ETV Bharat / city

ଚିକିତ୍ସା କ୍ଷେତ୍ରରେ ଆଉ ଏକ ସୁବିଧା, ଭୁବନେଶ୍ବର AIIMSରେ ECMO ମେସିନ୍‌ ଉଦଘାଟିତ

ପ୍ରଥମ ଥର ପାଇଁ ଏମ୍ସରେ ଉଦଘାଟନ ହେଲା ECMO ମେସିନ । କୋରୋନା ସମୟରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥି । ଅଧିକ ପଢନ୍ତୁ...

author img

By

Published : Jul 15, 2021, 12:56 PM IST

Updated : Jul 15, 2021, 3:00 PM IST

ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ସୁବିଧା, ଭୁବନେଶ୍ୱର ଏମ୍ସରେ ଉଦଘାଟନ ହେଲା ଏକମୋ ମେସିନ

ଭୁବନେଶ୍ୱର: ଏମ୍ସରେ ଉଦଘାଟନ ହେଲା ECMO ମେସିନ । ଏମ୍ସର ନବମ ପ୍ରତିଷ୍ଠା ଦିବସ ଅବସରରେ ଏମ୍ସ ନିର୍ଦ୍ଦେଶିକା ଏହାକୁ ଉଦଘାଟନ କରିଛନ୍ତି । ଏକମୋ ବିଭାଗର ସମସ୍ତ ଡାକ୍ତର ଓ ମେଡିକାଲ ଷ୍ଟାଫ ଏହି ଅବସରରେ ଉପସ୍ଥିତ ଥିଲେ । ଏହା ହେଉଛି ପ୍ରଥମ ଏକମୋ ମେସିନ, ଏହାପରେ ଆଉ ଏକ ମେସିନ ଖୁବଶୀଘ୍ର ଅଣାଯିବ ବୋଲି ନିର୍ଦ୍ଦେଶିକା କହିଛନ୍ତି ।

ଚିକିତ୍ସା କ୍ଷେତ୍ରରେ ଆଉ ଏକ ସୁବିଧା, ଭୁବନେଶ୍ବର AIIMSରେ ECMO ମେସିନ୍‌ ଉଦଘାଟିତ
ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ସେମାନଙ୍କୁ ଏକମୋ ଚିକିତ୍ସା ଦିଆଯିବ । ତେବେ ଆଗାମୀ ଏକ ସପ୍ତାହ ଭିତରେ ହସ୍ପିଟାଲରେ ଏକମୋ ଚିକିତ୍ସା ଆରମ୍ଭ ହୋଇଯିବ । କରୋନା ସମୟରେ ଏହି ଚିକିତ୍ସା ଏବେ ଲୋକଙ୍କୁ ଭୟବୀତ କରିଦେଇଥିଲା । ସାରା ଭାରତରେ ଏହି ଏକମୋ ଚିକିତ୍ସାକୁ ନେଇ ସମସ୍ତଙ୍କ ନଜର ରହିଛି । ଆମ ରାଜ୍ୟରେ ପ୍ରଥମ କରି ଏମ୍ସରେ ଏକମୋ ମେସିନର ଶୁଭାରମ୍ଭ ହୋଇଛି । 15 ଦିନ ତଳେ ଏମ୍ସକୁ ଆସିଥିବା ଏହି ଏକମୋ ମେସିନ ବର୍ତ୍ତମାନ ଚିକିତ୍ସା ପାଇଁ ନିୟୋଜିତ କରାଯିବ ।

ରାଜ୍ୟରେ ଏହି ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା । ଫଳରେ ଏହି ଚିକିତ୍ସା ବ୍ୟୟ ବହୁଳ ହୋଇପଡୁଥିଲା । ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ଚିକିତ୍ସାର ଗୁରୁତ୍ବ ବଢିଯାଇଛି । ତେବେ ଭୁବନେଶ୍ବର ଏମ୍ସରେ ଏକମୋ ଚିକିତ୍ସା ଆରମ୍ଭ ହେବା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥି ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 15, 2021, 3:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.