ETV Bharat / city

ଔରଙ୍ଗାବାଦ ପ୍ରଭାବ: ରେଲୱେ ଟ୍ରାକରେ ନଚାଲିବାକୁ ପୂର୍ବତଟ ରେଳବାଇର ଅନୁରୋଧ

ଦେଶବ୍ୟାପୀ ଲାକଡାଉନ ଚାଲିଥିବାବେଳେ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ ହୋଇଛି । ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବାକୁ ନିରବଛିନ୍ନ ଭାବେ ମାଲବାହୀ ଟ୍ରେନ ଓ ପାର୍ସଲ ଟ୍ରେନଗୁଡିକ ଚଳାଚଳ କରୁଛି । ଅଧିକ ପଢନ୍ତୁ...

author img

By

Published : May 9, 2020, 11:58 PM IST

ଔରଙ୍ଗାବାଦ ପ୍ରଭାବ: ରେଲୱେ ଟ୍ରାକରେ ନଚାଲିବାକୁ ପୂର୍ବତଟ ରେଳବାଇର ଅନୁରୋଧ
ଔରଙ୍ଗାବାଦ ପ୍ରଭାବ: ରେଲୱେ ଟ୍ରାକରେ ନଚାଲିବାକୁ ପୂର୍ବତଟ ରେଳବାଇର ଅନୁରୋଧ

ଭୁବନେଶ୍ବର: ନିକଟରେ ମହାରାଷ୍ଟ୍ର ଔରଙ୍ଗାବାଦ ଟ୍ରେନ ଟ୍ରାଜେଡି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପରେ ସତର୍କ ହୋଇଛି ଭାରତୀୟ ରେଳବାଇ । ରେଲୱେ ଟ୍ରାକରେ ନଚାଲିବାକୁ ସମସ୍ତଙ୍କୁ ଅନୁରୋଧ କରିଛି ପୂର୍ବତଟ ରେଳବାଇ ।

ଅବୈଧ ଭାବରେ ରେଲୱେ ଟ୍ରାକ ଉପରେ ଚଳପ୍ରଚଳ କରୁଥିବା ବ୍ୟକ୍ତିଙ୍କୁ ଦେଖିଲେ ସତର୍କ କରିବାକୁ ରେଳ କର୍ମଚାରୀଙ୍କୁ ଅନୁରୋଧ କରିଛି ରେଳବାଇ । ଯଦି କୌଣସି ରେଲୱେ ଟ୍ରାକରେ ଲୋକେ ଚଳପ୍ରଚଳ କରୁଥାନ୍ତି ତେବେ ରେଳ ସୁରକ୍ଷା ବଳୟର ହେଲ୍ପ ଲାଇନ ନମ୍ବର 182କୁ ଜଣାଇବାକୁ ଅନୁରୋଧ କରିଛି ପୂର୍ବତଟ ରେଳବାଇ । କୋଭିଡ-19 ମୁକାବିଲା ପାଇଁ ଦେଶବ୍ୟାପୀ ଲାକଡାଉନ ଚାଲିଥିବାବେଳେ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ ହୋଇଛି । ହେଲେ ଦେଶର ବିଭିନ୍ନ ପ୍ରାନ୍ତରରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବାକୁ ନିରବଛିନ୍ନ ଭାବେ ମାଲବାହୀ ଟ୍ରେନ ଓ ପାର୍ସଲ ଟ୍ରେନଗୁଡିକ ଚଳାଚଳ କରୁଛି ।

ସେହିପରି ନିକଟରେ ଶ୍ରମିକଙ୍କ ପାଇଁ ମଧ୍ୟ ଟ୍ରେନ ଚଳାଚଳ ଆରମ୍ଭ କରିଛି । ତେଣୁ ଟ୍ରାକ୍ କିମ୍ବା ରେଳ ଧାରଣାରେ ଚାଲିବା ଅତ୍ୟନ୍ତ ଭୟଙ୍କର । ଏହା ସମ୍ପୂର୍ଣ୍ଣ ନିଷେଧ ଅଟେ । ଜନସାଧରଣଙ୍କୁ ରେଳ ଟ୍ରାକ୍ ଓ ଧାରଣା ପରିବର୍ତ୍ତେ ଲେଭଲ କ୍ରସିଂ ଫାଟକ ଦେଇ ଯାତାୟାତ କରିବାକୁ ପୂର୍ବତଟ ରେଳପଥ ବିଭିନ୍ନ ସମୟରେ ସଚେତନତା କରିଆସୁଛି ବୋଲି କହିଛି ।

ପ୍ରକାଶ ଥାଉ କି ଔରଙ୍ଗାବାଦରେ ଶ୍ରମିକମାନେ ରେଳ ଧାରଣାରେ ରାତିରେ ଶୋଇଥିବାବେଳେ ଏକ ମାଲବାହୀ ଟ୍ରେନ ମାଡିଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପୂର୍ବତଟ ରେଳବାଇ ଲୋକଙ୍କୁ ସଚେତନ କରିବା ସହ ଟ୍ରାକ୍ ବା ରେଳ ଧାରଣାରେ କେହି ଯାତାୟାତ ନକରିବାକୁ ଅନୁରୋଧ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.