ETV Bharat / city

ଅକ୍ସିଜେନ ଯୋଗାଣରେ ଅଗ୍ରଣୀ ପୂର୍ବତଟ ରେଳପଥ, ପଠାଇଲାଣି 2600 ଟନ ପ୍ରାଣବାୟୁ

author img

By

Published : May 31, 2021, 4:36 PM IST

ପୂର୍ବତଟ ରେଳପଥ ପରିସୀମାରେ 2600 ଟନ୍ ଅକ୍ସିଜେନ୍ ପରିବହନ ହୋଇଛି । କୋରୋନା ସଙ୍କଟ କାଳରେ ଲୋକଙ୍କ ଜୀବନ ରକ୍ଷା ପାଇଁ 40 ଟି ଅମ୍ଳଜାନ ଭର୍ତ୍ତି ସ୍ବତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ରାଜ୍ୟକୁ ଗଡିଛି । ଅଧିକ ପଢନ୍ତୁ..

ଅକ୍ସିଜେନ ଯୋଗାଣରେ ଅଗ୍ରଣୀ ପୂର୍ବତଟ ରେଳପଥ, ପଠାଇଲାଣି 2600 ଟନ ପ୍ରାଣବାୟୁ
ଅକ୍ସିଜେନ ଯୋଗାଣରେ ଅଗ୍ରଣୀ ପୂର୍ବତଟ ରେଳପଥ, ପଠାଇଲାଣି 2600 ଟନ ପ୍ରାଣବାୟୁ

ଭୁବନେଶ୍ବର: ସମ୍ପ୍ରତ୍ତି ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବତଟ ରେଳପଥ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସୃଷ୍ଟି କରିଛି ମାଇଲଖୁଣ୍ଟ । ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କ୍ଷେତ୍ରରେ ଅଗ୍ରଣୀ ରେଳପଥ ପାଲଟିଛି ପୂର୍ବତଟ ରେଳପଥ । ପୂର୍ବତଟ ରେଳପଥ ପରିସୀମାରେ 2600 ଟନ୍ ଅକ୍ସିଜେନ୍ ପରିବହନ ହୋଇଛି ।

ପୂର୍ବତଟ ରେଳପଥ ପରିସୀମାରୁ 40 ଟି ଅମ୍ଳଜାନ ଭର୍ତ୍ତି ସ୍ବତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ରାଜ୍ୟକୁ ଗଡିଛି । ଏଥିମଧ୍ୟରୁ ହରିୟାଣା ଏବଂ ଦିଲ୍ଲୀକୁ 1010.09 ଟନ୍ ଅମ୍ଳଜାନ ପରିବହନ ହୋଇଛି ।

ଅକ୍ସିଜେନ ଏକ୍ସପ୍ରେସ ଗନ୍ତବ୍ୟସ୍ଥଳକୁ ଯିବା ବାଟରେ ଟ୍ରେନର କର୍ମଚାରୀ ଓ ସହାୟକ ସଦସ୍ୟମାନଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ଖାଦ୍ୟ ପ୍ୟାକେଟ୍ ଯୋଗାଇ ଦିଆଯାଉଛି । ପୂର୍ବତଟ ରେଳପଥ ମଧ୍ୟରେ ଅମ୍ଳଜାନ ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ପ୍ରାଥମିକତା ଦିଆଯାଇଛି । ମହାମାରୀ ସମୟରେ ଅମ୍ଳଜାନ ଅଭାବୀ ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି ।

କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଜି ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ 2600.02 ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରି ସାରିଛି । ଭାରତୀୟ ରେଳବାଇ ଦ୍ବାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ, ବିଶାଖାପଟନମରୁ ମହାରାଷ୍ଟ୍ରର ନାସିକକୁ ଅମ୍ଳଜାନ ପରିବହନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ 40 ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ଦ୍ବାରା 162 କଣ୍ଟେନରରେ ତରଳ ମେଡିକାଲ୍ ଅମ୍ଳଜାନ (LMO) ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରିଛି । ଦୁର୍ଗାପୁର, ଟାଟାନଗର ଏବଂ ରାଉରକେଲାରୁ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଅଭିମୁଖେ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ତରଳ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ ଯାତାୟାତ କରୁଛି ଏବଂ ଏହାର ଚଳାଚଳ ପାଇଁ ପ୍ରାଥମିକତା ଦିଆଯାଉଅଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 40 ଅମ୍ଳଜାନ ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନରୁ ପ୍ରାୟ ଅଧା ଦିଲ୍ଲୀ ଏବଂ ହରିୟାଣା ଯାଇଛି । ଦିଲ୍ଲୀ ଏବଂ ହରିୟାଣାକୁ 19 ଅମ୍ଳଜାନ ଏକ୍ସପ୍ରେସ ଟ୍ରେନରେ 63 ଟି କଣ୍ଟେନର ମାଧ୍ୟମରେ ପ୍ରାୟ 1010.09 ଟନ ଅକ୍ସିଜେନ ପରିବହନ କରାଯାଇଛି । ଏହା ବ୍ୟତୀତ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ରାଜ୍ୟକୁ ପଠାଯାଇଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ମହାରାଷ୍ଟ୍ରକୁ 545.31 ଟନ୍, କେରଳକୁ 117.9 ଟନ୍, ତେଲେଙ୍ଗାନାକୁ 685.7 ଟନ୍, ତାମିଲନାଡୁ 120 ଟନ୍ ଏବଂ କର୍ଣ୍ଣାଟକକୁ 120.98 ଟନ୍ ପରିବହନ କରିଛି ।

ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ମାଧ୍ୟମରେ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଗୁଳରୁ ୩୩ ଟି, କଳିଙ୍ଗନଗର ଠାରୁ ୬ଟି ଏବଂ ବିଶାଖାପାଟନମରୁ ଗୋଟିଏ ଅକ୍ସିଜେନ ଏକ୍ସପ୍ରେସ ଦେଶର ବିଭିନ୍ନ ରାଜ୍ୟକୁ ପାଠାଯାଇଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାକୁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି । ଏଥିସହିତ ଏହି ଅଞ୍ଚଳକୁ ଗ୍ରୀନ କରିଡର ଘୋଷଣା କରାଯାଇଛି । ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଦେଶର ବିଭିନ୍ନ ଷ୍ଟିଲ ପ୍ଲାଣ୍ଟଗୁଡିକରୁ ଗନ୍ତବ୍ୟ ସ୍ଥାନକୁ ପରିବହନ କରାଯାଉଥିବା ଅମ୍ଳଜାନ ସ୍ବତନ୍ତ୍ର ଟ୍ରେନର ନିରାପଦ ଚଳାଚଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.