣାରେ ଦିବ୍ୟଶଙ୍କରକୁ ଘେରିଲେ ସୌମ୍ୟ । ଏପଟେ ସୌମ୍ୟଙ୍କ ପୁରୁଣା ଘା’ ଉଖାରିଲେ ଅନୁଭବ ପଟ୍ଟନାୟକ । ଅଧିକ ପଢନ୍ତୁ...

Editorial War: ମିଶ୍ରଙ୍କ ପାଇଁ ପଟ୍ଟନାୟକ ଜ୍ଞାନ ବଣ୍ଟାବଣ୍ଟି

author img

By

Published : Nov 2, 2021, 1:17 PM IST

Updated : Nov 3, 2021, 1:14 PM IST

ଭୁବନେଶ୍ବର: ‘ଆମ ଘରର ହାଲଚାଲ’ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ରାଜ୍ୟ କାହିଁକି ପୁରା ଦେଶରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବରେ ପରିଚୟ ସୃଷ୍ଟି କରିଥିବା ବିଜୁ ଜନତା ଦଳର କନ୍ଦଳ ରାସ୍ତାରେ ଦେଖିବାକୁ ମିଳିଲାଣି । ଜଣେ ବୃତ୍ତି , ପାର୍ଟି, ମାର୍ଟିକୁ ଆଧାର କରି ବାର୍ତ୍ତା ଦେଉ ଥିବାବେଳେ ଆଉ ଜଣେ ତାଙ୍କ ବୃତ୍ତି ମୁଖା ତଳେ ଲୁଚି ରହିଥିବା ମୁହଁକୁ ଲୋକଲୋଚନକୁ ଆଣିଥିବା ଦେଖିବାକୁ ମିଳିଛି ।

ଏହି କିଛିଦିନ ହେବ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ଖଇ ଫୁଠୁଛି । ମମିତାଙ୍କୁ ନ୍ୟାୟ ଦେବା ସ୍ବର ଠାରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଚିତ୍କାର ଅଧିକ ଶୁଭୁଛି । ଏଇଟା ବି ଯେ, କେଉଁ ବଡ କଥା ? ବିରୋଧୀ ତ ଏପରି କରିବେ । ହେଲେ ମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚୁପ୍ ରହିଥିବା ଶାସକ ବିଜେଡି ଘରରୁ ଜଣେ ଏବେ ଇସ୍ତଫା ସପକ୍ଷରେ ବାହାରିଛନ୍ତି । ଇସ୍ତଫାକୁ ନେଇ ଖୋଦ୍ ଦିବ୍ୟଶଙ୍କର ଏବଂ ବିଜେଡି ସୁପ୍ରିମୋ ଚୁପ୍ ବସି ଥିବାବେଳେ ସମ୍ପାଦକୀୟ ଯୁଦ୍ଧରେ ବ୍ୟସ୍ତ ବର୍ତ୍ତମାନର ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ।

ଗତକାଲି 'ସମ୍ବାଦ' ଖବରକାଗଜ ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟ ନିଜ ସମ୍ପାଦକୀୟରେ 'ଆମ ଘରର ହାଲଚାଲ'ରେ ମନ୍ତ୍ରୀଙ୍କ ଇସ୍ତଫା ନେଇ ତେରଛା ବାଣ ମାରିଥିଲେ । ପୂର୍ବରୁ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ତତକାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଇସ୍ତଫା ଠୁ ଆରମ୍ଭ କରି ରେଳ ଦୁର୍ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ଲାଲବାହାଦୂର ଶାସ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିବା ଘଟଣାକୁ ପୁନରାବୃତ୍ତି କରିଛନ୍ତି । ଏଥିସହ ନୈତିକ ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ଅତନୁ ସବ୍ୟସାଚୀ ଇସ୍ତଫା ଦେବା ଏବଂ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ନ ଦେବାକୁ ନେଇ ସୌମ୍ୟ ଦଳରେ ୨ ପ୍ରକାର ମାପଦଣ୍ଡ ଚାଲିଛି ବୋଲି ଅଭିଯୋଗ କରିଥିଲେ ।

ସେହିପରି ଖବର ପ୍ରସାରଣ ସମୟରେ ଗଣମାଧ୍ୟମକୁ ନୈତିକତା ଶିଖାଇବା ଏବଂ ମା' ମାଣିକେଶ୍ବରୀଙ୍କ ଦ୍ବାହି ଦେବାକୁ କଟାକ୍ଷ କରିଛନ୍ତି ସୌମ୍ୟ । ଅତ୍ୟନ୍ତ ଅସହାୟ ମନେକରି ଦିବ୍ୟଶଙ୍କର ମା'ଙ୍କ ନିକଟରେ ସରଣାପନ୍ନ ହୋଇଥିବା କହିଛନ୍ତି । ହେଲେ ମନ୍ତ୍ରୀ କେଉଁ କାରଣରୁ ଅସହାୟ ହୋଇପଡୁଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଗତ ୩ ସପ୍ତାହ ମଧ୍ୟରେ ମନ୍ତ୍ରୀଙ୍କ ଆଚରଣ ମଧ୍ୟ ସନ୍ଦେହ ଓ ଦ୍ବନ୍ଦ୍ବକୁ ବଢାଇଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗନଦେବାକୁ ଇସାରା କରିଛନ୍ତି ସୌମ୍ୟ । ତେବେ ଏସବୁ ଆଲୋଚନା ସହ ପାର୍ଟି, ମାଟି ଏବଂ ବୃତ୍ତିକୁ ଆଧାର କରି ମନ୍ତ୍ରୀଙ୍କ ଇସ୍ତଫା ଆବଶ୍ୟକ ବୋଲି ସୌମ୍ୟଙ୍କ ଇସାରା ବୋଲି ସ୍ପଷ୍ଟ ହୁଏ ।

ସେପଟେ ସୌମ୍ୟଙ୍କ ଇସାରାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଖଣ୍ଡପଡା ବିଧାୟକ ତଥା ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ । ସେ ମଧ୍ୟ ଏକ ସମ୍ପାଦକୀୟରେ ମାଟି, ପାର୍ଟି, ମିଛ ବ୍ୟକ୍ତିଗତ ସ୍ବାର୍ଥ ଆଗ ବୋଲି ସୌମ୍ୟଙ୍କୁ ଟାର୍ଗେଟ କରି କହିଛନ୍ତି । ଗାନ୍ଧିଜୀ ଜଣେ ଥିଲେ ଯିଏକି ଗଣମାଧ୍ୟମକୁ ଉଦ୍ଦେଶ୍ୟ ନୁହେଁ ବରଂ ମିଶନ ବୋଲି ଭାବୁଥିଲେ । ହେଲେ ସମ୍ପ୍ରତି ତାହା ବଦଳି ସ୍ବାର୍ଥ ଆଧାରିତ ହୋଇଯାଇଛି ବୋଲି ଅନୁଭବ କଟାକ୍ଷ କରିଛନ୍ତି । ଜନସେବା ଆଢୁଆଳରେ ପଦପଦବୀ, ପଇସା ଓ ପ୍ରତିପତ୍ତିର ଆଶା ନେଇ ବର୍ତ୍ତମାନ ଗଣମାଧ୍ୟମକୁ ବ୍ୟବହାର କରାଯାଉଛି । ଯାହା ସାମ୍ପ୍ରତିକ ସମୟର ଏକ ବିଡମ୍ବନା ବୋଲି ଅନୁଭବ କହିଛନ୍ତି ।

ଏବେ ରାଜନୀତି ଓ ନିଜ ପତି ପତ୍ତି ଲାଗି କିଛି ସମ୍ବାଦପତ୍ରର ସମ୍ପାଦକ ଗଣମାଧ୍ୟମକୁ ଅସ୍ତ୍ର ପରି ବ୍ୟବହାର କରୁଛନ୍ତି । ସତ୍ୟାଗ୍ରହୀ ବୋଲାଇ ସତ୍ୟ ଉନ୍ମୋଚନ ନାଁରେ ପାଠକଙ୍କୁ ବିଭ୍ରାନ୍ତ କରିବା ପାଇଁ ରିତିମତ କସରତ କରୁଛନ୍ତି ବୋଲି ସିଧା ସୌମ୍ୟଙ୍କୁ ନିଶାନା କରିଛନ୍ତି ଅନୁଭବ । ଏଥିସହ ସେ ଏହା ଲକ୍ଷ୍ୟହୀନ କ୍ଷେପଣାସ୍ତ୍ର ପରି ଏଣେ ତେଣେ ଗତିକରିବା ବୋଲି ମଧ୍ୟ କହିଛନ୍ତି । ଏହିପରି ଲୋକମାନଙ୍କୁ ନିଜ ସ୍ବାର୍ଥ ପାଇଁ ଆପଣାର ଲୋକଙ୍କୁ ମଧ୍ୟ ପର କରିବାରେ ମୁହୂର୍ତ୍ତ ଟିଏ ଲାଗେନାହିଁ, ବିଶ୍ବସନୀୟତା ସେମାନଙ୍କ ଠାରୁ ଆଶା କରିବା ବୃଥା ବୋଲି କହିଛନ୍ତି ।

ଏହିପରି ଲୋକମାନେ ଚିଟଫଣ୍ଡ ଜମାକାରୀଙ୍କ ବିଶ୍ବାସକୁ ଭାଙ୍ଗି ଚାଷୀଙ୍କ ପାଇଁ ପ୍ରେଷ୍ଟିଜ-ପ୍ରାଇସ-ପେନସନକୁ ଶିଡି କରି କ୍ଷମତା ଅଳିନ୍ଦର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରନ୍ତି । ଏମାନଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏକଦା ଦେଇଥିବା ମନ୍ତବ୍ୟ ଯେ, 'ଯେଉଁ ବ୍ୟକ୍ତି ଗୋଟିଏ କଠୋରି ମଧ୍ୟରେ ସ୍ଥିର ଭାବରେ ବସି ପାରୁନାହିଁ, ଘଡିକି ଘଡି ଚଉକିରୁ ମୁହଁ ବଦଳାଉଛି, ସେ ଜୀବନରେ ନିଜ ଲକ୍ଷ୍ୟସ୍ଥଳରେ କେବେ ବି ପହଞ୍ଚି ପାରିବ ନାହିଁ' ଉକ୍ତିଟି ଯଥାର୍ଥ ବୋଲି ଅନୁଭବ କହିଛନ୍ତି ।

ତେବେ ଦଳକୁ ସଜାଡିବା ଆଳରେ ଅନୁଭବ ଯେ, ମମିତାଙ୍କୁ ଭୁଲିଗଲେ ତାହା ସମ୍ପାଦକୀୟରେ ସ୍ପଷ୍ଟ । ବିଜେଡି ନେତା ଗୋଟିଏ ଥର ମଧ୍ୟ ମିଶ୍ରଙ୍କ ଇସ୍ତଫା ତଥା ମମିତାଙ୍କ ନ୍ୟାୟ ପାଇଁ ମୁହଁ ଖୋଲିଲେ ନାହିଁ । ନିଜର ଲୋକଙ୍କୁ ସମର୍ଥନ ଏବଂ ବିଶ୍ବସନୀୟତାକୁ ଦ୍ବାହି ଦେଇ ନ୍ୟାୟ ଏବଂ ସତ୍ୟଠୁ ଲୁଚିବା କେତେଦୂର ଠିକ୍ । ସବୁପରେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀଙ୍କ ଇସ୍ତଫା ମାଟି, ପାର୍ଟି ପାଇଁ ଦରକାର ଥିବାବେଳେ ଦଳୀୟ କର୍ମୀ ଚୁପ୍ ରହିବା କେତେ ଯୁକ୍ତିଯୁକ୍ତ ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2021, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.