ଭୁବନେଶ୍ବର: ରାଜ୍ୟରେ ଶନିବାର ଠାରୁ ପୂଜା ଛୁଟି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଶନିବାର ଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା । ସମସ୍ତ ସ୍କୁଲ କଲେଜ ବନ୍ଦ ରହିବା ନେଇ ଘୋଷଣା କଲେ ରାଜ୍ୟ ସରକାର ।
ପୂଜା ଛୁଟି ଘୋଷଣା, କାଲିଠୁ 20 ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରାଜ୍ୟରେ ଆସନ୍ତା 9 ତାରିଖରୁ ପୂଜା ଛୁଟି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଆସନ୍ତାକାଲି (ଶନିବାର) ଠାରୁ ଅକ୍ଟୋବର20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା । ଆସନ୍ତାକାଲି ଅପରାହ୍ନରୁ କ୍ଲାସ୍ ଶେଷ ହେବା ପର ଠାରୁ 20 ଅକ୍ଟୋବର ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଦ୍ୟାଳୟଗୁଡ଼ିକ 21 ଅକ୍ଟୋବରରୁ ସରକାରୀ ଗାଇଡ ଲାଇନ ଅନୁସାରେ ଜାରି କରାଯାଇଥିବା ସମାନ ସମୟ ସହିତ ପୁନଃ କ୍ଳାସ ଆରମ୍ଭ ହେବ ।
ଏନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ